• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଏଏସଆଇର ସତ୍ୟପାଠ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରାଜ୍ୟ ସରକାର କଳା ପାହାଡିଆ ମାନସିକତା ଛାଡି ଭୁଲକୁ ସ୍ୱୀକାର କରନ୍ତୁ ବୋଲି ସେ କହିଛନ୍ତି । ଏଥିସହ ସରକାର ନିଜର ଅହଂକାର ପରିତ୍ୟାଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଯଦି ଆମର ବିଶ୍ୱ ସ୍ତରୀୟ ଐତିହ୍ୟ ନଷ୍ଟ ହୁଏ, ତେବେ ଭବିଷ୍ୟତ କ୍ଷମା ଦେବ ନାହିଁ ବୋଲି ସମ୍ବିତ ପାତ୍ର ଟ୍ୱିଟ୍ କରିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚାଲିଥିବା ନିର୍ମାଣ କାମ ପାଇଁ ବୈଧ ଅନୁମତି ନଥିଲା । ପ୍ରକଳ୍ପ କାମ କିମ୍ବା ସୌନ୍ଦର୍ଯ୍ୟକରଣକୁ ବିରୋଧ କରାଯାଉ ନାହିଁ । କିନ୍ତୁ ଏଥିପାଇଁ ଆଇନର ପରିଧି ଭିତରେ କାମ ହେବା ଆବଶ୍ୟକ । ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ DPR ଦାଖଲ କରାଯାଇଛି । ଏଥିସହ ଏଏସଆଇ ରିପୋର୍ଟରେ ଖନନ ସ୍ଥାନରେ ଐତିହ୍ୟ କିର୍ତ୍ତୀରାଜି ନଷ୍ଟ ହୋଇଥିବା ଆଶଙ୍କା କରାଯାଇଛି । ଏହା ପ୍ରତ୍ୟେକ ଓଡିଆଙ୍କ ପାଇଁ ଦୁଃଖର ଦିନ। ନିର୍ମାଣ ସମୟରେ ଐତିହ୍ୟ କିର୍ତ୍ତୀରାଜି ନଷ୍ଟ ହୋଇଥିବା ହାଇକୋର୍ଟ ଉପଲବ୍ଧି କରିଥିବା ସମ୍ବିତ ପାତ୍ର କହିଛନ୍ତି ।

ସେହିପରି ଶ୍ରୀମନ୍ଦିର ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ASIର ସତ୍ୟପାଠକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ASI ରିପୋର୍ଟରେ ଐତିହାସିକ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି ହୋଇଥିବା ଦର୍ଶାଯାଇଛି । ଖନନ ଯୋଗୁଁ କୀର୍ତ୍ତିରାଜି ଉପରେ ପ୍ରଭାବ ପଡିବ କି ନାହିଁ ସେ ନେଇ ଅନୁଧ୍ୟାନ ହୋଇନାହିଁ । ଭୂତଳସ୍ତରୀୟ ଅନୁଧ୍ୟାନ ହୋଇନି ବୋଲି ମଧ୍ୟ ଉଲ୍ଲେଖ ରହିଛି ।

ଏଥିସହ ଖନନ ପାଇଁ ଆବଶ୍ୟକ ଅନୁମତି ନିଆଯାଇ ନଥିବା ASI ରିପୋର୍ଟରେ ଦର୍ଶାଯାଇଛି । ଏଭଳି ପରିସ୍ଥିତିରେ ମହାପ୍ରଭୁ ଜଗନ୍ନାଥ ନିଜେ ନିଜକୁ ଓ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। ଏକ ନିର୍ବାଚିତ ସରକାରଙ୍କ ବେଆଇନ କାର୍ଯ୍ୟରୁ ରକ୍ଷା ପାଇବାକୁ ଚେଷ୍ଟିତ ବୋଲି ଅପରାଜିତା ଟ୍ୱିଟ୍ କରିଛନ୍ତି ।