/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652166914.jpg)
Jayanta Kumar Sarangi
ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ବିଧାୟକଙ୍କ କ୍ଷୋଭ । ପୁରୀର ଶ୍ରୀମନ୍ଦିର ଚାରିପଟେ ଯେହେତୁ ଭଙ୍ଗା ହୋଇଯାଇଛି ଓ ଖୋଳା ହୋଇଯାଇଛି, ତାହା କିପରି ସରିବ ସେନେଇ ସମସ୍ତେ ଚିନ୍ତିତ । ତେବେ ଏସବୁ ନିର୍ମାଣ କାର୍ଯ୍ୟ ଏଏସ୍ଆଇର ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ କରାଯାଉ ବୋଲି ସେ କହିଛନ୍ତି । ଯାହା କ୍ଷତି ହୋଇଛି, ତାହା ଆଉ ଫେରି ଆସିବ ନାହିଁ । ପୁରୁଣା ଅବସ୍ଥା ଫେରିବ ନାହିଁ । ଆଗକୁ ଯେପରି ଅଧିକ କ୍ଷତି ନହେବ, ସେନେଇ ବ୍ୟବସ୍ଥା କରାଯାଉଛି ।
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସିଧାସଳଖ ହସ୍ତକ୍ଷେପ କରନ୍ତୁ ବୋଲି ସେ କହିଛନ୍ତି । କୋର୍ଟ କଚେରୀରେ ଏହାର ସମାଧାନ ହୋଇପାରିବ ନାହିଁ । ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ଏହାର ସମାଧାନ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଏହାସହ ରାଜ୍ୟ ସରକାର, କେନ୍ଦ୍ର ସରକାର ମିଶିକି ସମାଧାନର ରାସ୍ତା ବାହାର କରିବାକୁ ସେ ଅନୁରୋଧ କରିଛନ୍ତି ।
ତେବେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ବାସିନ୍ଦା ଖୁସି ନୁହଁନ୍ତି । ସେମାନେ କେବଳ ବାଧ୍ୟବାଧକତାରେ ଜାଗା ଛାଡ଼ି ଦେଇଛନ୍ତି । ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ନ କରିବା ଲାଗି ପୁରୀବାସୀ ରାଜି ହୋଇଯାଇଛନ୍ତି, ହେଲେ ଆନ୍ତରକିତା ସହ କେହି ଖୁସି ନୁହଁନ୍ତି ବୋଲି ଜୟନ୍ତ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)