/odishatv-khabar/media/post_attachments/uploadimage/library/16_9/16_9_0/murder_1749643685.jpg)
murder
ସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡ଼ିଲା ମୁଣ୍ଡ l ଟାଉନ ଥାନା ଅନ୍ତର୍ଗତ ଗୁଡ଼ିଆସାହିର ରାବେଣୀ ଚୌରାରେ ଘଟିଛି ହତ୍ୟା l ଗୋଟିଏ ପଟେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ସମ୍ପୂର୍ଣ୍ଣ ଚଳଚଞ୍ଚଳ । ସହରର ସୁରକ୍ଷା ପାଇଁ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିଛି । ତେବେ ଏପରି ସ୍ଥିତିରେ ସ୍ପଷ୍ଟ ଦିବାଲୋକରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ l ମୃତ ସେବାୟତଙ୍କ ନାମ ଜଗନ୍ନାଥ ଦୀକ୍ଷିତ ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି । ଅନ୍ୟ ଜଣେ ସେବାୟତଙ୍କ ଘରକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ହତ୍ୟା କରାଯାଇଥିଲା । ନାରାୟଣ ପାଟ୍ଟଯୋଶୀଙ୍କ ଘରକୁ ଜଗନ୍ନାଥ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାର ସିସିଟିଭି ଭିଜୁଆଲ ପୋଲିସର ହସ୍ତଗତ ହୋଇଛି ।
୮୩ ବର୍ଷୀୟ ଜଗନ୍ନାଥଙ୍କୁ ହତ୍ୟା କରିବା ପରେ ତାଙ୍କୁ ଘର ବାହାରକୁ ଆଣି ଫୋପାଡୁଥିବା ସିସିଟିଭି ଭିଜୁଆଲରେ ଦେଖିବାକୁ ମିଳିଛି । ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ଘଟଣାସ୍ଥଳରେ ଭାରପ୍ରାପ୍ତ ଅଧିକାରୀ ଗୋକୁଳ ରଞ୍ଜନ ଦାସ ତଦନ୍ତ କରୁଛନ୍ତି । ଜଗନ୍ନାଥଙ୍କ ଘର ମହାସୁଆର ସାହିରେ । ତେବେ ସେ କଣ ପାଇଁ ନାରାୟଣ ପାଟ୍ଟଯୋଶୀଙ୍କ ଘରକୁ ଯାଇଥିଲେ । ସେଠାରେ କଣ ଘଟିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ନାରାୟଣ ପାଟ୍ଟଯୋଶୀଙ୍କ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)