• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେବଗଡ଼: ସାପ ବିଷ ସ୍ମଗ୍‌ଲିଂ ରାକେ୍ଟର ପର୍ଦ୍ଦାଫାଶ । ସାପ ବିଷ ବିକ୍ରୀ ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାହକ ସାଜି ୨ଜଣଙ୍କୁ ଗିରଫ କରିଛି ପୋଲିସ । ଦେବଗଡ଼ ରିଆମାଳ ଥାନା ତାରଙ୍ଗ ଗାଁରେ ଚଢ଼ାଉ ବେଳେ ୧ କିଲୋଗ୍ରାମ ଗ୍ରାମ ଓଜନର ସାପ ବିଷ ଜବତ କରିଛି ପୋଲିସ । ଏଥିସହ ସମ୍ବଲପୁର ଜିଲ୍ଲାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ହେଲେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢୀ ଏବଂ ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ । ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ । ଦେବଗଡ ଜିଲ୍ଲାର ସ୍ୱତନ୍ତ୍ର ପୋଲିସ ଟିମ୍‌ ଏହି ଚଢାଉ କରିଥିବା ସୂଚନା ମିଳିଛି । ତେବେ କୁଆଡ଼େ ଚାଲାଣ ହୋଇଥାନ୍ତା ଏହି ସାପ ବିଷ ସେନେଇ ତନାଘନା ଚାଲିଛି । ଏହା ମଧ୍ୟ ପ୍ରଶ୍ନ ଉଠୁଛି ଯେ, ଏତେ ପରମାଣ ସାପ ଗରଳ କେଉଁ କାମରେ ଲାଗିବ । କିଏ କହୁଛି ନିଶା ତ ଆଉ କିଏ କହୁଛି ଔଷଧ । ତେବେ ଏନେଇ କୌଣସି ସଠିକ୍‌ ତଥ୍ୟ ମିଳି ପାରି ନାହିଁ । ପୂର୍ବରୁ ମଧ୍ୟ ଏଭଳି ଖବର ସାମ୍ନାକୁ ଆସିଛି ।

ଗତ ମାର୍ଚ୍ଚ ମାସରେ ଏକ ବଡ଼ଧରଣର ସାପ ବିଷ ରାକେଟ୍ ଠାବ କରିଥିଲା ବନ ବିଭାଗ । ସାପ ବିଷ କାରବାର ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଥିଲା ବନବିଭାଗର ଟିମ । ସୂଚନା ଅନୁଯାୟୀ ଭୁବନେଶ୍ୱର ପାତ୍ରପଡ଼ା ରେଞ୍ଜ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଧରିଥିଲା ବନବିଭାଗ । ଗିରଫ ୩ ଜଣଙ୍କ ଘର ବଲାଙ୍ଗୀରରେ ହୋଇଥିବା ବେଳେ ବଲାଙ୍ଗୀରରୁ ଆସି ସାପ ବିଷ ବିକ୍ରି ନେଇ ଭୁବନେଶ୍ୱରରେ ଡିଲ୍ କରୁଥିଲେ । ପ୍ରାୟ ୧୦ ଲକ୍ଷ ଟଙ୍କାର ହୋଇଥିବା କୁହାଯାଉଥିଲା । ଏହି ଡିଲ୍‌ ଚାଳିଥିବା ସମୟରେ ସମସ୍ତଙ୍କୁ ଧରିଥିଲା ବନ ବିଭାଗ ।