Advertisment

ପୁଷ୍ପା ଷ୍ଟାଇଲରେ ମାଫିଆଙ୍କ ଆତଙ୍କରାଜ; ଗଛ କାଟି ରାସ୍ତା ଅବରୋଧ, ବନ କର୍ମଚାରୀଙ୍କୁ ଆକ୍ରମଣ କଲେ

ରାତି ଅଧିରେ ମାଫିଆଙ୍କ କାଠ ଚୋରା ଚାଲାଣ । ବନ ବିଭାଗ ଗାଡ଼ି ସିଜ୍ କରିବା ପରେ ପୁଷ୍ପା ଷ୍ଟାଇଲରେ ଛଡ଼ାଇ ନେବାକୁ ଉଦ୍ୟମ କଲେ ମାଫିଆ । ଦୁଇ ଦିନ ତଳେ ବାଲେଶ୍ୱର ନୀଳଗିରି ବନଖଣ୍ଡ ଅଞ୍ଚଳରେ ଘଟିଛି ଏମିତି ନାଟକୀୟ ଘଟଣା ।

author-image
Tanmay Kumar Mahalik

ରାତି ଅଧିରେ ମାଫିଆଙ୍କ କାଠ ଚୋରା ଚାଲାଣ । ବନ ବିଭାଗ ଗାଡ଼ି ସିଜ୍ କରିବା ପରେ ପୁଷ୍ପା ଷ୍ଟାଇଲରେ ଛଡ଼ାଇ ନେବାକୁ ଉଦ୍ୟମ କଲେ ମାଫିଆ । ଦୁଇ ଦିନ ତଳେ ବାଲେଶ୍ୱର ନୀଳଗିରି ବନଖଣ୍ଡ ଅଞ୍ଚଳରେ ଘଟିଛି ଏମିତି ନାଟକୀୟ ଘଟଣା । ଶନିବାର ରାତି ପ୍ରାୟ ୧୨ଟା । ରେମୁଣା ଅଞ୍ଚଳରୁ ଏକ କାଠ ବୋଝେଇ ପିକପ୍ ଭ୍ୟାନ ଆସୁଥିବା ଖବର ପାଇ ତାକୁ ରାସ୍ତାରେ ଜବତ କରିଥିଲେ ନୀଳଗିରି ରେଞ୍ଜର ଆଇଶା ଏ ନିଶା । କାଠ ସହ ଗାଡ଼ିଟିକୁ ସିଜ୍ କରିବା ପରେ ଏହାକୁ ସ୍ଥାନୀୟ ସଜନାଗଡ଼ ନର୍ସରୀକୁ ଆଣୁଥିଲେ । ତେବେ ବାଟରେ ହଠାତ ସଜନାଗଡ଼-ଅଯୋଧ୍ୟା ମୁଖ୍ୟ ରାସ୍ତା ଉପରେ ପଡ଼ିଥିଲା ଏକ ବିଶାଳ ଶାଳ ଗଛ ।

Advertisment
Forest Department Timber Mafia Smuggling
Advertisment
Advertisment