• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଡପ ପହଣ୍ଡି ଅଘଟଣ ନେଇ କ୍ୟାପିଟାଲ ଥାନାରେ ଏତଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ଭୁବନେଶ୍ୱର ବାର ଆସୋସିଏସନ । ଅଘଟଣ ନେଇ ତୁରନ୍ତ ମାମଲା ରୁଜୁ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିବା କଥା । କିନ୍ତୁ ସେ ଦାୟିତ୍ୱରେ ଅବହେଳା କରିଛନ୍ତି । ପହଣ୍ଡି ସମୟରେ ଅନେକ ଅନଧିକୃତ ସେବାୟତ ରହିଥିଲେ । ସମନ୍ୱୟ ଅଭାବ ରହିବା ସହ ଅଭାବନୀୟ ଘଟଣା ଘଟିଲା । ମହାପ୍ରଭୁ ବଳଭଦ୍ର ଚାରମାଳ ଉପରେ ପଡ଼ିଯିବା ଇତିହାସରେ ପ୍ରଥମ । ଏଭଳି ଘଟଣା ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଧର୍ମୀୟ ଭାବନାକୁ କୁଠାରଘାତ କରିଛି। ଏହା ମନୁଷ୍ୟକୃତ ଦାୟୀତ୍ବ ହୀନତା। ତେଣୁ ଦୋଷୀ ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ଆଇନଜୀବୀ । ତେବେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନା ଅନୁସାରେ ଗତ ଜୁଲାଇ ୯ ତାରିଖରେ ଆଡ଼ପ ପହଣ୍ଡି ବେଳେ ଘଟିଥିଲା ଅଭାବନୀୟ ଘଟଣା । ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଚାରରେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର । ତାଳଧ୍ୱଜ ରଥରୁ ସେବାୟତମାନେ ବଡ଼ ଠାକୁରଙ୍କୁ ପହଣ୍ଡି କରି ଚାରମାଳ ଦେଇ ଆଣୁଥିବା ବେଳେ ହଠାତ୍ ଚାରମାଳ ଉପରେ ଖସି ପଡ଼ି ହାମୁଡେଇ ପଡିଥିଲେ ବଳଭଦ୍ର ।

ଯେଉଁଥିରେ ୭ରୁ ଅଧିକ ସେବାୟତ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଆମ୍ବୁଲାନସରେ ମେଡିକାଲ ନିଆଯାଇଥିଲା । ତେବେ ଏହି ଘଟଣା ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି । ଗତବର୍ଷ ମଧ୍ୟ ଆଡ଼ପ ପହଣ୍ଡିବେଳେ ନନ୍ଦିଘୋଷ ରଥରେ ହାମୁଡ଼େଇ ପଡିଥିଲେ ପ୍ରଭୁ ଜଗନ୍ନାଥ । ଏବର୍ଷ ସେହିଭଳି ଘଟଣାର ପୁନରାବୃତ୍ତି ଭକ୍ତ ମହଲରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି।

OTV is now on Whatsapp

Join and get latest news update delivered to you via whatsapp

Join Now