/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749903223.jpg)
ରଥରେ ମୋବାଇଲ ମନା
ପୁରୀରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକ ହୋଇଛି । ମୁଖ୍ୟ ପ୍ରଶାସକଙ୍କ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି। ଏହି ବୈଠକରେ ଜିଲ୍ଲାପାଳ, ଦଇତାପତି ନିଯୋଗର ସଭାପତି, ସମ୍ପାଦକଙ୍କ ସହିତ ଚାରି ବାଡ଼ଗ୍ରାହୀ ଉପସ୍ଥିତ ଥିଲେ। ଶୃଙ୍ଖଳିତ ଘୋଷଯାତ୍ରା ସମ୍ପାଦନା ନେଇ ବୈଠକରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ରଥଯାତ୍ରାରେ ପ୍ରଶାସନ ସହ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଦଇତାପତି ନିଯୋଗ ପକ୍ଷରୁ କୁହାଯାଇଛି । ସେହିପରି ଭକ୍ତଙ୍କ ଲାଗି ସୁବନ୍ଦୋବସ୍ତ ଏବଂ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ରାଜଧାନୀକୁ ବି ଡାଇରିଆ ଭୟ, ଆକ୍ରାନ୍ତ ହେଲେଣି ଶତାଧିକ
ସେପଟେ ଶୃଙ୍ଖଳିତ ରଥଯାତ୍ରା ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ନିର୍ଦ୍ଧାରିତ ସମୟ ଅନୁସାରେ ରଥଟଣା ଉପରେ ମୋହର ଲାଗିଛି । କୌଣସି ସେବକ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ରଥ ଟଣା ବେଳେ ଅଣସେବକ ରଥ ଉପରକୁ ଯାଇ ପାରିବେ ନାହିଁ । ଏପରିକି ସେବକଙ୍କ ସହାୟକ ମଧ୍ୟ ବସି ପାରିବେ ନାହିଁ । ଯଦି ଅଣସେବକ ଚଢ଼ିବେ ତାହେଲେ ମୋକଦ୍ଦମା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)