Advertisment

Self-Immolation: ବନ୍ଦ ଘରେ କେମିତି ଓ କାହିଁକି ପୋଡ଼ିଗଲେ ପଟ୍ଟାମୁଣ୍ଡାଇ ଛାତ୍ରୀ ? ଚେନ୍ନାଇରୁ ପୁରୁଷବନ୍ଧୁଙ୍କୁ ଆଣି ସତ ଖୋଜୁଛି ପୋଲିସ

ବୟଫ୍ରେଣ୍ଡ ଖୋଲିବେ କି ନିଜ ଗାର୍ଲଫ୍ରେଣ୍ଡ ମୃତ୍ୟୁର ରହସ୍ୟ ? କାହିଁକି ନିଆଁରେ ଜଳିପୋଡ଼ି ପ୍ରାଣ ହରାଇଲେ ପ୍ରେମିକା, ସାମ୍ନାକୁ ଆଣିବେ କି ସତ ? ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇଛି, କି ତଥ୍ୟ ପ୍ରମାଣ ଦେଉଛନ୍ତି ପୋଲିସ କବଜାରେ ଥିବା ପ୍ରେମିକ ପ୍ରମୋଦ ? ପ୍ରମୋଦଙ୍କ ଭଉଣୀ କହିଛନ୍ତି, ଯଦି ତାଙ୍କ ଭାଇ ପ୍ରମୋଦ କୌଣସି ଆପତ୍ତିଜନକ ଫଟୋ ଭାଇରାଲ୍ କରିଛି, ତାହାର ପ୍ରମାଣ ଦିଅନ୍ତୁ। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ବିବାହ କରିବାକୁ ନିଷ୍ପତ୍ତି ବି ନେଇସାରିଥିଲେ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Pattamundai Case

Pattamundai Case

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାର ଘନ ଘନ ଖୋଳତାଡ଼। ମୃତ ଛାତ୍ରୀଙ୍କ ବୟଫ୍ରେଣ୍ଡ ବଖାଣୁଛନ୍ତି, ମୃତ୍ୟୁ ପଛର ରହସ୍ୟ। ଆଜି ଚେନ୍ନାଇରୁ ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ କେନ୍ଦ୍ରାପଡ଼ା ପୋଲିସ ଧରି ଆଣି ଅଜ୍ଞାତ ସ୍ଥାନରେ ତଥ୍ୟ ଉଗାରୁଛି। ଏପରିକି ମୃତ ଛାତ୍ରୀଙ୍କ ବାପା, ମା’ ଏବଂ ଭାଇଙ୍କୁ କେନ୍ଦ୍ରାପଡ଼ା ଏସପି ଜେରା କରିଛନ୍ତି। ତାହାରି ଭିତରେ ନୂଆ ନୂଆ ଥିଓରୀ ବି ସାମ୍ନାକୁ ଆସିଥିବାବେଳେ ବୟଫ୍ରେଣ୍ଡଙ୍କ ମା’ ଓ ଭଉଣୀ ସଂଗୀନ ଅଭିଯୋଗ, ସଂପୃକ୍ତ ଯୁବତୀଙ୍କୁ ତାଙ୍କ ବାପା ହିଁ ହତ୍ୟା କରିଛନ୍ତି।

Advertisment

ବହୁଚର୍ଚ୍ଚିତ ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାରେ ପୋଲିସକୁ ମିଳିଲା କି ବଡ଼ ସୁରାଗ୍ ? କାରଣ ଅନ୍ୟଦିନ ଅପେକ୍ଷା ଆଜି ବେଶ୍ ଚଳଚଞ୍ଚଳ ହୋଇଉଠିଛି କେନ୍ଦ୍ରାପଡ଼ା ପୋଲିସ। ସାଇଣ୍ଟିଫିକ୍ ଏବଂ ଫରେନସିକ୍ ଟିମକୁ ଧରି ଖୋଦ୍ କେନ୍ଦ୍ରାପଡ଼ା ଏସପି ଆଜି କ୍ରାଇମସ୍ପଟ୍ ପଟ୍ଟାମୁଣ୍ଡାଇ କାଠିଆପଡ଼ା ଘରେ ପଶି ଏବଂ ମୃତ ଛାତ୍ରୀଙ୍କ ବାପା, ମା ଓ ଭାଇଙ୍କୁ ଧରି ଘାଣ୍ଟିଛି। ଏସବୁ ଭିତରେ ଆଜି ସାମ୍ନାକୁ ଆସିଛନ୍ତି ମୃତ ଛାତ୍ରୀଙ୍କ ବୟଫ୍ରେଣ୍ଡ। ଏ ହେଉଛନ୍ତି ସେହି ପୁରୁଷ ବନ୍ଧୁ। ଯାହାଙ୍କ ନାଁ ପ୍ରମୋଦ ବେହେରା। ଘର ବିଲିକଣା ପଞ୍ଚାୟତ ତେରୋଇ ଗାଁ। ୩ ଦିନର ତନାଘନା ପରେ ରୋଜଗାର ପାଇଁ ଯାଇଥିବା ପ୍ରମୋଦଙ୍କୁ ଚେନ୍ନାଇରୁ ଧରି ଫେରିଛି କେନ୍ଦ୍ରାପଡ଼ା ପୋଲିସ। ଅଜ୍ଞାତ ସ୍ଥାନକୁ ନେଇ ଅପରାହ୍ନରେ ଜେରା କରିଛି। କାରଣ ଗତ ୬ ତାରିଖରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଦେଇଥିବା ଏତଲାରେ ଦର୍ଶାଇନଥିଲେ ମଧ୍ୟ ପ୍ରମୋଦଙ୍କ ବ୍ଲାକମେଲ୍ ପାଇଁ ଝିଅ ଜୀବନ ହାରିଥିବା ମିଡ଼ିଆରେ ବୟାନ ଦେଇଥିଲେ ବାପା। କିନ୍ତୁ ଏକଥାକୁ ସିଧାସଳଖ ଖଣ୍ଡନ କରିବା ସହ ବାପା ମାଆ ହିଁ ସେହି ଝିଅର ହତ୍ୟାକାରୀ ବୋଲି ଅଭିଯୋଗ ଆଣିଛନ୍ତି ପ୍ରମୋଦଙ୍କ ମା’।

ତେବେ ବୟଫ୍ରେଣ୍ଡ ଖୋଲିବେ କି ନିଜ ଗାର୍ଲଫ୍ରେଣ୍ଡ ମୃତ୍ୟୁର ରହସ୍ୟ ? କାହିଁକି ନିଆଁରେ ଜଳିପୋଡ଼ି ପ୍ରାଣ ହରାଇଲେ ପ୍ରେମିକା, ସାମ୍ନାକୁ ଆଣିବେ କି ସତ ? ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇଛି, କି ତଥ୍ୟ ପ୍ରମାଣ ଦେଉଛନ୍ତି ପୋଲିସ କବଜାରେ ଥିବା ପ୍ରେମିକ ପ୍ରମୋଦ ? ପ୍ରମୋଦଙ୍କ ଭଉଣୀ କହିଛନ୍ତି, ଯଦି ତାଙ୍କ ଭାଇ ପ୍ରମୋଦ କୌଣସି ଆପତ୍ତିଜନକ ଫଟୋ ଭାଇରାଲ୍ କରିଛି, ତାହାର ପ୍ରମାଣ ଦିଅନ୍ତୁ। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ବିବାହ କରିବାକୁ ନିଷ୍ପତ୍ତି ବି ନେଇସାରିଥିଲେ। କିନ୍ତୁ ମୃତ ଯୁବତୀଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ। ଏପରିକି ପୂର୍ବରୁ ସଂପୃକ୍ତ ଯୁବତୀଙ୍କୁ ତାଙ୍କ ପରିବାର ଲୋକେ ମାଡ଼ ବି ମାରିଛନ୍ତି। ତେଣୁ ନିଜେ ହିଁ ବାପା ନିଜ ଝିଅକୁ ମାରିଥିବା ଅଭିଯୋଗ ଆଣିଛନ୍ତି ପ୍ରମୋଦଙ୍କ ଭଉଣୀ। ତେବେ ଏନେଇ ଆଜି ମୃତ ଛାତ୍ରୀଙ୍କ ବାପା କିମ୍ବା ପରିବାର ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

Advertisment

ଅଗଷ୍ଟ ୬ ପୂର୍ବାହ୍ନରେ ଶିଡ଼ି ଘରୁ ପୋଡ଼ା ଅବସ୍ଥାରେ ମିଳିଥିଲା ସଂପୃକ୍ତ ଛାତ୍ରୀଙ୍କ ମୃତଦେହ। ବାପା ଏତଲାରେ ଦର୍ଶାଇଥିଲେ, ଘରେ କେହି ନଥିବାବେଳେ ଝିଅ ନିଆଁରେ ପୋଡ଼ିଯାଇଥିଲା। ଯାହାକୁ ନେଇ ନାନା ଶଙ୍କା ଭିତରେ ପ୍ଲାଷ୍ଟିକ ବୋତଲ୍ ଏବଂ ଦିଆସିଲି ଖୋଳର ଅବସ୍ଥିତିକୁ ନେଇ ବଢ଼ିଛି ରହସ୍ୟ। ବୋତଲରେ କିରୋସିନି ନା ପେଟ୍ରୋଲ୍ ଅଣାଯାଇଥିଲା ? ଯଦି ନିଆଁରେ ଜଳି ଜୀବନଟିଏ ଚାଲିଗଲା, ମୃତଦେହର ଅତି ନିକଟରେ ପୁଣି ଠିପି ବନ୍ଦ ଅବସ୍ଥାରେ ପ୍ଲାଷ୍ଟିକ୍ ବୋତଲ୍ ପଡ଼ିରହିଥିଲା କେମିତି ? ନିଆଁରେ କେମିତି ଜଳିଗଲାନି ଦିଆସିଲି ଖୋଳ ? ଏବେ ଏଭଳି ପ୍ରଶ୍ନ ଉଠିଛି। ତେଣୁ ପ୍ରତ୍ୟକ୍ଷ ଭାବେ ମାମଲାର ତଦନ୍ତ କରୁଥିବା କେନ୍ଦ୍ରାପଡ଼ା ଏସପି ମୃତ ଛାତ୍ରୀଙ୍କ ବାପା, ମା’, ଭାଇ ଏବଂ ବୟଫ୍ରେଣ୍ଡ ପ୍ରମୋଦଙ୍କ ପାଖରୁ କେଉଁ ଚୁଡ଼ାନ୍ତ ତଥ୍ୟ ସାମ୍ନାକୁ ଆଣୁଛନ୍ତି, ତାକୁ ଅପେକ୍ଷା।

ଅଧିକ ପଢ଼ନ୍ତୁ: ନାବାଳିକା ସ୍ତ୍ରୀଙ୍କୁ ପୋଲିସ୍ ସ୍ବାମୀଙ୍କ ନିର୍ଯାତନା ଅଭିଯୋଗ, ଫେସବୁକରୁ ପ୍ରେମ ପରେ କରିଥିଲେ ବିବାହ

Police Self Immolation Pattamundai
Advertisment
Advertisment