Advertisment

Self Immolation: ବୟଫ୍ରେଣ୍ଡ ମୋବାଇଲରେ ଅଶ୍ଳୀଳ ଫଟୋ, ବାନ୍ଧିଲା ପୋଲିସ

ଗିରଫ ହେଲେ ମୃତ ଛାତ୍ରୀଙ୍କ ବୟଫ୍ରେଣ୍ଡ ପ୍ରମୋଦ ବେହେରା । ଘଟଣାର ୫ ଦିନ ପରେ ତାଙ୍କୁ ଗିରଫ କରାଯାଇଛି । ଚେନ୍ନାଇରୁ ଧରି ବୟଫ୍ରେଣ୍ଡକୁ ପଟ୍ଟାମୁଣ୍ଡାଇ ଆଣିଥିଲା ପୋଲିସ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Boyfriend

Boyfriend

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ୍ ନେଇଛି ପୋଲିସ୍ । ଗିରଫ ହେଲେ ମୃତ ଛାତ୍ରୀଙ୍କ ବୟଫ୍ରେଣ୍ଡ ପ୍ରମୋଦ ବେହେରା । ଘଟଣାର ୫ ଦିନ ପରେ ତାଙ୍କୁ ଗିରଫ କରାଯାଇଛି ।
ଓଟିଭିକୁ କେନ୍ଦ୍ରାପଡ଼ା ଏସପି କହିଛନ୍ତି ଯେ ଯୁବତୀଙ୍କ ଅଶ୍ଳୀଳ ଫଟୋ ପ୍ରମୋଦଙ୍କ ମୋବାଇଲରୁ ମିଳିଛି । ଘଟଣାର କିଛି ସମୟ ପୂର୍ବରୁ ସେ ଯୁବତୀଙ୍କ ସହ କଥା ହୋଇଥିଲେ । ଜୁଲାଇ ୧୭ରେ ଅଶ୍ଳୀଳ ଭିଡିଓ ଯୁବତୀଙ୍କ ବାପାଙ୍କ ପାଖକୁ ପଠାଇଥିଲେ । ଆଉ ୨ ଜଣଙ୍କୁ ମଧ୍ୟ ଭାଇରାଲ ଉଦ୍ଦେଶ୍ୟରେ ପଠାଇଥିଲେ ଭିଡିଓ । ଯୁବତୀଙ୍କ ଗାଁରେ ଥିବା ସିସିଟିଭିରୁ ଭିଡିଓ ଆଣି ତର୍ଜମା କରିଛି ପୋଲିସ । ଏଥିରୁ ପୋଲିସକୁ ଅନେକ ତଥ୍ୟ ମିଳିଛି ।

Advertisment

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଗରେ ଶତାଧିକ ଲୋକ ଧାରଣା ଦେଇଛନ୍ତି । କାଠିଆପଡ଼ା ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କ ପରିବାର ଲୋକ ଧାରଣା ଦେଇଛନ୍ତି । ଅଭିଯୁକ୍ତ ପ୍ରମୋଦ ବେହେରାଙ୍କ ବାପା ଆତ୍ମାହୂତି ଧମକ ଦେଇଛନ୍ତି । କିଛି ଅଘଟଣ ଏଡ଼ାଇବାକୁ ପୋଲିସ ଓ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି । 

ସାଇଣ୍ଟିଫିକ୍ ଏବଂ ଫରେନସିକ୍ ଟିମକୁ ଧରି ଖୋଦ୍ କେନ୍ଦ୍ରାପଡ଼ା ଏସପି  କ୍ରାଇମସ୍ପଟକୁ ଯାଇଥିଲେ । ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ  ମୃତ ଛାତ୍ରୀଙ୍କ ବାପା, ମା ଓ ଭାଇଙ୍କୁ ପଚରାଉଚରା କରାଯାଇଥିଲା । ଏସବୁ ଭିତରେ ସାମ୍ନାକୁ ଆସିଥିଲେ ମୃତ ଛାତ୍ରୀଙ୍କ ବୟଫ୍ରେଣ୍ଡ। ଏ ହେଉଛନ୍ତି ସେହି ପୁରୁଷ ବନ୍ଧୁ। ଯାହାଙ୍କ ନାଁ ପ୍ରମୋଦ ବେହେରା। ଘର ବିଲିକଣା ପଞ୍ଚାୟତ ତେରୋଇ ଗାଁ। ୩ ଦିନର ତନାଘନା ପରେ ରୋଜଗାର ପାଇଁ ଯାଇଥିବା ପ୍ରମୋଦଙ୍କୁ ଚେନ୍ନାଇରୁ ଧରି ଫେରିଥିଲା କେନ୍ଦ୍ରାପଡ଼ା ପୋଲିସ। ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚରା କରିଥିଲା। କାରଣ ଗତ ୬ ତାରିଖରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା  ରୁଜୁ ହୋଇଥିଲା । ପରେ ପ୍ରମୋଦଙ୍କ ବ୍ଲାକମେଲ୍ ପାଇଁ ଝିଅ ଜୀବନ ହାରିଥିବା ମିଡ଼ିଆରେ ବୟାନ ଦେଇଥିଲେ ମୃତ ଛାତ୍ରୀଙ୍କ ବାପା। କିନ୍ତୁ ଏକଥାକୁ ସିଧାସଳଖ ଖଣ୍ଡନ କରିବା ସହ ବାପା ମାଆ ହିଁ ସେହି ଝିଅର ହତ୍ୟାକାରୀ ବୋଲି ଅଭିଯୋଗ ଆଣିଛନ୍ତି ପ୍ରମୋଦଙ୍କ ମା’। ତେବେ ପୋଲିସ କହିଛି ପ୍ରମୋଦ ବିରୋଧରେ ରହିଛି ୁପ୍ରମାଣ । ହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ ମଧ୍ୟ ତାଙ୍କ ନାଁରେ ରହିଛି । 

Advertisment

ଅଧିକ ପଢ଼ନ୍ତୁ :ବନ୍ଦ ଘରେ କେମିତି ଓ କାହିଁକି ପୋଡ଼ିଗଲେ ପଟ୍ଟାମୁଣ୍ଡାଇ ଛାତ୍ରୀ ? ଚେନ୍ନାଇରୁ ପୁରୁଷବନ୍ଧୁଙ୍କୁ ଆଣି ସତ ଖୋଜୁଛି ପୋଲିସ

Kendrapara Crime News Self Immolation Police
Advertisment
Advertisment