Advertisment

FM College Student Death: ଦିନ ଗଡ଼ୁଛି, ରହସ୍ୟ ପେଡି ଖୋଲୁନି

ଏଫଏମ୍ ପୀଡ଼ିତାଙ୍କୁ ନିଶ୍ଚୟ ମିଳିବ ନ୍ୟାୟ। ଆଜି ବାଲେଶ୍ବରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଅନ୍ୟପଟେ ଓଟିଭି ହାତରେ ଲାଗିଥିବା ଆଇସିସି କମିଟି ରିପୋର୍ଟରେ କେମିତି ସମୀର ସାହୁଙ୍କୁ କ୍ଲିନଚିଟ୍ ଦିଆଯାଇଛି ତାହା ଜଳ ଜଳ ହୋଇ ସାମ୍ନାକୁ ଆସିଛି। ଏପଟେ କଲେଜ ପରିସରରେ ୭ ଅଜଣା ସାଇକେଲକୁ ନେଇ ବି ବଢ଼ିଛି ସସପେନ୍ସ।

author-image
Debadatta Aryashrestha
FM College Student Death Case (Edited Image)

FM College Student Death Case (Edited Image)

କ୍ରାଇମବ୍ରାଞ୍ଚ, ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ହେଉ କି ଉଚ୍ଚଶିକ୍ଷା ବିଭାଗର ହାଇଲେବଲ୍ ଟିମ୍, ଏଫଏମ୍ ପୀଡ଼ିତା ଆତ୍ମାହୁତି ମାମଲାର ରହସ୍ୟ ଉନ୍ମୋଚନରେ ସମସ୍ତେ ଲାଗିଛନ୍ତିକିନ୍ତୁ କେହି ନିଷ୍କର୍ସରେ ପହଞ୍ଚି ପାରିନାହାନ୍ତି। ଏଣେ ଏଭଳି ସ୍ଥିତିରେ ଆଜି ବାଲେଶ୍ବରରେ ଯାଞ୍ଚ ପ୍ରକ୍ରିୟାର ଅନୁଧ୍ୟାନ କରି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ଆମ ବିଭାଗକୁ ମାମଲାରେ ବଡ଼ ଲିଡ୍ ମିଳିସାରିଛି। ବହୁତ ପ୍ରମାଣ ବି ଯୋଗାଡ଼ କରିଛୁ, କିନ୍ତୁ ତଦନ୍ତ ସରିନି। ପ୍ରତ୍ୟକ୍ଷ କି ପରୋକ୍ଷ, ଯିଏ ସଂପୃକ୍ତ ଦୋଷୀଙ୍କୁ ଟିହ୍ନଟ କରିବା ଆମ ଦାୟିତ୍ବ। କେଉଁ ପରିସ୍ଥିତିରେ ଛାତ୍ରୀ ଆତ୍ମାହୁତି କଲେ ? ଏଚଓଡି ସମୀର ସାହୁଙ୍କ କ୍ୟାରେକ୍ଟର କେମିତି ଥିଲା ? ଜାଣିବାକୁ ଅନେକ ସାକ୍ଷୀଙ୍କ ବୟାନ ରେକର୍ଡ ହେଉଛି। ହେଲେ ସେମାନଙ୍କ ବୟାନରେ ତାଳମେଳ ରହୁନଥିବାରୁ ତଦନ୍ତରେ ଅସୁବିଧା ହେଉଛି। ପ୍ରତ୍ୟକ୍ଷଦର୍ଶୀ, ସ୍ଥାନୀୟ ଲୋକଙ୍କ ସହ କଲେଜର ଟିଚିଂ ଏବଂ ନନଚିଟିଂ ଷ୍ଟାଫଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଯଦିଓ ପୀଡ଼ିତା ଥାନାକୁ ଯାଇ ଅଭିଯୋଗ କରିନାହାନ୍ତି, କିନ୍ତୁ ତାଙ୍କୁ ନ୍ୟାୟ ନିଶ୍ଚୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି।

Advertisment

ଏଣେ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କୁ କେମିତି କ୍ଲିନ୍ ଚିଟ୍ ଦେଇଥିଲା କଲେଜ ଆଭ୍ୟନ୍ତରୀଣ ତଦନ୍ତ କମିଟି-ICC,ଓଟିଭିକୁ ମିଳିଥିବା ଉକ୍ତ ରିପୋର୍ଟର ନକଲରୁ ତାହା ଖୁଲାସା ହୋଇଛି। ଏଫଏମ୍ କଲେଜ ଅଧ୍ୟକ୍ଷଙ୍କୁ ଗତ ଜୁଲାଇ ୧ରେ ଆଇସିସି ଦେଇଥିବା ସେହି ରିପୋର୍ଟରେ ପୀଡିତାଙ୍କ ସବୁ ଅଭିଯୋଗକୁ ବାଏଁ ବାଏଁ କରି ଉଡ଼ାଇ ଦିଆଯାଇଛି। ସେଥିରେ ଲେଖାଯାଇଛି- ସମୀର ସାର୍ ଉପସ୍ଥାନକୁ ନେଇ ଭାରି କଡ଼ା ଓ ସବୁ ଛାତ୍ରଛାତ୍ରୀଙ୍କୁ ତାଗିଦ୍ କରନ୍ତି। ପୀଡ଼ିତାଙ୍କୁ ସେ କେବେ ଫିଲଡରେ ଏକାନ୍ତରେ ଭେଟିନାହାନ୍ତି କି ଫେବର ବି ମାଗିନାହାନ୍ତି। ସମୀର ସାହୁ ଜଣେ ସୁ-ପ୍ରଶାସକ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ସର୍ବଦା ଧ୍ୟାନ ଦିଅନ୍ତି। କୌଣସି ଛାତ୍ରଛାତ୍ରୀ ତାଙ୍କ ବିରୋଧରେ କେବେ ବି ଚରିତ୍ରଗତ ଆକ୍ଷେପ କରିନାହାନ୍ତି। ପୀଡ଼ିତାଙ୍କ ପରିବାରରେ କାହା ସହ କାହାର ଭଲ ବଣ୍ଡିଂ ନାହିଁ ଓ ସେ ପରିବାରରେ କାହା ସହ କ୍ଲୋଜ୍ ନୁହଁନ୍ତି ବୋଲି ନିଜେ ଉତ୍ତର ରଖିଥିବା ଦର୍ଶାଯାଇଛି। ତେବେ ଉକ୍ତ ରିପୋର୍ଟ ପକ୍ଷପାତିତା ରିପୋର୍ଟ ବୋଲି ବାଲେଶ୍ବର ସାସଂଦ ବାରମ୍ବାର ଦାବି କରି ଆସୁଥିବାବେଳେ ଆଜି ପୁଣି ଆଇସିସି କମିଟି ସଦସ୍ୟା ମିନତୀ ସେଠୀ କିନ୍ତୁ ଆଇସିସି ରିପୋର୍ଟ ଏକଦମ୍ ଠିକ୍ ବୋଲି କହିଛନ୍ତି।

ଏଣେ ଏସବୁ ଭିତରେ ଘଟଣା ପରଠୁ କଲେଜ୍ କ୍ୟାମ୍ପସରେ ପଡ଼ି ହରହିଥିବା ୬ରୁ ୭ଟି ସାଇକେଲକୁ ନେଇ ସନ୍ଦେହ ବଢ଼ିଛି। ଏହାକୁ ନେବାକୁ କେହି ଆସୁନଥିବାରୁ ଭାରପ୍ରାପ୍ତ ଅଧ୍ୟକ୍ଷ ଏହାକୁ କଲେଜ୍ ଷ୍ଟୋର ରୁମରେ ରଖିଛନ୍ତି ଓ ପୋଲିସକୁ ଜଣାଇବେ ବୋଲି କହିଛନ୍ତି। ତେବେ ଏସବୁ ସାଇକେଲ୍ କାହାର ? ପୀଡ଼ିତାଙ୍କ ଆତ୍ମାହୁତି ଘଟଣା ସହ ଏ ସାଇକେଲ ଆଣିଥିବା ଛାତ୍ରଛାତ୍ରୀଙ୍କର କି ସଂପର୍କ, ତାକୁ ନେଇ ବଢ଼ିଛି ସନ୍ଦେହ।

Advertisment
Balasore Self Immolation Student Death fm-college-news
Advertisment
Advertisment