Advertisment

BJD Protest: ନାରୀ ସୁରକ୍ଷା ଦାବିରେ ବିଜେଡିର ପ୍ରତିବାଦ; ସମାଲୋଚନା କଲା ବିଜେପି

ଏଫ.ଏମ୍. କଲେଜ୍ ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ। ଆଜି ରାଜ୍ୟରେ ଆରଡିସିସ୍ତରୀୟ ପ୍ରତିବାଦ କରୁଛି ବିଜେଡି। ସେପଟେ ବିଜେଡି ଆନ୍ଦୋଳନକୁ ରାଜନୈତିକ ସ୍ବାର୍ଥ କହିଲା ବିଜେପି।

author-image
Debadatta Aryashrestha
BJD Protest (Edited Image)

BJD Protest (Edited Image)

ଏଫ.ଏମ୍. କଲେଜ୍ ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗାରେ ଜଣେ ନାବାଳକଙ୍କୁ ଜାଳିଦେବା ମାମଲା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ପ୍ରତିଦିନ ଏହି ପ୍ରସଙ୍ଗରେ ବିରୋଧୀ ବିଜେଡି ଓ କଂଗ୍ରେସ ଶାସକ ଦଳକୁ ଟାର୍ଗେଟ କରୁଥିବାବେଳେ ଆଜି ଏହି ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ। ଆଜି ରାଜ୍ୟରେ ଆରଡିସିସ୍ତରୀୟ ପ୍ରତିବାଦ କରୁଛି ବିଜେଡି। ସେପଟେ ବିଜେଡି ଆନ୍ଦୋଳନକୁ ରାଜନୈତିକ ସ୍ବାର୍ଥ କହିଲା ବିଜେପି।

Advertisment

ବାଲେଶ୍ବର ଏଫ୍.ଏମ୍. କଲେଜ ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗା ନାବାଳିକାଙ୍କୁ ଜାଳିଦେବା ଘଟଣାରେ ଆଜି କଟକ, ସମ୍ବଲପୁର ଓ ବ୍ରହ୍ମପୁର RDC ଜୋନରେ ପ୍ରତିବାଦ କରୁଛି ବିଜେଡି । ଏଫ୍.ଏମ୍. ପୀଡ଼ିତା ଆତ୍ମାହୁତି ମାମଲାରେ କ୍ରାଇମବ୍ରାଞ୍ଚ୍ ତଦନ୍ତ ପର୍ଯ୍ୟାପ୍ତ  ନୁହେଁ, ବିଚାର ବିଭାଗୀୟ ତଦନ୍ତ ହେବାର ଆବଶ୍ୟକତା ଥିବା ବିଜେଡି କହିଛି । ଏଥିସହ ବଳଙ୍ଗା ମାମଲାକୁ ମଧ୍ୟ ମୁଦ୍ଦା କରିଛି ବିଜେଡି।

ଅନ୍ୟପଟେ ଏଫ୍.ଏମ୍ ପୀଡ଼ିତାଙ୍କୁ ନ୍ୟାୟ ଦାବି ଓ ବଳଙ୍ଗା ମାମଲାରେ ବିଜେଡି ପକ୍ଷରୁ ଆରଡିସି ଅଫିସ୍ ଆଗରେ ବିକ୍ଷୋଭକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି। ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି- ମୋହନ ମାଝୀ ସରକାର ତତ୍କାଳ ଉକ୍ତ ଘଟଣାରେ ଆକ୍ସନ ନେଇଛନ୍ତି। ବିଜେଡି କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ରାସ୍ତାକୁ ଓହ୍ଲାଉଛି।

Advertisment
BJD Self Immolation BJD Protest Minor Girl Set Ablaze BJP Balanga Police Station Odisha Politics fm-college-news
Advertisment
Advertisment