ରାୟଗଡ଼ା: ରାୟଗଡ଼ାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଭିଏଫ୍ ଯବାନ ସହିଦ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ନିୟମଗିରି ପାଦ ଦେଶରେ ଥିବା ସକଟା ଗାଁ ନିକଟରେ ଏହି ଘଟଣା ଘଟିଛି। ଗତକାଲି ସଂଧ୍ୟାରେ ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ଡିଭିଏଫ୍ ଯବାନ ସଞ୍ଜୟ ମାଝୀ ଗୁରୁତର ଆହତ ହୋଇଥିଲେ। ତେବେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସହିଦ ଯବାନଙ୍କ ଘର ରାୟଗଡ଼ା ଆମ୍ବଦଳା ଅଞ୍ଚଳରେ ବୋଲି ରାୟଗଡ଼ା […]
ରାୟଗଡ଼ା: ତ୍ରିକୋଣୀୟ ପ୍ରେମକୁ ନେଇ ଅଭାବନୀୟ ଘଟଣା। ବିବାହ ପ୍ରସ୍ତାବରେ ରାଜି ନ ହେବାରୁ ପ୍ରେମିକାକୁ ଛୁରୀରେ ଆକ୍ରମଣ କଲା ପ୍ରେମିକ। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ କାଣିପାଇ ଗାଁରେ। ସୂଚନା ଅନୁସାରେ, କାଣିପାଇ ଗାଁର ଜଣେ ଯୁବତୀଙ୍କୁ ବଳଦିଆ ଗାଁର ଯୁବକ କୁରୁମା ପ୍ରାସ୍କାକୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ପ୍ରେମିକା ଅନ୍ୟ ଜଣେ […]
ବର୍ଷାଦିନ ଆସିଲେ ନିଦ ହଜିଯାଉଛି । ନଦୀ ଫୁଲିଲେ ବଢୁଛି ଚିନ୍ତା । ଗାଁ ଆଡକୁ ମାଡି ଆସୁଛି ବିପଦ । ରାୟଗଡ଼ା ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ଥିବା ଅଣ୍ଟାରିଗୁଡା ଗାଁ । ଏଠି ଲୋକଙ୍କ ପାଇଁ ଦୁଃଖ ସାଜିଛି ନାଗାବଳୀ ନଦୀ । ଲଗାଣ ବର୍ଷା ହେଲେ ନଦୀ ଫୁଲୁଥିବା ବେଳେ କୂଳ ଖାଇ ମାଟି ଅତଡା ଖସୁଛି । ପ୍ରତିବର୍ଷ ନଦୀ ଗତିପଥ ପରିବର୍ତ୍ତନ କରି ଗାଁ ଆଡ଼କୁ ମାଡି ମାଡ଼ି ଆସୁଛି । ଫଳରେ ଲୀନ ହେବାକୁ ବସିଲାଣି ଲୋକଙ୍କ ଘରଦ୍ୱାର, ଚାଷଜମି । ସ୍ଥାୟୀ ସମାଧାନ ନେଇ ଗାଁଲୋକେ ପ୍ରଶାସନକୁ ଜଣାଇଥିଲେବି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ।