Advertisment

Odisha Tragic Hit and Run: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି

ବିଳମ୍ବିତ ରାତିରେ ଯୁବକ ମାନେ ବାଇକ୍ ଯୋଗେ କାରିଣି ଗ୍ରାମର ଠାକୁରାଣି ଯାତ୍ରା ଦେଖିବାକୁ ଯାଉଥିଲେ। ବଂଶଧାରା ନଦୀ ବ୍ରିଜ୍ ଉପରେ ଯୁବକଙ୍କ ମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା।

author-image
Tapaswini Nayak
Accident

Accident

୩ ଯୁବକଙ୍କ ମାଡ଼ିଗଲା ଅଜଣା ଗାଡ଼ି। ରାୟଗଡା ଜିଲ୍ଲା ଗୁମୁଡା ଫାଣ୍ଡି ଅନ୍ତର୍ଗତ ବଂଶଧାରା ନଦୀ ବ୍ରିଜ୍ ଉପରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଗୁଡାରି ବ୍ଲକ୍ କଇଠ ପଦରର ବୁଲୁ ଶବର ଓ ସୁବ୍ରତ ଶବର ଓ ଜଗନ୍ନାଥ ପୁର ଗ୍ରାମର ବାଳକୃଷ୍ଣ ଆରକା।

Advertisment

ଅଧିକ ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ମୃତ

ବିଳମ୍ବିତ ରାତିରେ ଯୁବକ ମାନେ ବାଇକ୍ ଯୋଗେ କାରିଣି ଗ୍ରାମର ଠାକୁରାଣି ଯାତ୍ରା ଦେଖିବାକୁ ଯାଉଥିଲେ। ବଂଶଧାରା ନଦୀ ବ୍ରିଜ୍ ଉପରେ ଯୁବକଙ୍କ ମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହକୁ ଉଦ୍ଧାର  କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି।

ଏଥିସହ ଦୁର୍ଘଟଣାଗସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ: ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କ ବେପାର ନିଶାକୁ ଦେଖି ତାଜୁବ୍ ଭିଜିଲାନ୍ସ: ତିନି ତିନିଟି ଫ୍ୟାକ୍ଟ୍ରି ଠାବ

Advertisment
Rayagada Road Accident
Advertisment
Advertisment