Advertisment

Dragon Fruit Farming in Odisha: ଦେଶୀ ମାଟିରେ ବିଦେଶୀ ଫଳ

ଗୁଣୁପୁରରେ SHG ମହିଳାମାନଙ୍କ ଡ୍ରାଗନ୍ ଫ୍ରୁଟ୍ ଚାଷ। ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆର୍ଥିକ ସ୍ୱାଧୀନତା।

author-image
Biranchi sahoo
ଅଦ୍ୟତନ ହୋଇଛି
OTV

DRAGON FRUIT

ଜମିରେ ଧାଡ଼ି ଧାଡ଼ି ହୋଇ ଲାଗିଛି କଣ୍ଟାଜାତୀୟ ଗଛ। ଆଉ ଏଥିରେ ଫଳିଛି ସୁନ୍ଦର ସୁନ୍ଦର ଲାଲ୍ ଟହଟହ ଫଳ। ଏମିତି ସେମିତି ଫଳ ନୁହେଁ, ୟାର ନାଁ ହେଉଛି ଡ୍ରାଗନ୍ ଫ୍ରୁଟ୍ସ। ଯାହାର ବଜାରରେ ଢେର୍ ଚାହିଦା। ଆଉ ଏହି ଡ୍ରାଗନ୍ ଫ୍ରୁଟ୍ସ ଚାଷ ସଫଳତାର ସହ କରି ଦେଖାଇଛନ୍ତି ରାୟଗଡା ରାମନାଗୁଡ଼ା ବ୍ଲକ ଗଟ୍ଟା ଗାଁର ମହିଳାମାନେ। ଗାଁର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରଥମେ ଛେଳି ଚାଷ ଏବଂ ଗେଣ୍ଡୁଫୁଲ ଚାଷ କରିବା ପରେ ଏବେ ଏହି ଡ୍ରାଗନ୍ ଫ୍ରୁଟ୍ସ ଚାଷ ପ୍ରତି ମନ ବଳାଇଛନ୍ତି। ପରୀକ୍ଷାମୂଳକ ଭାବେ ଗାଁର ଜଣେ ବ୍ୟକ୍ତିଙ୍କ ଜମି ଲିଜ୍ ନେଇ ୫୨୦ରୁ ଅଧିକ ଚାରା ଲଗାଇଛନ୍ତି। ଆଉ ବର୍ଷକ ପରେ ଗଛରେ ଫଳ ଆସିବା ପରେ ମହିଳାଙ୍କ ଖୁସି କହିଲେନସରେ।

Advertisment

ଓଡ଼ିଶା ଜୀବିକା ମିଶନ ଓ ଉଦ୍ୟାନ ବିଭାଗ ପ୍ରୟାସରେ ମହିଳାମାନେ ଏହି ଚାଷ କରିଛନ୍ତି। କଳାହାଣ୍ଡି ଜିଲାରୁ ଚାରା ଆଣିବା ପରେ ଫୁଲବାଣୀ ଯାଇ ଆବଶ୍ୟକ ତାଲିମ ବି ନେଇଥିଲେ। ଆଉ ଚାଷ କାର୍ଯ୍ୟ ଲାଗି ସମ୍ମନୀତ ଉଦ୍ୟାନ କୃଷି ଉନ୍ନୟନ ମିଶନ ଯୋଜନାରେ ୬ ହଜାର ଟଙ୍କା ଏବଂ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ବୁନ୍ଦା ଜଳ ସେଚନ ପାଇଁ ମହିଳାମାନଙ୍କୁ ୨୫ ହଜାର ଟଙ୍କା ଯୋଗାଇ ଦିଆଯାଇଛି। ପାରମ୍ପରିକ ଚାଷ ଠାରୁ ଏହି ଚାଷରେ ମହିଳା ମାନେ ବେଶ୍ ଲାଭବାନ ହୋଇପାରିବେ ବୋଲି କୁହାଯାଉଛି।

ବାସ୍ତବରେ ଗାଁ ମହିଳାଙ୍କ ଏହି ନିଆରା ଚାଷ ଅନ୍ୟମାନଙ୍କ ପାଇଁ ନିଶ୍ଚୟ ପ୍ରେରଣା ଯୋଗାଇବ।

Advertisment
Odisha News Odisha Rayagada Gunupur Tehsildar Dragon Fruit Farming
Advertisment
Advertisment