Disproportionate Assets
ରାୟଗଡ଼ା ଅଧୀକ୍ଷଣ ଯନ୍ତ୍ରୀଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ଯନ୍ତ୍ରୀ ସହଦେବ କିଶାନଙ୍କ ସମ୍ବଲପୁରରେ ୨ଟି ଦାମୀ ପ୍ଲଟ୍ ଠାବ ହୋଇଛି । ଏହାସହ ୫୦ ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ୍ ସହ ୧୦୦ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ ଟିମ୍ । ଏହାସହ ୧୦ ଲକ୍ଷ ଟଙ୍କାର ଆସବାବପତ୍ର ମଧ୍ୟ ଠାବ କଲା ଭିଜିଲାନ୍ସ । ଗତକାଲି ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ଯନ୍ତ୍ରୀ ସହଦେବ । ଏହାପରେ ଯନ୍ତ୍ରୀଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ ।
ଗତ ୨୩ ତାରିଖ ଦିନ ଆୟବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ନୂଆପଡ଼ା R&B କନିଷ୍ଠ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ରେଡ୍ ହୋଇଥିଲା । ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ପାଖରୁ ଏମିତି ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଇଞ୍ଜିନିୟର ସୁଶାନ୍ତଙ୍କ ପୁଳା ପୁଳା ଦାମୀ ପ୍ଲଟ ସହ, କୋଠା, ଫାର୍ମ ହାଉସ୍ ଏମିତି କେତେ କଣ ଥିବା ଜଣାପଡ଼ିଥିଲା ।
ଭୁବନେଶ୍ବର ଗଙ୍ଗୋତ୍ରୀ ନଗରରେ ଥିବା ୩ ମହଲା ବିଶିଷ୍ଟ ବହୁତଳ ପ୍ରାସାଦ, ୨୫ ଶହ ବର୍ଗଫୁଟ ଜମି ଓ ୬୫ ଶହ ବର୍ଗଫୁଟରେ ତିଆରି କୋଠାରେ ପାଖାପାଖି ୫ରୁ ୬ଟି ପରିବାରକୁ ଭଡା ସୂତ୍ରରେ ଘର ଦିଆଯାଇଥିବା ଜଣାପଡ଼ିଥିଲା । ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ଉପରେ ମଧ୍ୟ ନଜର ରଖିଛି ଭିଜିଲାନ୍ସ ।
ଅଧିକ ପଢନ୍ତୁ : ଚାକିରି କନିଷ୍ଠ ଯନ୍ତ୍ରୀ; ହେଲେ ସମ୍ପତ୍ତି, ଅଚଳାଚଳ, ସୁଶାନ୍ତ ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ...
COVID-19 Situation: ଆସିଲା ଟେଷ୍ଟିଂ କିଟ୍, କୋଭିଡ୍ ଓ ଡେଙ୍ଗୁ ସ୍ଥିତି ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ...
Hardcore Maoist Arrested: ହାର୍ଡକୋର ମାଓନେତା ଗିରଫ: ୭ଟି ବଡ଼ ହିଂସାକାଣ୍ଡରେ ଥିଲା ସମ୍ପୃକ୍ତ, ଜାଣନ୍ତୁ କିଏ...

Sunil Mohanty's Explosive Statement: ବିଜେଡି ବିଧାୟକଙ୍କ ବଡ଼ ବୟାନ; କହିଲେ, ବିଜେଡିକୁ ବିଶୃଙ୍ଖଳିତ କରିବା ପାଇଁ ଦଳ ଭିତରେ ହେଉଛି ଚକ୍ରାନ୍ତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)