Advertisment

Inter-caste Marriage: ଅନ୍ୟ ଜାତିରେ ବାହା ହେଲା ଝିଅ, ଶୁଦ୍ଧି ହେଲେ ପରିବାରର ୪୦ ସଦସ୍ୟ

ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ ଆଉ ଜଣେ ଅନୁସୂଚିତ ଜାତି ବର୍ଗର ପୁଅକୁ ପ୍ରେମ ବିବାହ କରିଥିଲେ । ଏହି ଘଟଣାକୁ ନେଇ ଝିଅ ଘର ପରିବାରରୁ ୪୦ ଜଣ ସଦସ୍ୟ ମୁଣ୍ଡନ ସହ ଶୁଦ୍ଧି ହୋଇଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ବଞ୍ଚିଛି ଝିଅ, ଶୁଦ୍ଧି ହେଲା ପରିବାର

ବଞ୍ଚିଛି ଝିଅ, ଶୁଦ୍ଧି ହେଲା ପରିବାର

ଝିଅ ଅନ୍ୟ ଜାତିର ବାହା ହେବାରୁ ପରିବାରର ୪୦ ସଦସ୍ୟ ମୁଣ୍ଡନ ସହ ଶୁଦ୍ଧି ହେଲେ । ଏଭଳି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ ଗରକପୁର ପଞ୍ଚାୟତ ବାଇଗଣଗୁଡ଼ା ଗାଁରେ । ଆଧୁନିକ ଯୁଗରେ ବି ଜାତି ପ୍ରଥାକୁ ନେଇ ଏହି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

Advertisment

ଅଧିକ ପଢ଼ନ୍ତୁ: ଯାତ୍ରା କମେଡିଆନ୍ ଦୟାଙ୍କ ଉପରୁ ଉଠିଲା ନିଲମ୍ବନ, ମାଲିକ ସଂଘ ଓ ଓଡ଼ିଶା ମାଷ୍ଟର ଆସୋସିଏନଙ୍କୁ ମାଗିଲେ ଭୁଲ୍

ସୂଚନା ଅନୁସାରେ, ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ ଆଉ ଜଣେ ଅନୁସୂଚିତ ଜାତି ବର୍ଗର ପୁଅକୁ ପ୍ରେମ ବିବାହ କରିଥିଲେ । ଏହି ଘଟଣାକୁ ନେଇ ଝିଅ ଘର ପରିବାରରୁ ୪୦ ଜଣ ସଦସ୍ୟ ମୁଣ୍ଡନ ସହ ଶୁଦ୍ଧି ହୋଇଛନ୍ତି । ପରିବାର ବର୍ଗଙ୍କ ଅନିଚ୍ଛା ସତ୍ତ୍ବେ ଯୁବକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଯୁବତୀ । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ଗାଁରେ ଏକ ବୈଠକ ବସିଥିଲା । ଜାତିରେ ରହିବାକୁ ହେଲେ ପରିବାର ବର୍ଗଙ୍କୁ ଛେଳି, କୁକୁଡ଼ା ବଳି ଦେବା ସହ ମୁଣ୍ଡନ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା । ଯଦି ନ ମାନନ୍ତି ତେବେ ଗାଁରୁ ବି ବାସନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଶେଷରେ ଗାଁ ଲୋକଙ୍କ ନିର୍ଦ୍ଦେଶରେ ଏଭଳି କାର୍ଯ୍ୟ କରିଥିଲେ ପରିବାର ଲୋକେ ।

Advertisment

Odisha Rayagada
Advertisment
Related Articles
Advertisment