• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rayagada

Rayagada Maa Majhighariani Temple Counts Rs 69.9 Lakh Cash, 54 G Gold, 5 Kg Silver
ମା’ ମଝି ଘରିଆଣୀଙ୍କ ଦାନହୁଣ୍ଡି ଗଣତି ଶେଷ

ମା’ ମଝି ଘରିଆଣୀଙ୍କ ଦାନହୁଣ୍ଡି ଗଣତି ଶେଷ। ଗଣତିରୁ ମିଳିଲା ନଗଦ ୬୯ ଲକ୍ଷ ୯୦ ହଜାର ୨୮୪ ଟଙ୍କା।

Frog Wedding
ବାହାହେଲେ ବେଙ୍ଗ-ବେଙ୍ଗୁଲୀ : ଭୋଜିରେ ହଜାରରୁ ଅଧିକ ଲୋକ

ଛତିଶଗଡର ରାୟଗଡ ଜିଲ୍ଲାରେ ହୋଇଥିବା ଏକ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିବାହ କୌଣସି ମଣିଷର ନୁହେଁ। ଏହା ହେଉଛି ବେଙ୍ଗ ଓ ବେଙ୍ଗୁଲୀ ବିବାହ। ଏହାକୁ ପୁଣୀ ହିନ୍ଦୁ ପରମ୍ପରାର ରୀତିନୀତି ଅନୁସାରେ କରାଯାଇଛି। ସେପ୍ଟେମ୍ବର ୧୧ରେ, ରାୟଗଡର ଲାଲୁଙ୍ଗା ଠାରେ ବେଙ୍ଗ-ବେଙ୍ଗୁଲୀ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଉତ୍ସବରେ ବର ଓ କନ୍ୟା ପକ୍ଷରୁ ଏକ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ।

Wife Beats To Husband
ବିବାହ ପରେ ସ୍ତ୍ରୀକୁ ପ୍ରତାରଣା, ବିଚ୍ ରାସ୍ତାରେ ସ୍ୱାମୀକୁ ମାଡ଼ ମାରି ପୋଲିସ ଜିମା ଦେଲା ସ୍ତ୍ରୀ

ମହଙ୍ଗା ପଡ଼ିଲା ବିବାହ ପରେ ସ୍ତ୍ରୀକୁ ପ୍ରତାରଣା। ବିଚ୍ ରାସ୍ତାରେ ମାଡ଼ ମାରି ସ୍ୱାମୀକୁ ପୋଲିସ ଜିମା ଦେଲା ସ୍ତ୍ରୀ। ସ୍ତ୍ରୀକୁ ଆନ୍ଧ୍ରପ୍ରଦେଶରେ ଛାଡ଼ି ଆସିଥିବା ସ୍ୱାମୀ ଶେଷରେ ଧରାପଡ଼ିଛନ୍ତି।

Three Arrested In Photographer’s Death Case
ଫଟୋଗ୍ରାଫରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା, ପର୍ଦ୍ଦାଫାସ ହେଲା ମୃତ୍ୟୁ ରହସ୍ୟ

ଫଟୋଗ୍ରାଫର ବି.ରାଜକୁମାରଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପରକୀୟା ପ୍ରୀତିକୁ ନେଇ ରାଜକୁମାରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି।

Mysterious death
ରାତିରେ ଅଧା କଥାରୁ କଟିଗଲା ପୁଅର କଲ୍‌, ସକାଳେ ଆସିଲା ମୃତ୍ୟୁ ଖବର

ମୃତ ରାଜୁର ପିତାଙ୍କ କହିବା ଅନୁଯାୟୀ ରାତି ଗୋଟାଏ ବେଳେ ତାଙ୍କ ପୁଅର ମୋବାଇଲ‍୍‌ ଫୋନରୁ ତାଙ୍କୁ କଲ‍୍‌ ଯାଇଥିଲା। ପୁଅ କହିଥିଲା ଯେ କିଛି ଲୋକ ତାକୁ ମରାପିଟା କରୁଛନ୍ତି, ତିରିଶି ହଜାର ଟଙ୍କା ଦେଲେ ଛାଡିବେ ବୋଲି କହିବା ପରେ ଫୋନ କଟି ଯାଇଥିଲା। ସେ ସକାଳୁ ରାୟଗଡା ଆସିବା ବେଳେ ପୁଅର ମୃତ୍ୟୁ ଖବର ପାଇଥିଲେ।

Village Guard Shot Dead By Maoists
ପୁଣି ମୁଣ୍ଡ ନେଲେ ମାଓବାଦୀ, ଘରୁ ଡାକି ଗାଁ ଦାଣ୍ଡରେ ଗ୍ରାମରକ୍ଷୀଙ୍କୁ ହତ୍ୟା

ପୁଣି ମୁଣ୍ଡ ନେଲେ ମାଓବାଦୀ। ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡ଼ା ଗାଁର ଜଣେ ଗ୍ରାମରକ୍ଷୀଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି।ମାଓମାଦୀମାନେ ତାଙ୍କୁ ମାଡ଼ ମାରିବା ସହ ଗୁଳି କରି ଗାଁ ଦାଣ୍ଡରେ ହତ୍ୟା କରିଥିଲେ। 

 Fraud In Name Of ‘Kisan Sabha’ Card
‘କିଷାନ ସଭା’ କାର୍ଡ ନାଁରେ ଠକେଇ, ସୁବିଧା ମିଳିବ କହି ଚାଷୀଙ୍କଠୁ ନେଇଗଲେ ଟଙ୍କା

ଚାଷୀଙ୍କୁ ସାଂଘାତିକ ଭାବେ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଚାଷୀଙ୍କୁ କିଷାନ ସଭା କାର୍ଡ ଦେଇ ସେଥିରେ ସମସ୍ତ ପ୍ରକାର ସୁବିଧା ମିଳୁଥିବା କହି ଠକେଇ ହୋଇଥିବା ଅଭିଯୋଗ ଆସିଛି।

Pacca Houses Under Awas Scheme
ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ରାୟଗଡ଼ା ସହରର ରାମକୃଷ୍ଣନଗର ଝୋଡ଼ିଆ ସାହିରେ ବାସ କରୁଥିବା ଗରିବ ଲୋକଙ୍କ ପାଇଁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ସାତ ସପନ ହୋଇଛି। ବସ୍ତିରେ ୫୦ରୁ ଅଧିକ ଦିନ ମଜୁରିଆ ପିଲା ଛୁଆଙ୍କୁ ଧରି କୁଡ଼ିଆରେ ରହୁଥିଲେ ବି ଏଯାଏ କାହାକୁ ଘର ଖଣ୍ଡିଏ ମିଳିନାହିଁ। ବର୍ଷକୁ ବର୍ଷ ପୌର କାର୍ଯ୍ୟାଳୟକୁ ଯାଇ ଆବେଦନ କରୁଥିଲେ ବି ଆଜି ଯାଏ କାହା ଭାଗ୍ୟରେ ଘର ଖଣ୍ଡିଏ ଜୁଟିଲା ନାହିଁ। ଠିକ୍ ସେମିତି, ହରିଜନ ସାହିର ଅନନ୍ତ ଶଗଡ଼ିଆ। ଆବଶ୍ୟକୀୟ କାଗଜପତ୍ର ଦେଇ ଆବେଦନ କରିଥିଲେ ବି ଘର ମିଳିନାହିଁ। ଘର ନଥିବାରୁ ଭଙ୍ଗା କୁଡ଼ିଆରେ ଖରା ବର୍ଷାରେ ନିଜର ଭିନ୍ନକ୍ଷମ ପୁଅ ସହ ସାତ ପ୍ରାଣୀ କୁଟୁମ୍ବକୁ ନେଇ ରହୁଛନ୍ତି ଅନନ୍ତ ।

Aswini Vaishnaw
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କମନ୍‌ମ୍ୟାନ୍ ଅନ୍ଦାଜ, ଦେଖନ୍ତୁ ଭିଡିଓ

ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କମନ୍‌ମ୍ୟାନ୍ ଅନ୍ଦାଜ । ଟ୍ରେନ୍‌ରେ ଯାତ୍ରୀଙ୍କ ସହ ମିଶି ଗପିଲେ, ଆଦିବାସୀଙ୍କ ସହ ନାଚଗୀତ କଲେ, ଚାହା ବିସ୍କୁଟ୍ ଖାଇ ମୋବାଇଲ୍‌ରେ ଅନ୍‌ଲାଇନ୍‌ ପେମେଣ୍ଟ ବି କଲେ ।

Ashwini Vaishnaw
‘ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ହେବ ତ୍ୱରାନ୍ୱିତ’

ରାୟଗଡା ନୂତନ ରେଳ ଡିଭିଜନର କାର୍ଯ୍ୟ ଆଗେଇ ଚାଲିଛି । ଏହା ସହିତ ପ୍ରସ୍ତାବିତ ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ।

rayagada
ରାୟଗଡାର ଟ୍ରି-ମ୍ୟାନ୍‌ : ୨୦ ବର୍ଷରେ ୧୦ହଜାରରୁ ଅଧିକ ଗଛ ଲଗାଇଛନ୍ତି ଗୋପୀନାଥ ଚୌଧୁରୀ

ଟଗର, କନିଅର, ରଙ୍ଗଣୀ ଆଦି ଫୁଲଗଛ ସାଙ୍ଗକୁ ବେଲ, ଅଁଳା, ଜାମୁକୋଳି ଭଳି ଔଷଧୀୟ ବୃକ୍ଷ ମଧ୍ୟ ଲଗାଉଛନ୍ତି । ଗଛ ଲଗାଇବା ସହ ଆଗ୍ରହୀ ଲୋକଙ୍କୁ ମାଗଣାରେ ଚାରା ମଧ୍ୟ ବଣ୍ଟନ କରିଥାନ୍ତି ଗୋପୀନାଥ । ସହରରେ ଲୋକଙ୍କ ଫୁଲର ଚାହିଦା ମେଣ୍ଟାଇବା ସହ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ଏଭଳି ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇଥିବା କହିନ୍ତି ଗୋପୀନାଥ

Man Arrested
ନିଜ ଘରେ ଚୋରି କରି ଥାନାରେ ଅଭିଯୋଗ

ନିଜ ଘରୁ ଚୋରି ହୋଇଥିବା ଅଭିଯୋଗ କରି ପୋଲିସ ଫାସରେ ପଡ଼ିଛନ୍ତି ଜଣେ ବ୍ୟକ୍ତି। ରେଡ୍ କରି ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା ଟଙ୍କା ଓ ସୁନା ଗହଣା ଜବତ କରିଛି। ପୋଲିସର ସୂଚନା ଅନୁସାରେ, ଗତ ୩୧ ତାରିଖରେ ରାୟଗଡା ରୟତ କଲୋନୀରେ ରହୁଥିବା ବିଶ୍ୱ ଗଣପତି ଶର୍ମା ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଏବଂ ୧୦ ଭରି ସୂନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏଭଳି ଏକ ବଡ଼ଧରଣର ଚୋରି ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲା ପୋଲିସ।

6 odia death
କେମିତି ପୋଡ଼ି ହୋଇଗଲେ ୬ ଓଡ଼ିଆ ଶ୍ରମିକ?

ଭୟଙ୍କର..ବୀଭତ୍ସ...ଘଟଣା। ନା ବର୍ଣ୍ଣନା କରିହେଉଛି, ନା ସେ ଚିତ୍ରକୁ ସ୍ପଷ୍ଟ ଦେଖିହେଉଛି। ମଣିଷଙ୍କ ଶବ ପଡ଼ିଛି ଜାକୁ ଜୁକି ହୋଇ। ଆଉ ତାହାରି ଭିତରେ ସାଇଣ୍ଟିଫିକ୍ ଟିମକୁ ଧରି ଚାଲିଛି ଆନ୍ଧ୍ର ପୋଲିସର ତନାଘନା । କାରଣ ଛଅ ଛଅ ଜଣ ଖଟିଖିଆ ମଣିଷଙ୍କ ଶୋଚନୀୟ ଭାବେ ଗୁଣ୍ଟୁର ଜିଲ୍ଲା ରେପାଲ ସ୍ଥିତ ଲଙ୍କେଭାନିଡିବାରେ ମୃତ୍ୟୁ ହୋଇଛି। ଯାହାଙ୍କ ଘର ସୁଦୂର ରାୟଗଡ଼ା ଜିଲ୍ଲା ଗୁଣୁପୁର ଏବଂ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ

Rayagada
ଜଗା ପ୍ରେମରେ ଆଉ ଜଣେ ସାଲବେଗ : ହେରାପଞ୍ଚମୀରେ ମହାପ୍ରଭୁଙ୍କ ଦର୍ଶନ କଲେ, ଭୋଗ ଲଗାଇଲେ

ଭାବ ଭକ୍ତିର ଡୋରରେ ବନ୍ଧା ଭାବ ବିନୋଦିଆ ଠାକୁର । ଜଗା ପ୍ରେମରେ ଆଉ ଜଣେ ସାଲବେଗ । ଅସହାୟ ବୃଦ୍ଧବୃଦ୍ଧାଙ୍କୁ ମାଗଣା ଖାଇବାକୁ ଦେଇ ବହୁ ଚର୍ଚ୍ଚାକୁ ଆସିଥିବା କାସିମ୍ ଚାଚା ଏବେ ପୁଣି ଚର୍ଚ୍ଚାରେ ।

imfa--1
ବିଧାନସଭାରେ ଉଠିଲା ଇମ୍ଫା ପ୍ରସଙ୍ଗ

ଭୁବନେଶ୍ୱର : ଆଜି ବିଧାନସଭାରେ ଉଠିଛି ଥେରୁବାଲି ଇମ୍ଫା କାରଖାନା ଆଗରେ ଆନ୍ଦୋଳନ ନାଁରେ ଆତଙ୍କ ପ୍ରସଙ୍ଗ। ବିଧାନସଭାରେ ଆଜି ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏ ପ୍ରସଙ୍ଗ ଉଠାଇ ଓଡ଼ିଆ ଉଦ୍ୟୋଗୀଙ୍କ କାରଖାନାକୁ ସରକାର ସୁରକ୍ଷା ଦେଉନଥିବା ଅଭିଯୋଗ କରିଛନ୍ତି। ପୋଲିସ ସାମ୍ନାରେ ଇମ୍ଫା ଆଗରେ ଗଣ୍ଡଗୋଳ କାହିଁକି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ଏ ପ୍ରସଙ୍ଗରେ ଟ୍ୱିଟ୍ କରି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, […]

rayagada
ଜୀବନ ବଞ୍ଚାଇବାକୁ ୨୨ ଘଣ୍ଟାର ଗୁଣିଗାରେଡ଼ି

ରାୟଗଡ଼ା: ଅନ୍ଧବିଶ୍ୱାସର ନଗ୍ନ ନମୂନା। ମୃତ ପତ୍ନୀର ଜୀବନ ଫେରାଇ ଆଣିବାକୁ ସ୍ୱାମୀର ୨୨ ଘଣ୍ଟା ଧରି ଝଡ଼ାଫୁଙ୍କା। ରାୟଗଡ଼ାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣକ ଶିବପଦର ପଞ୍ଚାୟତ ସମିତିସଭ୍ୟା କୁନି ନୁଣ୍ଡ୍ରୁକା କିଛି ଦିନ ହେବ ଅସୁସ୍ଥ ଥିଲେ। ମେଡିକାଲ ନନେଇ ଅସୁସ୍ଥ ସ୍ତ୍ରୀକୁ ସ୍ୱାମୀ ଝଡ଼ାଫୁଙ୍କା କରୁଥିଲେ ବୋଲି ଜଣାପଡ଼ିଛି। ଗତକାଲି ସକାଳ ୧୦ଟାରେ କୁନିଙ୍କ ମୃତ୍ୟୁ ପରେ ବି ଶବଦାହ ପାଇଁ ଛାଡ଼ୁନଥିଲେ ସ୍ୱାମୀ। ଜୀବନ ଫେରାଇବାକୁ ତନ୍ତ୍ର କରୁଥିଲେ […]

dvf jawan
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଭିଏଫ୍ ଯବାନ ସହିଦ

ରାୟଗଡ଼ା: ରାୟଗଡ଼ାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଭିଏଫ୍ ଯବାନ ସହିଦ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ନିୟମଗିରି ପାଦ ଦେଶରେ ଥିବା ସକଟା ଗାଁ ନିକଟରେ ଏହି ଘଟଣା ଘଟିଛି। ଗତକାଲି ସଂଧ୍ୟାରେ ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍  ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ଡିଭିଏଫ୍ ଯବାନ ସଞ୍ଜୟ ମାଝୀ ଗୁରୁତର ଆହତ ହୋଇଥିଲେ। ତେବେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସହିଦ ଯବାନଙ୍କ ଘର ରାୟଗଡ଼ା ଆମ୍ବଦଳା ଅଞ୍ଚଳରେ ବୋଲି ରାୟଗଡ଼ା […]

youth attacks girl
ତ୍ରିକୋଣୀୟ ପ୍ରେମରୁ ହତ୍ୟା ଉଦ୍ୟମ

ରାୟଗଡ଼ା: ତ୍ରିକୋଣୀୟ ପ୍ରେମକୁ ନେଇ ଅଭାବନୀୟ ଘଟଣା। ବିବାହ ପ୍ରସ୍ତାବରେ ରାଜି ନ ହେବାରୁ ପ୍ରେମିକାକୁ ଛୁରୀରେ ଆକ୍ରମଣ କଲା ପ୍ରେମିକ। ଏଭଳି ଘଟଣା ଘଟିଛି  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ କାଣିପାଇ ଗାଁରେ। ସୂଚନା ଅନୁସାରେ, କାଣିପାଇ ଗାଁର ଜଣେ ଯୁବତୀଙ୍କୁ ବଳଦିଆ ଗାଁର ଯୁବକ କୁରୁମା ପ୍ରାସ୍କାକୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ପ୍ରେମିକା ଅନ୍ୟ ଜଣେ […]

Nagavali River
ରାୟଗଡ଼ାବାସୀଙ୍କ ପାଇଁ ଦୁଃଖ ପାଲଟିଛି ନାଗାବଳୀ ନଦୀ: ଗତିପଥ ବଦଳୁଥିବାରୁ ସଙ୍କଟରେ ଜୀବନ-ଜୀବିକା

ବର୍ଷାଦିନ ଆସିଲେ ନିଦ ହଜିଯାଉଛି । ନଦୀ ଫୁଲିଲେ ବଢୁଛି ଚିନ୍ତା । ଗାଁ ଆଡକୁ ମାଡି ଆସୁଛି ବିପଦ । ରାୟଗଡ଼ା ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ଥିବା ଅଣ୍ଟାରିଗୁଡା ଗାଁ । ଏଠି ଲୋକଙ୍କ ପାଇଁ ଦୁଃଖ ସାଜିଛି ନାଗାବଳୀ ନଦୀ । ଲଗାଣ ବର୍ଷା ହେଲେ ନଦୀ ଫୁଲୁଥିବା ବେଳେ କୂଳ ଖାଇ ମାଟି ଅତଡା ଖସୁଛି । ପ୍ରତିବର୍ଷ ନଦୀ ଗତିପଥ ପରିବର୍ତ୍ତନ କରି ଗାଁ ଆଡ଼କୁ ମାଡି ମାଡ଼ି ଆସୁଛି । ଫଳରେ ଲୀନ ହେବାକୁ ବସିଲାଣି ଲୋକଙ୍କ ଘରଦ୍ୱାର, ଚାଷଜମି । ସ୍ଥାୟୀ ସମାଧାନ ନେଇ ଗାଁଲୋକେ ପ୍ରଶାସନକୁ ଜଣାଇଥିଲେବି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ।