Advertisment

Ration Card: ‘୩ ମାସରେ e-KYC ନ କଲେ ରାସନ କାର୍ଡ କଟାଯିବ’

ମନ୍ତ୍ରୀ କହିଛନ୍ତି, e-KYC କରିନଥିବା ଲୋକଙ୍କ ପାଇଁ ୩ ମାସ ଅପେକ୍ଷା କରିବ ସରକାର । କାର୍ଡଗୁଡ଼ିକୁ ସେହି ସମୟରେ ସସପେଣ୍ଡ ଅବସ୍ଥାରେ ରହିବ। ଯଦି ୩ ମାସ ଭିତରେ ସେମାନେ e-KYC ନକରିବେ କାର୍ଡଗୁଡ଼ିକୁ କାଟି ଦେବେ ସରକାର।

author-image
Sujit kumar Swain
ଅଦ୍ୟତନ ହୋଇଛି
Odisha halts rice supply for 20.58 lakh

Odisha halts rice supply for 20.58 lakh

ରାସନ୍ କାର୍ଡ ପାଇଁ ରାଜ୍ୟରେ ୨୦ ଲକ୍ଷ ୫୮ ହଜାର ଲୋକ e-KYC କରି ନାହାନ୍ତି। ସେମାନଙ୍କର ଚାଉଳ ବନ୍ଦ କରାଯାଇଛି। ଯଦି ଚାଉଳ ଯାଉନି ସେମାନେ e-KYC କଲେ ସରକାର ଚାଉଳ ଦେବେ। ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Advertisment

ମନ୍ତ୍ରୀ କହିଛନ୍ତି, e-KYC କରିନଥିବା ଲୋକଙ୍କ ପାଇଁ ୩ ମାସ ଅପେକ୍ଷା କରିବ ସରକାର । କାର୍ଡଗୁଡ଼ିକୁ ସେହି ସମୟରେ ସସପେଣ୍ଡ ଅବସ୍ଥାରେ ରହିବ। ଯଦି ୩ ମାସ ଭିତରେ ସେମାନେ e-KYC ନକରିବେ କାର୍ଡଗୁଡ଼ିକୁ କାଟି ଦେବେ ସରକାର। ତାପରେ ଆସି e-KYC କଲେ ଚାଉଳ ପାଇବେ। ଯେଉଁ ଜିଲ୍ଲାଗୁଡ଼ିକରେ ନେଟୱର୍କ ସମସ୍ୟା ଥିଲା ସେଠାରେ ନେଟୱର୍କ ବ୍ୟବସ୍ଥା କରିଛନ୍ତି ସରକାର। ବୁଷ୍ଟର ମଧ୍ୟ ଲଗାଯାଇଛି। ୫ ବର୍ଷରୁ ଅଧିକ ବୟସ ପିଲାମାନେ ରାସନ କାର୍ଡରେ ସାମିଲ ହେବେ।

Ration Card
Advertisment
Advertisment