/odishatv-khabar/media/media_files/2025/10/14/ration-e-kyc-2025-10-14-18-27-47.jpg)
Ration e-KYC Photograph: (OTV)
ସରକାର ଦେଲେ ଜରୁରୀ ସୂଚନା... ସରିଗଲା ଡେଡ୍ଲାଇନ, e-KYC କରିନଥିଲେ, ଏଣିକି କାମ ଦେବନି ରାସନ କାର୍ଡ ।
ଆପଣ ରାସନ କାର୍ଡରେ ଚାଉଳ ପାଉଛନ୍ତି କି ? କିନ୍ତୁ ଏ ଯାଏଁ e-KYC କରିନାହାନ୍ତି ? ଆଉ ମିଳିବନି ମାଗଣା ଚାଉଳ । ରାସନ କାର୍ଡରୁ ବାଦ୍ ପଡିବେ । e-KYC କରିନଥିବା ଲୋକ ଚାଉଳ ପାଉଥିଲେ, ତାକୁ ବନ୍ଦ କରିଦିଆଯିବ । ଆସନ୍ତା ମାସରୁ ଆଉ ଚାଉଳ କିମ୍ବା ଅନ୍ୟାନ୍ୟ ରାସନ ସାମଗ୍ରୀ ଦିଆଯିବନି । ଏନେଇ ଆଜି ବଡ଼ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଏବେ ବି ରାଜ୍ୟର ୧୫ ଲକ୍ଷ ୬୭ ହଜାର e-KYC କରିନାହାନ୍ତି । ଯେଉଁମାନେ e-KYC କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବ ନାହିଁ । କେନ୍ଦ୍ର ସରକାର e-KYC ବନ୍ଦ କରିସାରିଛନ୍ତି । ଆଉ ସମୟ ନାହିଁ । ତେବେ ପୁଣି ଡେଡଲାଇନ ବଢିବା ନେଇ ମନ୍ତ୍ରୀ କହିଛନ୍ତି ଯେ, ୭ରୁ ୮ ମାସ ଧରି ଇ-କେୱାସି ପ୍ରକ୍ରିୟା ଚାଲିଲା । ତେଣୁ ଆଉ ବଢିବାର ନାହିଁ । ଯଦି କେନ୍ଦ୍ର ସମୟ ବଢ଼େଇବ ତେବେ ରାଜ୍ୟ ସରକାର ବି ବୃଦ୍ଧି କରିବେ । ଯଦି କିଏ ବାଦ୍ ରହିଯାଇଥିବ ସେମାନେ ଲିଖିତ ଭାବେ ଦେଲେ ବିଚାର କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।
ଗତ ସେପ୍ଟେମ୍ବର ୩୦ ତାରିଖ ଯାଏ ଥିଲା e-KYC ଡେଡ୍ଲାଇନ । ଏହାପରେ e-KYC ବନ୍ଦ କରିଦେଇଛନ୍ତି କେନ୍ଦ୍ର ସରକାର । ଅର୍ଥାତ୍ ଇ-କେୱାସି କରିନଥିଲେ ଏଣିକି ଆପଣଙ୍କ ରାସନ କାର୍ଡ ନିଷ୍କ୍ରିୟ ହୋଇଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)