/odishatv-khabar/media/media_files/2025/09/23/sara-2025-09-23-13-23-47.jpg)
ସାର Photograph: (OTV)
ସାର ପାଇଁ ଆନ୍ଦୋଳନରେ ବସିଲେ, ଶେଷରେ ସମବାୟ ସଂପାଦକଙ୍କୁ ଘେରି ସାର ବସ୍ତା ବୋହି ନେଲେ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଚାହିଁ ରହିଥିଲା ପୋଲିସ, ସାର ବସ୍ତା ବୋହିନେଲେ ଚାଷୀ । ସାର ମିଳୁନଥିବା ଅଭିଯୋଗରେ ଦିଗପହଣ୍ଡି ମଉଳାଭଣଜା ଛକରେ ରାସ୍ତାରୋକ କରିଥିଲେ ଚାଷୀ।
୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଶତାଧିକ ଚାଷୀ । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାପରେ ରାସ୍ତାରୋକ ହଟିଥିଲା । ବିକ୍ଷୋଭରୁ ଓହରି ମଉଳାଭଣଜା ସେବା ସମବାୟ ସମ୍ପାଦକଙ୍କୁ ଘେରିଥିଲେ ଚାଷୀ । ପରେ ପୋଲିସ ଉପସ୍ଥିତିରେ ସାର ବୋହି ନେଇଥିଲେ ଚାଷୀ । ଘଟଣାସ୍ଥଳରେ ପୋଲିସ କେବଳ ତଟକା ହୋଇ ଚାହିଁ ରହିଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)