Advertisment

Crisis After Election: ରାଜରାସ୍ତାରେ ସୁରକ୍ଷାବାହିନୀଙ୍କ ସହ ଖଣ୍ଡଯୁଦ୍ଧ, ହିଂସାକାଣ୍ଡରେ ୭୦୦କୁ ଅଧିକ ମୃତ

ସାଧାରଣ ନିର୍ବାଚନ ରେଜଲ୍ଟ ପରେ ଘଟିଛି ହିଂସାକାଣ୍ଡ। ତାଞ୍ଜାନିଆ ରାଷ୍ଟ୍ରପତି ସମିଆ ହସନଙ୍କ ବିଜୟ ପରେ ତେଜିଲା ହିଂସା। ଫଳାଫଳକୁ ବିରୋଧ କରି ତାତିଥିଲେ ବିକ୍ଷୋଭକାରୀ।

author-image
Chinmayee Sahoo
Tanzania

Tanzania Photograph: (OTV)

ତାଞ୍ଜାନିଆରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଗଲାଣି ୭୦୦କୁ ଅଧିକ ଜୀବନ। ମୁଖ୍ୟ ବିରୋଧୀ ଦଳ ଚାଡେମା ପକ୍ଷରୁ ଏହି ଦାବି କରାଯାଇଛି। ହିଂସାକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ଭିତରେ ଅଛନ୍ତି ଦାର୍ ଅସ୍ ସଲାମରେ ୩୫୦ ଓ ମ୍ୱାଞ୍ଜାରେ ୨୦୦ରୁ ଅଧିକ ବିକ୍ଷୋଭକାରୀ। ପ୍ରକୃତ ସଂଖ୍ୟା ଢେର ଅଧିକ ହୋଇପାରେ ବୋଲି କହିଛନ୍ତି ଚାଡେମା ପାର୍ଟି ମୁଖପାତ୍ର ଜନ୍ କିଟୋକା। 

Advertisment

ଗତ ୨୯ ତାରିଖରେ ତାଞ୍ଜାନିଆ ସାଧାରଣ ନିର୍ବାଚନରେ ଶାସକ ଦଳ ଚାମା ଚା ମାପିଣ୍ଡୁଜୀ-CCM ପ୍ରାର୍ଥୀ ତଥା ରାଷ୍ଟ୍ରପତି ସମିଆ ସୁହୁଲୁ ହସନଙ୍କୁ ବିପୁଳ ବହୁମତ ମିଳିଛି। ଫଳାଫଳକୁ ବିରୋଧ କରି ତାତିଥିଲେ ବିକ୍ଷୋଭକାରୀ। ଏତିକି ବେଳେ ସୁରକ୍ଷାବାହିନୀ ଓ ଆନ୍ଦୋଳନକାରୀଙ୍କ ଭିତରେ ଖଣ୍ଡଯୁଦ୍ଧ ହୋଇଥିଲା। 

ଉତ୍ୟକ୍ତ ଆନ୍ଦୋଳନକାରୀ ପୋଲିସ ଷ୍ଟେସନରେ ବି ନିଆଁ ଲଗାଇ ଦେଇଥିଲେ। ଦାର୍ ଅସ୍ ସଲାମ, ମ୍ୱାଞ୍ଜା ଏବଂ ଆରୁଶା ଭଳି ସହରରେ ରାଜରାସ୍ତା ପାଲଟିଥିଲା ରଣଭୂମି। ଯେଉଁଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି। ହିଂସା ବଢୁଥିବାରୁ ସରକାର ଦେଶବ୍ୟାପୀ ଇଣ୍ଟରନେଟ୍ ବ୍ଲାକ ଆଉଟ୍ କରିବା ସହ କର୍ଫ୍ୟୁ ଜାରି କରିଥିଲେ।

Advertisment

•    ତାଞ୍ଜାନିଆରେ ନିର୍ବାଚନୀ ହିଂସାରେ ୭୦୦କୁ ଅଧିକ ମୃତ
•    ତାଞ୍ଜାନିଆ ବିରୋଧୀ ଦଳ ପକ୍ଷରୁ ଦାବି
•    ସାଧାରଣ ନିର୍ବାଚନ ରେଜଲ୍ଟ ପରେ ହିଂସାକାଣ୍ଡ
•    ରାଷ୍ଟ୍ରପତି ସମିଆ ହସନଙ୍କ ବିଜୟ ପରେ ତେଜିଲା ହିଂସା
•    ଫଳାଫଳକୁ ବିରୋଧ କରି ତାତିଥିଲେ ବିକ୍ଷୋଭକାରୀ
•    ରାଜରାସ୍ତାରେ ସୁରକ୍ଷାବାହିନୀଙ୍କ ସହ ଖଣ୍ଡଯୁଦ୍ଧ 
•    ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଲେ ଆନ୍ଦୋଳନକାରୀ 
•    ବିଭିନ୍ନ ସହରରେ ରାଜରାସ୍ତା ପାଲଟିଥିଲା ରଣଭୂମି
•    ତାଞ୍ଜାନିଆ ହିଂସା
•    ୭୦୦ରୁ ଅଧିକ ମୃତ
•    ରାଜରାସ୍ତାରେ ଖଣ୍ଡଯୁଦ୍ଧ
•    ପୋଲିସ ସହ ମୁହାଁମୁହିଁ
•    ପୋଲିସ ଷ୍ଟେସନ ଜାଳିଦେଲେ
•    ରାଜରାସ୍ତାରେ ଜଳିଲା ନିଆଁ

Protest
Advertisment
Related Articles
Advertisment