/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709194625.jpg)
Prashant Jagdev
ପଦ୍ମ ଧରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଜି ସେ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ ହୋଇଛନ୍ତି। ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ପ୍ରଶାନ୍ତ। ବିଜେପି ସହପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ୯ ସେପ୍ଟେମ୍ବର ୨୦୨୧ରେ ବିଜୁ ଜନତା ଦଳ ନିଲମ୍ବିତ କରିଥିଲା। ତେବେ ବିଜେଡିରୁ ନିଲମ୍ବିତ ହେବା ପରେ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନେକ ଦିନ ହେବ ଚର୍ଚ୍ଚା ହେଉଥିଲା। ଆଉ ଆଜି ସେହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ।
ଅଧିକ ପଢ଼ନ୍ତୁ: ନବୀନ ବାବୁ ଏବେ ରାଜନୀତିରୁ ନିବୃତ୍ତ ରହନ୍ତୁ: ପ୍ରଶାନ୍ତ ଜଗଦ୍ଦେବ
ସୂଚନା ଅନୁସାରେ ପ୍ରଶାନ୍ତ ଜଗଦ୍ଦେବ ୨୦୧୪ରେ ବେଗୁନିଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୯ରେ ବିଜେଡି ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ୍ ଦେଇଥିଲା। ଏବଂ ସେ ୨୦୧୯ରେ ମଧ୍ୟ ସେଠାରୁ ନିର୍ବାଚିତ ହୋଇଥିଲେ।
ସାଧାରଣ ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତିରେ ସେତିକି ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ଏକାଧିକ ବିଜେଡି ନେତା ବିଜେପିରେ ସାମିଲ ହୋଇଛନ୍ତି। ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ। ଆଉ ଆଜି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପଦ୍ମ ଧରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)