/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727159187.jpg)
Pradeep Majhi
ବିଜେଡିର ଶୋଚନୀୟ ପରାଜୟ ପଛର କାରଣ କ’ଣ ? ନିର୍ବାଚନ ହାରିବାର ୩ ମାସ ପରେ ପରାଜୟର କାରଣ କହିଛନ୍ତି ନବରଙ୍ଗପୁର ବିଜେଡି ପରାଜିତ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ସୂଚନା ଅନୁସାରେ ଗତକାଲି ଶଙ୍ଖ ଭବନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସାଂଗଠନିକ କର୍ମକର୍ତ୍ତାଙ୍କୁ ଡାକି ସମୀକ୍ଷା କରିଥିଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଦୁଇ ଜିଲ୍ଲାରେ ବିଜୁ ଜନତା ଦଳ କାହିଁକି ନିର୍ବାଚନ ହାରିଲା, ପରାଜୟର କାରଣ କ’ଣ ବୋଲି ପଚାରିଥିଲେ ନବୀନ ପଟ୍ଟନାୟକ ।
ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଆଗରେ ନବରଙ୍ଗପୁର ଜିଲ୍ଲାରେ ପରାଜୟର ୩ ବଡ଼ କାରଣ ରଖିଛନ୍ତି । ପ୍ରଥମ କାରଣ ହେଉଛି, ମେଣ୍ଟ ପ୍ରଚାର ଯୋଗୁଁ ସଂଖ୍ୟାଲଘୁଙ୍କ ମଧ୍ୟରେ ଆମେ ବିଶ୍ବସନୀୟତା ହରାଇଲୁ । ଦ୍ବିତୀୟରେ ନେତାଙ୍କ ମଧ୍ୟରେ ଅନ୍ତଃକନ୍ଦଳ । ନେତାଙ୍କ ଭିତରେ ଥିବା ଅର୍ନ୍ତଘାତୀ କାର୍ଯ୍ୟକଳାପ ବିଜେଡି ପରାଜୟ ପାଇଁ ଦାୟୀ ବୋଲି ପ୍ରଦୀପ ମାଝୀ କହିଥିଲେ । ସେହିପରି ତୃତୀୟରେ ଖରାପ ନିର୍ବାଚନ ପରିଚାଳନା । ନିର୍ବାଚନ ଜିତିବା ନେଇ ଆଦୌ କୌଣସି ମେକାନିଜମ୍ ନଥିଲା, ଯେଉଁଥି ପାଇଁ ବିଜେଡି ନିର୍ବାଚନ ହାରିଲା ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ପ୍ରଦୀପ ମାଝୀ କହିଛନ୍ତି ।
#ସାଧାରଣ_ନିର୍ବାଚନରେ_କାହିଁକି_ବିଜେଡିର_ଶୋଚନୀୟ_ପରାଜୟ ?
ବିଜେଡିର ଶୋଚନୀୟ ପରାଜୟ ପଛର କାରଣ କଣ ? ନିର୍ବାଚନ ହାରିବାର ୩ ମାସ ପରେ ପରାଜୟର
କାରଣ କହିଛନ୍ତି ନବରଙ୍ଗପୁର ବିଜେଡି ପରାଜିତ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି । #BJD#OTVpic.twitter.com/9nxD4xRuBT— ଓଟିଭି (@otvkhabar) September 24, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)