Advertisment

Petrol Diesel Prices: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ଶସ୍ତା ହେଲା ପେଟ୍ରୋଲ୍ ଓ ଡିଜେଲ୍...

ଶସ୍ତା ହେଲା ପେଟ୍ରୋଲ୍ ଓ ଡିଜେଲ୍ । ଲିଟର ପିଛା ୨ ଟଙ୍କା ଶସ୍ତା କଲେ କେନ୍ଦ୍ର ସରକାର । ସୋସିଆଲ୍ ମିଡ଼ିଆ Xରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀଙ୍କ ସୂଚନା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Petrol, Diesel Prices

Petrol, Diesel Prices

ଖୁସି ଖବର । ଶସ୍ତା ହେଲା ପେଟ୍ରୋଲ୍ ଓ ଡିଜେଲ୍ । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଘୋଷଣା । କମିଲା ପେଟ୍ରୋଲ୍ ଓ ଡିଜେଲ୍ ଦର। ଲିଟର ପିଛା ୨ ଟଙ୍କା ଶସ୍ତା କରିଛନ୍ତି କେନ୍ଦ୍ର ସରକାର । ସେହିପରି ଡିଜେଲ ମଧ୍ୟ ୨ ଟଙ୍କା ହ୍ରାସ ପାଇଛି । ଏନେଇ ସୋସିଆଲ୍ ମିଡ଼ିଆ Xରେ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂ ପୁରୀ । 

Advertisment

ସୋସିଆଲ୍ ମିଡ଼ିଆ Xରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଲେଖିଛନ୍ତି ଯେ, “ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୨ ଟଙ୍କା ହ୍ରାସ କରି ଦେଶର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରମାଣ କରିଛନ୍ତି ଯେ ତାଙ୍କର ଲକ୍ଷ୍ୟ ସର୍ବଦା କୋଟି କୋଟି ଭାରତୀୟଙ୍କ ପରିବାରର କଲ୍ୟାଣ ଓ ସୁବିଧା ଉପରେ ନଜର ରହିଛି । ” 

Advertisment

ଆହୁରି କହିଛନ୍ତି ଯେ , “କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦି ନଭେମ୍ବର ୨୦୨୧ ଏବଂ ମେ ୨୦୨୨ରେ ଦୁଇଥର ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ହ୍ରାସ କରିଥିଲେ । ଏହା ପରେ ବିଜେପି ଶାସିତ ରାଜ୍ୟମାନଙ୍କରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ହୋଇଥିଲା । ଏହାର କାରଣ ହେଉଛି ଆଜି ମଧ୍ୟ ପେଟ୍ରୋଲ ମୂଲ୍ୟରେ ପ୍ରାୟ ୧୫ ଟଙ୍କା ଏବଂ ଡିଜେଲ ମୂଲ୍ୟରେ ପ୍ରାୟ ୧୧ ଟଙ୍କା ବିଜେପି ଶାସିତ ରାଜ୍ୟ ତଥା ଅନ୍ୟ ରାଜ୍ୟ ମଧ୍ୟରେ ପାର୍ଥକ୍ୟ ରହିଛି ।”

Diesel Prices Petrol Prices
Advertisment
Advertisment