Advertisment

ଏହି ସହରରେ ଶସ୍ତାରେ ମିଳୁଛି ପେଟ୍ରୋଲ ଓ ଡିଜେଲ୍‌

ଲଗାତାର ଭାବେ ଅଶୋଧିତ ତୈଳ ଦର ହ୍ରାସ ଯୋଗୁ ରାଷ୍ଟ୍ରୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଶସ୍ତା ହୋଇପାରେ।ଯଦି ଅଶୌଧିତ ତୈଳ ଦାମ୍‌ ୧୦୦ ଡଲାର ପାଖାପାଖି ରହିବ ତା’ହେଲେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାର ସମ୍ଭାବନା ରହିଛି।

author-image
Rajalaxmi Sahoo
Petrol-Diesel Price Today

Petrol-Diesel Price Today

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ହେବ କ୍ରୁଡ୍‌ ଅଏଲ୍‌(Crude Oil) ପ୍ରତି ବ୍ୟାରେଲ୍‌କୁ ୧୦୦ ଡଲାର ପାଖାପାଖି ଅଛି। ଏସବୁ ଭିତରେ ଭାରତୀୟ ତୈଳ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦର(Petrol-Diesel Price) ସ୍ଥିର ରଖିଛନ୍ତି।

Advertisment

ଭାରତୀୟ ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ (IOCL)ର ଲାଟେଷ୍ଟ୍‌ ଅପଡେଟ୍‌ ଅନୁସାରେ, ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ସମେତ ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆଜି ସ୍ଥିର ରହିଛି। ଆଜି ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଗତ କିଛିଦିନ ହେବ ପେଟ୍ରୋଲ ଓ ଡିଜେଲ ଉଭୟ ଦର ଲଗାତାର ଭାବେ ସ୍ଥିର ରହିଛି। ଏକ୍ସପର୍ଟଙ୍କ କହିବା ଅନୁସାରେ, ଲଗାତାର ଭାବେ ଅଶୋଧିତ ତୈଳ ଦର ହ୍ରାସ ଯୋଗୁ ରାଷ୍ଟ୍ରୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଶସ୍ତା ହୋଇପାରେ।ଯଦି ଅଶୌଧିତ ତୈଳ ଦାମ୍‌ ୧୦୦ ଡଲାର ପାଖାପାଖି ରହିବ ତା’ହେଲେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାର ସମ୍ଭାବନା ରହିଛି।

ଏଠି ଶସ୍ତାରେ ମିଳୁଛି ପେଟ୍ରୋଲ ଓ ଡିଜେଲ...

ପୋର୍ଟ ବ୍ଲେୟର ସବୁଠାରୁ ଶସ୍ତାରେ ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଛି। ସେଠାରେ ପେଟ୍ରୋଲ ଦର ଲିଟର ପ୍ରତି ୮୪ ଟଙ୍କା ୧୦ ପଇସା ଥିବାବେଳେ ଡିଜେଲ ଲିଟର ପ୍ରତି ୭୯ ଟଙ୍କା ୭୪ ପଇସା ରହିଛି। IOCL ଅନୁସାରେ, ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୯୬ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ୮୯ ଟଙ୍କା ୬୨ ପଇସା ରହିଛି।

Advertisment

ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୧୦୬ ଟଙ୍କା ୩୧ ପଇସା ଓ ଡିଜେଲ ୯୪ ଟଙ୍କା ୨୭ ପଇସା, ଚେନ୍ନାଇରେ ପେଟ୍ରୋଲ ୧୦୨ ଟଙ୍କା ୬୩ ପଇସା ଓ ଡିଜେଲ ୯୪ ଟଙ୍କା ୨୪ ପଇସା ଏବଂ କୋଲକାତାରେ ପେଟ୍ରୋଲ ୧୦୬ ଟଙ୍କା ୩ ପଇସା ଓ ଡିଜେଲ ୯୨ ଟଙ୍କା ୭୬ ପଇସା ରହିଛି। 

ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲର ନୂଆ ଦର ଲାଗୁ ହୋଇଥାଏ। ସୂଚନାଥାଉ କି, କିଛିଦିନ ପୂର୍ବେ ଭାରତ ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୯ ଟଙ୍କା ୫୦ ପଇସା କମାଇ ଥିବାବେଳେ, ଡିଜେଲ ଉପରୁ ଲିଟର ପିଛା ୭ ଟଙ୍କା କମାଇଥିଲେ। ଫଳରେ ପେଟ୍ରୋଲ ଓ ଡିଜେଲ ଦର ଶସ୍ତା ହୋଇଥିଲା।

Diesel Prices Petrol-Diesel Price Today Petrol Prices Petrol Diesel Prices
Advertisment
Advertisment