• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ପରେ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି । କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଲିଟର ପିଛା ଉପରୁ ୬ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମାଇବା ପରେ ଏବେ ରାଜ୍ୟ ସରକାରଙ୍କ ଚାପ ବଢ଼ିଯାଇଛି । ରାଜ୍ୟ ସରକାର ମଧ୍ୟ ଭାଟ କମାଇବେ କି ନାହିଁ ତାହା ଏବେ ପ୍ରଶ୍ନ ସୃଷ୍ଟିକରିଛି । ହେଲେ ଭାଟ୍ କମିଲେ ତେଲ ଦର ଆହୁରି କମିବାର ସମ୍ଭାବନା ରହିଛି । ଫଳରେ ଗ୍ରାହକଙ୍କୁ ଆହୁରି ଆଶ୍ୱସ୍ତି ମିଳିବ ।

କେନ୍ଦ୍ର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ସତ୍ତ୍ୱେ ତେଲ ଦର ବେଶ୍ ଉଚ୍ଚା ରହିଛି । କେତେକ ରାଜ୍ୟ ଭାଟ୍ ହ୍ରାସ କରି ନିଜ ନିଜ ରାଜ୍ୟବାସୀଙ୍କୁ ମହଙ୍ଗା ମାଡ଼ରୁ ତ୍ରାହି ଦେଇଛନ୍ତି । ଓଡ଼ିଶା ସରକାର ମଧ୍ୟ ସେମିତି ଭାଟ୍ ହ୍ରାସ କରିବା ଉଚିତ୍ ବୋଲି ସାଧାରଣ ଲୋକ ମତ ଦେଇଛନ୍ତି ।

ଗତ ଶନିବାର ଦିନ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଥିଲେ । ଯାହା ପରେ ଆଜିଠୁ ପେଟ୍ରୋଲ ଓ ଡିଜେଲ ଦର ଶସ୍ତା ହୋଇଛି । ଫଳରେ ଗ୍ରାହକ

ଆଶ୍ୱସ୍ତି ପାଇଛନ୍ତି । ନୂଆ ଦର ଲାଗୁ ପରେ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୫୦ ପଇସା ଶସ୍ତା ହୋଇଛି। ଏହାସହ ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା ହୋଇଛି।