/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752916927.jpg)
ତୈଳଦର କମିବ !
ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିପାରେ। ଆଉ ସାଧାରଣ ଜନତାଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଆଗାମୀ ଦୁଇ ରୁ ତିନି ମାସ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ବର୍ତ୍ତମାନ ସହ ସମାନ ରହେ, ତେବେ ଦେଶରେ ଇନ୍ଧନ ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି।
ଏହି ବୟାନ ପଛରେ ସରକାରଙ୍କ ତୈଳ ଆମଦାନୀ ରଣନୀତିରେ ଏକ ବଡ଼ ପରିବର୍ତ୍ତନ ରହିଛି। ଭାରତ ଏହାର ଅଶୋଧିତ ତୈଳ ଯୋଗାଣ ଉତ୍ସକୁ ୨୭ ରୁ ୪୦ ଦେଶକୁ ବୃଦ୍ଧି କରିଛି। ଏହା ଭାରତକୁ ବିଶ୍ୱ ଭୂ-ରାଜନୈତିକ ଚାପ ମଧ୍ୟରେ ରିହାତି ଦରରେ ତେଲ କିଣିବାର ସ୍ୱାଧୀନତା ଦେଇଛି। ତେଣୁ ଏହା ସାଧାରଣ ଗ୍ରାହକଙ୍କୁ ଲାଭ ଦେବ ବୋଲି ଆଶା କରାଯାଉଛି।
'ବିଶ୍ୱ ବଜାରରେ ଅଶୋଧିତ ତେଲର ଅଭାବ ନାହିଁ। ଅନେକ ନୂତନ ତେଲ ବିକ୍ରେତା ଆସିଛନ୍ତି। ଭାରତ ଗୁୟାନା, ଆର୍ଜେଣ୍ଟିନା, ବ୍ରାଜିଲ ଭଳି ଅଣ-ପାରମ୍ପରିକ ଦେଶଗୁଡ଼ିକରୁ ଅଧିକ ତେଲ କିଣୁଛି। ଭାରତ ବିଭିନ୍ନ ଉତ୍ସରୁ ଅଶୋଧିତ ତୈଳ ଆମଦାନୀ କରିବାକୁ ଚେଷ୍ଟା କରୁଛି।
ଭାରତ ଏବେ 40 ଟି ଦେଶରୁ ତେଲ କିଣୁଛି। ପୂର୍ବରୁ ଏହି ସଂଖ୍ୟା 27 ଥିଲା। ଏହାର ଅର୍ଥ ହେଉଛି ଯେ ଭାରତ ତେଲ କିଣିବା ପାଇଁ ତାର ବିକଳ୍ପ ବୃଦ୍ଧି କରିଛି। ମନ୍ତ୍ରୀ କହିଛନ୍ତି ଯେ ତୈଳ ଯୋଗାଣର ଅଧିକ ଉତ୍ସ ସହିତ ତେଲ ମୂଲ୍ୟ ହ୍ରାସ ପାଇବ।
ଆମ ପାଖରେ ପର୍ଯ୍ୟାପ୍ତ ତେଲ ଅଛି। ଶକ୍ତି ଯୋଗାଣ ସୁରକ୍ଷିତ କରିବା ପାଇଁ ଭାରତର ସକ୍ରିୟ ରଣନୀତି ଉପରେ ଆଲୋକପାତ କରୁଛି।
ବର୍ତ୍ତମାନ ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ୍ ଲିଟର ପିଛା ଦାମ୍ ୧୦୦ ଟଙ୍କା ପାଖାପାଖି ରହିଥିବା ବେଳେ ଡିଜେଲ୍ ଦାମ୍ ୯୦ ଟଙ୍କା ଉପରେ ରହିଛି। ତେବେ ଯଦି ମନ୍ତ୍ରୀଙ୍କ କଥା ସତ ହୁଏ ତେବେ ଖୁବଶୀଘ୍ର ୧୦୦ ଟଙ୍କା ତଳକୁ ଖସିଯିବ ପେଟ୍ରୋଲ ଦର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)