• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦରଦାମର ମାୟାଜାଲ ଭିତରେ ଛନ୍ଦି ହୋଇ ତ୍ରାହି ତ୍ରାହି ଡାକୁଥିବା ଜନତାଙ୍କୁ ମିଳିବ ଆଶସ୍ତି । ଆଶାତୀତ ଭାବରେ କମ୍ ହୋଇଯିବ କନ୍ଦାଉଥିବା ପେଟ୍ରୋଲ ଦର । ମାତ୍ର ୧୫ ଟଙ୍କାରେ ବିକ୍ରି ହେବ ପେଟ୍ରୋଲ । ଏକଥା ଆମେ କହୁନୁ, ଖୋଦ୍ କେନ୍ଦ୍ରମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଉଦୟପୁର ବିଭାଗର ପ୍ରତାପଗଡ ଜିଲ୍ଲାରେ ଏକ ସାଧାରଣ ସଭାରେ ଏପରି କହିଛନ୍ତି । ସେଠାରେ ସେ ୫୬୦୦ କୋଟି ଟଙ୍କା ମୂଲ୍ୟର ଏକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଥିଲେ ।

 ଏହା ପରେ ସେଠାରେ ଉପସ୍ଥିତ ସାଂସଦ ଏବଂ ସ୍ଥାନୀୟ ନେତାମାନେ ସମ୍ବୋଧିତ କରିଥିଲେ । ତା’ପରେ ନୀତିନ ଗଡକରୀ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ବିଷୟରେ କହିଥିଲେ ଏବଂ ଆଗାମୀ ନିର୍ବାଚନରେ ପୁଣିଥରେ ବିଜେପି ସରକାରଙ୍କୁ ସମର୍ଥନ କରିବାକୁ ଆହ୍ୱାନ ଦେଇଛନ୍ତି। ଏହାସହ ସେ କଂଗ୍ରେସ ସରକାରଙ୍କ ୬୦ ବର୍ଷର ବିଫଳତା କାହାଣୀ ମଧ୍ୟ ବଖାଣିଛନ୍ତି ।

ନିତିନ ଗଡକରୀ ତାଙ୍କ ଅଭିଭାଷଣରେ କହିଛନ୍ତି , ବର୍ତ୍ତମାନ କୃଷକ କେବଳ ଖାଦ୍ୟ ଯୋଗାଣକାରୀ ନୁହଁନ୍ତି ବରଂ ଶକ୍ତି ଯୋଗାଣକାରୀ ମଧ୍ୟ ହେବେ । ଇଥାନଲ ଓ ସୌର ଉର୍ଜା ଉତ୍ପାଦନ କରି ଶକ୍ତି ଯୋଗାଣକାରୀ ହୋଇପାରିବେ । ଅଗଷ୍ଟ ମାସରେ ଟୟୋଟା କମ୍ପାନୀର ଗାଡି ଲଞ୍ଚ ହୋଇଛି । ଆଇ ସେହି ଗାଡ଼ି ଗୁଡ଼ିକ ଚାଷୀଙ୍କ ଦ୍ୱାରା ପ୍ରସ୍ତୁତ ଇଥାନଲରେ ଚାଲିବ । ୬୦% ଇଥାନଲ, ୪୦% ବିଦ୍ୟୁତ୍ ନିଆଗଲେ ହାରାହାରି ୧୫ ଟଙ୍କାରେ ଉପଲବ୍ଧ ହେବ ପେଟ୍ରୋଲ । ଏଥିରେ ୧୬ ଲକ୍ଷ କୋଟି ଆମଦାନୀ ହେବ । ଆଉ ସେହି ଟଙ୍କା କୃଷକଙ୍କ କାମରେ ଲାଗିବ । ବାହାନ ଉଦ୍ୟୋଗ କାରବାରକୁ ଦ୍ୱିଗୁଣିତ କରି ୧୫ ଲକ୍ଷ କୋଟି କରିବା ସରକାରଙ୍କ ଲକ୍ଷ୍ୟ । ଏବେ ବାହାନ ଉଦ୍ୟୋଗ କାରବାର ୭.୫ ଲକ୍ଷ କୋଟି ଅଟେ ।

ଆଉ ଏହି କାରବାର ପାଇଁ ୪ ଲକ୍ଷ କୋଟି ଲୋକଙ୍କୁ ରୋଜଗାର ମିଳିଛି । ଏହି ଉଦ୍ୟୋଗ ସରକାରଙ୍କୁ ସବୁଠାରୁ ଅଧିକ ସେବାକର ଉପଲବ୍ଧ କରାଉଛି । ଏଥିପାଇଁ ଆଗାମୀ ଦିନରେଏହି ବ୍ୟବସାୟକୁ ବୃଦ୍ଧି କରାଯାଇ ୧୫ ଲକ୍ଷ କୋଟି କାରବାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ ଦେଶରେ ୧୦ କୋଟି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଗଡ଼କରୀ ଆହୁରି କହିଛନ୍ତି, ଏଠାରେ ବସିଥିବା ତିନି ସାଂସଦ ସିପି ଯୋଶୀ, କନକ ମଲ କଟାରା ଏବଂ ଦିୟା କୁମାରୀ ଯେତେବେଳେ ବି ମୋ ପାଖକୁ ଆସନ୍ତି, ମୁଁ ସେମାନଙ୍କୁ ସବୁବେଳେ ଆଶ୍ୱାସନା ଦିଏ । ଜନତାଙ୍କ ହିତ ପାଇଁ ସବୁକିଛି ପୂରଣ କରାଯିବ ।