/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726482747.jpg)
Palestine Flag
ମହାପୁରୁଷ ମହମ୍ମଦ ଜୟନ୍ତୀ ଅବସରରେ କଟକରେ ଜୁଲୁସ ଶୋଭାଯାତ୍ରା ବେଳେ ପାଲେଷ୍ଟାଇନ ପତାକା ଉଡିଥିବା ଅଭିଯୋଗ ହୋଇଛି। ଦରଘାବଜାର ଥାନା ଅଞ୍ଚଳରେ ଜୁଲୁସ ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକ ପତାକା ଉଡାଉଥିବା ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ଦରଘାବଜାର ପୋଲିସ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ତାଗିଦ କରିବା ସହ ପତାକାକୁ ଜବତ କରିଥିଲା ।
ଅଧିକ ପଢନ୍ତୁ : ରାଜଧାନୀରେ ଲାଇସେନ୍ସପ୍ରାପ୍ତ ଦୋକାନରୁ ଜବତ ହେଲା ନକଲି ମଦ
ତେବେ ଏହି ଘଟଣାକୁ ନେଇ ନେଇ କିଛି ସମୟ ପାଇଁ ଜୁଲୁସ ଶୋଭାଯାତ୍ରା ବନ୍ଦ ମଧ୍ୟ ହୋଇଥିଲା । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଜୁଲୁସ ଶୋଭାଯାତ୍ରା ପୁଣି ଆରମ୍ଭ ହୋଇଥିଲା । ଆଡସିନାଲ ଡିସିପି ଅନୀଲ ମିଶ୍ର କହିଛନ୍ତି ପାଲେଷ୍ଟାଇନ ପତାକା ଜଣେ ଯୁବକ ଉଡାଉଥିବା ଅଭିଯୋଗ ହୋଇଥିଲା । ତେବେ ତାହା ପାଲେଷ୍ଟାଇନ ପତକା ବୋଲି ଜଣାପଡୁନାହିଁ । ସେହିଭଳି ପତକା ବୋଲି ସନ୍ଦେହ କରାଯାଉଛି। ଏହାକୁ ନେଇ ବିବାଦ ଯେପରି ନ ହେବ ସେଥିପାଇଁ ପତାକା ଜବତ କରାଯାଇଛି ।
#ଶୋଭାଯାତ୍ରାରେ_ପାଲେଷ୍ଟାଇନ୍_ପତାକା!
କଟକରେ ଶୋଭାଯାତ୍ରାରୁ ସନ୍ଦିଗ୍ଧ ପତାକା ଜବତ କଲା ପୋଲିସ ଶୋଭାଯାତ୍ରା ବେଳେ ଜବତ କଲା ଦରଘା ବଜାର ଥାନା ପୋଲିସ । କୌଣସି ଅପ୍ରୀତିକର ସ୍ଥିତି ଏଡ଼ାଇବା ପାଇଁ ଜବତ କରାଗଲା-ADCP । ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ପକ୍ଷରୁ ଆଜି କଟକରେ ଶୋଭାଯାତ୍ରା ଚାଲିଥିଲା #Cuttack#OTVpic.twitter.com/uCeeGBiLot— ଓଟିଭି (@otvkhabar) September 16, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)