/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705992443.jpg)
Israel-Hamas war
ଥମୁନି ଇସ୍ରାଏଲ-ହମାସ ଯୁଦ୍ଧ। ଦୀର୍ଘ ଚାରି ମାସ ହେଲା ଯୁଦ୍ଧ ଜାରି ରହିଛି। ଇସ୍ରାଏଲର ସୈନ୍ୟବାହିନୀ ଗାଜାର ଖାନ ୟୁନିସ ସହରରେ ଆକ୍ରମଣ ଜାରି ରଖିଛନ୍ତି। ଗତକାଲି ବିଳମ୍ୱିତ ରାତିରେ ମଧ୍ୟ ଗୁଳିମାଡ ଜାରି ରହିଥିଲା। ଏଥିରେ ୫୦ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପରିସ୍ଥିତି ଏଭଳି ହୋଇଛି ଯେ ସେଠାକାର ଲୋକ ଖଚର ଉପରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଲଦି ଆଣୁଥିବା ରିପୋର୍ଟରେ ପ୍ରକାଶ କରାଯାଇଛି। ଏଭଳି ସମୟରେ ନିରୀହ ଲୋକଙ୍କ ଜୀବନ ରକ୍ଷା କରିବାକୁ ଆମେରିକା ଇସ୍ରାଏଲକୁ ଆହ୍ୱାନ ଦେଇଛି।
ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ଗାଜାର ୨.୩ ନିୟୁତ ଲୋକଙ୍କ ମଧ୍ୟରୁ ୮୫% ଲୋକ ବିସ୍ଥାପିତ ହୋଇଛନ୍ତି । ପ୍ରତି ଚାରିଜଣଙ୍କ ମଧ୍ୟରୁ ଜଣେ କ୍ଷୁଧାର୍ତ୍ତ ଅଛନ୍ତି। ଏହାରି ଭିତରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହାମାସକୁ ସଂପୂର୍ଣ୍ଣ କବଜା କରିବା ଯାଏ ଆକ୍ରମଣ କରାଯିବ ବୋଲି କହିଛନ୍ତି। ଗାଜାରେ ବନ୍ଦୀ ଥିବା ପ୍ରାୟ ୧୦୦ ଜଣ ବନ୍ଧକଙ୍କୁ ଫେରାଇ ଆଣିବାକୁ ଶପଥ ନେଇଛନ୍ତି ନେତାନ୍ୟାହୁ ।
ଗାଜାର ପଶ୍ଚିମ ଖାନ ୟୁନିସରେ ଗତକାଲି ରାତିରେ ୫୦ଜଣଙ୍କର ମୃତ୍ୟୁ ଘଟିଛି। ସେଠାକାର ଲୋକଙ୍କୁ ତୁରନ୍ତ ସେହି ସ୍ଥାନ ଖାଲି କରିବା ପାଇଁ କହିଛି ଇସ୍ରାଏଲ ସେନା। ଗତବର୍ଷ ଅକ୍ଚୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ହମାସ। ଏଥିରେ ପ୍ରାୟ ୧୨୦୦ଲୋକଙ୍କ ପ୍ରାଣ ହାନି ହୋଇଥିଲା। ପ୍ରାୟ ୨୫୦ରୁ ଅଧିକ ଲୋକଙ୍କୁ ପଣବନ୍ଦୀ କରି ରଖିଥିଲା ହମାସ। ଏହାର ପ୍ରତିଶୋଧ ନେବାକୁ ପାଲଟା ଆକ୍ରମଣ କରିଥିଲା ଇସ୍ରାଏଲ। ଏଯାଏ ୨୫ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଲାଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)