/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697682243.jpg)
Israel-Hamas war
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତର ଦିନକ ପରେ ୟୁନାଇଟେଡ୍ କିଙ୍ଗଡମ୍ ପ୍ରଧାନମନ୍ତ୍ରୀ ରିଷି ସୁନକ୍ ଆଜି ଇସ୍ରାଏଲ ଗସ୍ତରେ ଯିବେ । ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଓ ରାଷ୍ଟ୍ରପତି ଆଇଜାକ୍ ହରଜୋଗଙ୍କୁ ଭେଟିବାର କାର୍ଯକ୍ରମ ରହିଛି । ଏଥିସହ ଜୋର୍ଡାନ, ଲେବାନନ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ।
ଇସ୍ରାଏଲ- ହମାସ ଯୁଦ୍ଧ ଦିନକୁ ଦିନ ଅଧିକ ବଢୁଥିବାରୁ ରିଷି ସୁନକଙ୍କ ଗସ୍ତର ଅନେକ ଗୁରୁତ୍ୱ ରହିଛି । ଗାଜାରେ କ୍ଷତିଗ୍ରସ୍ତ ଲୋକଙ୍କୁ କିପରି ଯଥାଶୀଘ୍ର ମାନବୀୟ ସହାୟତତା ଦିଆଯାଇପାରିବ ସେ ନେଇ ଆଲୋଚନା କରିବେ । ଅନ୍ୟପକ୍ଷରେ ଇସ୍ରାଏଲ-ଗାଜା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ୟୁକେର ବୈଦେଶିକ ସଚିବ ଇଜିପ୍ଟ, ତୁର୍କୀ ଓ କାତାରର ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ।
ଅଧିକ ପଢ଼ନ୍ତୁ: ଇସ୍ରାଏଲ ଗସ୍ତ ପରେ ୧୦୦ମିଲିୟନ ଡଲାର ସହାୟତା ଘୋଷଣା କଲେ ବାଇଡେନ୍
#ଇସ୍ରାଏଲ୍_ଯିବେ_ସୁନକ
ଯୁଦ୍ଧ ଘନଘଟା ମଧ୍ୟରେ ଆଜି ଇସ୍ରାଏଲ୍ ଯିବେ ସୁନକ । ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ଆଜି ଇସ୍ରାଏଲ୍ ଯିବେ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ଭେଟିବେ ସୁନକ । ନେତନ୍ୟାହୁଙ୍କ ସହ ରାଷ୍ଟ୍ରପତି ଆଇଜାକ୍ ହେରଜଗଙ୍କୁ ମଧ୍ୟ ଭେଟିବେ ।#RishiSunak#Israel#OTVpic.twitter.com/FBMJ3EDHS1— ଓଟିଭି (@otvkhabar) October 19, 2023
ସୂଚନାଯୋଗ୍ୟ ଗତକାଲି ଗାଜା ସିଟିରେ ଥିବା ଅଲ ଆହାଲି ହସପିଟାଲ ପଛପଟରେ ଥିବା କବରସ୍ଥାନରୁ ଇସ୍ରାଏଲକୁ ଟାର୍ଗେଟ କରି ରକେଟ ଛାଡିଥିଲା ଇସଲାମିକ ଜିହାଦ ଗୋଷ୍ଠୀ । ତେବେ ଲକ୍ଷ୍ୟଚ୍ୟୁତ ହୋଇ ଏହା ହସପିଟାଲ ଉପରେ ପଡିବାରୁ ଘଟିଥିଲା ବିସ୍ଫୋରଣ । ହସପିଟାଲ ଉପରେ ଆକ୍ରମଣ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ଏଥିରେ ଆତଙ୍କୀ ସଂଗଠନ ଇସଲାମିକ ଜିହାଦର ସଂପୃକ୍ତି ନେଇ ପ୍ରମାଣ ଦେଇଛି ଇସ୍ରାଏଲ ସେନା।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରକେଟ ଲକ୍ଷ୍ୟଚ୍ୟୁତ ହେବା ନେଇ ଦୁଇ ହମାସ ନେତାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ କଥାବାର୍ତ୍ତାର ଅଡିଓ ବି ଛାଡିଛି ଇସ୍ରାଏଲ ସେନା -ଆଇଡିଏଫ। ହସପିଟାଲରେ ହୋଇଥିବା ବିସ୍ଫୋରଣ ଅତି ଛୋଟ ଧରଣର, ଅତି କମ ଦୂରତାରୁ ଏବଂ ସ୍ୱଳ୍ପ କ୍ଷମତା ବିଶିଷ୍ଟ ରକେଟ ଦ୍ୱାରା ହୋଇଛି, ଇସ୍ରାଏଲ ଅସ୍ତ୍ର ବ୍ୟବହାର ହୋଇଥିଲେ ପ୍ରଚଣ୍ଡ ବିସ୍ଫୋରଣ ସାଙ୍ଗକୁ ପୁରା ଅଞ୍ଚଳ ଧ୍ୱଂସ୍ତବିଧ୍ୱଂସ୍ତ ହୋଇଯାଇଥାଆନ୍ତା ବୋଲି କହିଛି ଆଇଡିଏଫ୍ । ସେହିପରି ରକେଟ କେଉଁଠୁ ଫାୟାର ହୋଇଛି, ଏହାର ଗତିପଥ କିଭଳି ଥିଲା ଓ ଏହା କେମିତି ହସପିଟାଲ ଉପରେ ପଡିଲା ତାର ବିଡିଓ ବି ଜାରି କରିଛି ଇସ୍ରାଏଲ ସେନା।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)