/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700993713.jpg)
Israel-Hamas War
ଆଉ ୧୭ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ। ଇସ୍ରାଏଲ-ହମାସ୍ ଯୁଦ୍ଧ ବିରତି ଭିତରେ ପଣବନ୍ଦୀଙ୍କୁ ମୁକ୍ତ ପ୍ରକ୍ରିୟା ଜାରି ରଖିଛି ଆତଙ୍କୀ ସଂଗଠନ। ଦ୍ୱିତୀୟ ପର୍ଯ୍ୟାୟରେ ହମାସ୍ ଆଉ ୧୭ ପଣବନ୍ଦୀଙ୍କୁ ମୁକ୍ତ କରିଛି। ୧୭ ଜଣଙ୍କ ମଧ୍ୟରେ ୧୩ ଜଣ ଇସ୍ରାଏଲ ନାଗରିକ ହୋଇଥିବା ବେଳେ ୪ ଜଣ ଥାଇଲାଣ୍ଡ ନାଗରିକ। କତାର ଏବଂ ମିଶ୍ରର ମଧ୍ୟସ୍ଥତାରେ ଏକ ଅଲଗା ବୁଝାମଣା ମାଧ୍ୟମରେ ଏହି ପଣବନ୍ଦୀମାନଙ୍କୁ ଛଡ଼ାଯାଇଛି।
Advertisment
ପୂର୍ବରୁ ୭ ଜଣ ଥାଇ ନାଗରିକଙ୍କୁ ହମାସ ଛାଡ଼ିପାରେ ବୋଲି କୁହାଯାଉଥିଲା। ମାତ୍ର ଏବେ କେବଳ ୪ ଜଣ ଥାଇ ନାଗରିକଙ୍କୁ ମୁକ୍ତ କରିଛି ହମାସ । ଥାଇଲାଣ୍ଡ ନାଗରିକଙ୍କୁ ଛାଡ଼ିବା ଲାଗି ହମାସ ଇସ୍ରାଏଲ ସହ ଅଲଗା ସନ୍ଧି କରିଛି। ତେବେ ଜଣେ ଇସ୍ରାଏଲ ନାଗରିକଙ୍କ ବଦଳରେ ୩ ଜଣ ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡ଼ିବା ଲାଗି ଇସ୍ରାଏଲ ସହ ସନ୍ଧି କରିଛି ହମାସ୍। ପ୍ରଥମ ପର୍ଯ୍ୟାୟରେ ହମାସ ୨୦ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)