• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Orissa High Court

Two new Orissa High Court judges sworn in
ଶପଥ ନେଲେ ଓଡ଼ିଶା ହାଇକୋର୍ଟର ଦୁଇ ବିଚାରପତି

ଓଡ଼ିଶା ହାଇକୋର୍ଟର ଦୁଇ ଜଣ ନବ ନିଯୁକ୍ତ ବିଚାରପତି ଶପଥ ନେଇଛନ୍ତି ।

felling of trees for MLA quarters
କାହିଁକି କାଟିଲ ଗଛ, ସାଧାରଣ ପ୍ରଶାସନ ବିଭାଗକୁ ଜବାବ ତଲବ

କୁନି କୁନି ସ୍କୁଲ ପିଲାଙ୍କୁ ଗଛକଟା ଯାଇଥିବା ସ୍ଥାନରେ ବସାଇ ସେମାନଙ୍କ ଦ୍ୱାରା ରଙ୍ଗତୂଳୀରେ ପରିବେଶ ସଚେତନତାର ଚିତ୍ର ଅଙ୍କାଯାଇ କରାଯାଇଛି ଅଭିନବ ଢଙ୍ଗରେ ପ୍ରତିବାଦ

Varsha Priyadarshini moves High Court
ସାଇବର ଥାନା ପରେ ଏବେ ହାଇକୋର୍ଟ ଗଲେ ବର୍ଷା

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ନାଁରେ ଅପପ୍ରଚାର ବନ୍ଦ ନିର୍ଦ୍ଦେଶ ପାଇଁ  ହାଇକୋର୍ଟରେ ବର୍ଷା ପିଟିସନ୍ ଦାଖଲ କରିଛନ୍ତି। 

The High Court ordered to plant 50 trees
ହାଇକୋର୍ଟଙ୍କ ନିଆରା ଦଣ୍ଡ; ତହସିଲଦାରଙ୍କୁ ୫୦ ଗଛ ଲଗାଇବାକୁ ନିର୍ଦ୍ଦେଶ

ତହସିଲଦାରଙ୍କ ଖାମଖିଆଲୀ ମନୋଭାବକୁ ଅନୁଭବ କଲେ ହାଇକୋର୍ଟ। ଶୁଣେଇଲେ ନିଆରା ଦଣ୍ଡ। ତହସିଲଦାର ୫୦ଟି ଗଛ ଲଗେଇବାକୁ ଦେଲେ ନିର୍ଦ୍ଦେଶ।

Orissa High Court Order Jindal Power To Provide 120 Megawatt Electricity To GRIDCO
ପ୍ରତିଦିନ ଗ୍ରୀଡକୋକୁ ୧୨୦ ମେଗାଓ୍ୱାଟ୍‌ ବିଦ୍ୟୁତ୍‌ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପ୍ରତିଦିନ ଗ୍ରୀଡକୋକୁ ୧୨୦ ମେଗାଓ୍ୱାଟ୍‌ ବିଦ୍ୟୁତ୍‌ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୟୁନିଟ୍ ପିଛା ୩ ଟଙ୍କା ୩୬ ପଇସା ଦରରେ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Orissa High Court
ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ସମୟ ନେଲା ASI

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗ ମାମଲାକୁ ନେଇ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ମିଳିତ ପରିଦର୍ଶନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ପୁନଃ ନିର୍ଦ୍ଦେଶ ଦେଇଛନ୍ତି।

Srimandir Corridor Project
ଅନୁମତିରେ କାମ ଚାଲିଛି ନା ସେମିତି ମନଇଚ୍ଛା ଶ୍ରୀମନ୍ଦିର ପାର୍ଶ୍ୱରେ ଖୋଳା ଚାଲିଛି?

ଶ୍ରୀମନ୍ଦିର କରିଡର ପ୍ରକଳ୍ପରେ କଣ କଣ ସବୁ ନିର୍ମାଣ ହେଉଛି, ଏହି ପ୍ରଶ୍ନ ଉଠିବା ପରେ ବାଲି ପକାଇ ବଡ଼ ବଡ଼ ଗାତକୁ ପୋତା ଯାଉଛି।ଯଦି କେବଳ ପାଇଖାନା ନିର୍ମାଣ କରାଯାଉଥିଲା, ତେବେ ଏତେ ବଡ଼ ବଡ଼ ଗାତ କଣ ପାଇଁ ଖୋଳା ଯାଇଥିଲା ବୋଲି ପ୍ରଶ୍ନ ଉଠିଥିଲା।

Orissa High Court
ହାଇକୋର୍ଟ ଗଲା ଗାଙ୍ଗପୁର IIC ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ରୁଜୁ

ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି

Dhinkia case
ଢିଙ୍କିଆ ମାମଲା, ସତ୍ୟପାଠ ଦ୍ୱାରା ଅଭିଯୋଗ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଢିଙ୍କିଆ ମାମଲାରେ ସତ୍ୟପାଠ ଦ୍ୱାରା ଅଭିଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ୫ ତାରିଖରେ ଆଡ଼ଭୋକେଟ କମିଟିର ଜନଶୁଣାଣୀ ସମୟରେ ସପକ୍ଷବାଦୀଙ୍କ ପ୍ରତିରୋଧ ଯୋଗୁ କିଛି ଲୋକ ଉପସ୍ଥିତ ହୋଇପାରିନଥିଲେ ବୋଲି ଅଭିଯୋଗ ହୋଇଥିଲା ।

Orissa High Court
ହାଇକୋର୍ଟର ନାଁ ବଦଳାଇବାକୁ ପ୍ରସ୍ତାବ ଦେଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ଓଡ଼ିଶା ହାଇକୋର୍ଟର ନାମ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରସ୍ତାବ ରଖିଛନ୍ତି। ରାଜ୍ୟସଭାରେ ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇଛନ୍ତି ।

tudu
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା, ମାର୍ଚ୍ଚ ୪ରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ

ତଦନ୍ତ ସମୟରେ ସାକ୍ଷୀଙ୍କୁ ଯେପରି ପ୍ରଭାବିତ ନକରିବେ ସେ ଦିଗରେ ବି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Union Minister in the High Court
ହାଇକୋର୍ଟରେ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ହାଇକୋର୍ଟରେ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ । ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ମୟୂରଭଞ୍ଜ ଜିଲ୍ଲାର ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯାଳୟରେ ମାଡ଼ ଅଭିଯୋଗ ମାମଲାରେ ହାଇକୋର୍ଟରେ ଦ୍ୱାରସ୍ତ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଟୁଡ଼ୁ ।

 Orissa High Court
ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ‘MY LORD’ ସମ୍ବୋଧନ କରାଯିବନି

ଏଣିକି ଓଡିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଆଇନଜୀବୀମାନେ ଆଉ ‘MY LORD’, ‘YOUR LORDSHIP’, ‘YOUR HONOUR’ ସମ୍ବୋଧନ କରିବେନାହିଁ । ଏନେଇ ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Orissa High Court
ପ୍ରତ୍ୟାହାର ହେବ ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି : ହାଇକୋର୍ଟଙ୍କୁ ଜଣାଇଲେ ସରକାର

ବିଜ୍ଞପ୍ତି ପ୍ରତ୍ୟାହାର ସହ ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ ବୋଲି କୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର।

Orissa High Court
ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି- ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ନିର୍ଦ୍ଦେଶ

ଠିକା ନିଯୁକ୍ତି ପାଇଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ସେମାନଙ୍କୁ ନିୟମିତ କରିବା ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Highcourt
ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ମନ୍ତ୍ରୀଙ୍କ ବହିଷ୍କାର ଦାବି ଜୋର ଧରିଛି। ସେପଟେ ଏହି ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ ହୋଇଛି।

Mamita Meher Murder Case Reaches Orissa High Court
ହାଇକୋର୍ଟଙ୍କୁ ନ୍ୟାୟ ମାଗିଲେ ମମିତା ପରିବାର

ହାଇକୋର୍ଟରେ ପହଞ୍ଚିଲା ମମିତା ମେହେର ମୃତ୍ୟୁ ମାମଲା.. ଝିଅକୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମମିତାଙ୍କ ପରିବାର

green crackers
ବାଣ ଫୁଟାଯେ ହେଲେ ମାତ୍ର ୨ ଘଣ୍ଟା ପାଇଁ

ଦୀପାବଳିରେ ବାଣଫୁଟାକୁ ହଁ । କେବଳ ୨ ଘଣ୍ଟା ପାଇଁ ସବୁଜ ବାଣକୁ ହାଇକୋର୍ଟଙ୍କ ଅନୁମତି। ରାତି ୮ରୁ ୧୦ ଯାଏଁ ଫୁଟାଇବାକୁ ଗ୍ରୀନ୍ ସିଗ୍ନାଲ୍

Orissa HC
ହାଇକୋର୍ଟଙ୍କ ରାୟ: ୨୦୦୬ ଓଡ଼ିଶା ସିଭିଲ୍ ସର୍ଭିସ୍‌ ପରୀକ୍ଷାର ୩୭୮ ଜଣଙ୍କ ନିଯୁକ୍ତି ବୈଧ

୨୦୦୬ ଓଡ଼ିଶା ପ୍ରଶାସନିକ ସେବା ନିଯୁକ୍ତି ବିବାଦ ମାମଲାରେ ୩୭୮ ଜଣ OAS ଅଫିସରଙ୍କୁ ଆଶ୍ୱସ୍ତି ମିଳିଛି। ଅଫିସରଙ୍କ ନିଯୁକ୍ତି ନେଇ ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରଛନ୍ତି।

MLA Prashant Jagdev
ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲ୍‌ରେ ମିଛ ବାହାନା କରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଥିବା ନେଇ କିଛିଦିନ ପୂର୍ବେ ବିଜେପି ଅଭିଯୋଗ ଆଣିଥିଲା। 

Orissa High Court
ହାଇକୋର୍ଟରେ ମମିତା ମେହେର ହତ୍ୟା ମାମଲା

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି।

ହାଇକୋର୍ଟରେ ଏମିିତି ହୁଏ ଶପଥ ପାଠ

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥଗ୍ରହଣ କରିଛନ୍ତି ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ରାଧାକୃଷ୍ଣ ପଟ୍ଟନାୟକ ଏବଂ ଶଶିକାନ୍ତ ମିଶ୍ର । ହାଇକୋର୍ଟ ନୂଆ କନଫରେନ୍ସ ହଲରେ ଏହି ଶପଥଗ୍ରହଣ ଉତ୍ସବର ଆୟୋଜନ ହୋଇଛି ।

Orissa High Court
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚିଲିକା ବିଧାୟକ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଅଗ୍ରାହ୍ୟ କରିବା ସହ ନିମ୍ନ ଅଦାଲତରେ ଆବେଦନ ଲାଗି କହିଥିଲେ।

Two New Judges Take Oath In Orissa High Court
ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଜି ଜଷ୍ଟିସ ଯଶୋବନ୍ତ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଶପଥ ନେଇଛନ୍ତି। ହାଇକୋର୍ଟର ନୂଆ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ।  

Prasanta Jagadev
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲାନି ଆଗୁଆ ଜାମିନ : ଶୁକ୍ରବାର ନିମ୍ନ କୋର୍ଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ବିଧାୟକ ମାଡ଼ ମାରିବା ଅଭିଯୋଗରେ ପୂର୍ବରୁ ବିଜେଡ଼ିରୁ ନିଲମ୍ବନ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଶାନ୍ତଙ୍କୁ ନିଲମ୍ବନ କରିଥିଲେ । ସୂଚନା ଅନୁସାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ପିଟିଥିବା ନେଇ ଖବର ଆସିଥିଲା ।