/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747910424.jpg)
Unique Bail Condition
ଚର୍ଚ୍ଚାରେ ଓଡ଼ିଶା ହାଇକୋର୍ଟଙ୍କ ଜାମିନ ସର୍ତ୍ତ । ଜାମିନ ବଦଳରେ ବ୍ୟାଙ୍କରେ ସଫେଇ କରିବେ ଅଭିଯୁକ୍ତ । ପୂରା ଦୁଇ ମାସ ଯାଏଁ ବ୍ୟାଙ୍କ ପରିସରରେ ସଫାସଫି କରିବାକୁ ହେବ । ଏଭଳି ସର୍ତ୍ତ ରଖି ବ୍ୟାଙ୍କ ଠକେଇ ମାମଲାରେ ଜେଲରେ ଥିବା ଜଣେ ମହିଳାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ । ଯଦି ସେ ସର୍ତ୍ତ ଅନୁସାରେ ସବୁଦିନ ସକାଳୁ ଆସି ବ୍ୟାଙ୍କ ପରିସରରେ ସଫେଇ ନକରନ୍ତି ତାହେଲେ ଜାମିନ ଖାରଜ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ଅଧିକ ପଢନ୍ତୁ :କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ମିଳିଲା ଝୁଲନ୍ତା ମୃତଦେହ
ଅଭିଯୋଗ ଅନୁସାରେ, ଅଭିଯୁକ୍ତ ମନୋଜ୍ଞାନ ପଟ୍ଟନାୟକ ନିର୍ଦ୍ଦିଷ୍ଟ ସମ୍ପତ୍ତିକୁ ଏକାଧିକ ବ୍ୟାଙ୍କରେ ବନ୍ଧକ ରଖି ଲୋନ୍ ନେଇଥିଲେ । କଟକ ଲିଙ୍କ ରୋଡ ଆଇସିଆଇସିଆଇ ବ୍ୟାଙ୍କରୁ ୩ଟି ପୃଥକ ଲୋନ ଆକାଉଣ୍ଟରେ ୧କୋଟି ୫ ଲକ୍ଷ ଟଙ୍କା ଋଣ କରିଥିଲେ । ପୂର୍ବରୁ ସମାନ ସମ୍ପତ୍ତିକୁ ଭୁବନେଶ୍ୱର ଅଶୋକ ନଗର ଇଣ୍ଡିଆନ ବ୍ୟାଙ୍କରେ ବନ୍ଧକ ରଖି ଲୋନ ନେବା ସହ ଏହାକୁ ପରିଶୋଧ କରିନଥିବା ଜଣାପଡ଼ିଥିଲା ।
କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଅଭିଯୁକ୍ତ ମହିଳା ମନୋଜ୍ଞାନ ପଟ୍ଟନାୟକଙ୍କୁ ଗତ ଫେବୃଆରୀ ୫ ତାରିଖରେ ଗିରଫ କରିଥିଲା । ମହିଳାଙ୍କ ଜାମିନ ଆବେଦନର ବିଚାର କରି ହାଇକୋର୍ଟ କହିଛନ୍ତି, ଅଭିଯୁକ୍ତ ମହିଳା ସଂପୃକ୍ତ ବ୍ୟାଙ୍କରେ ଦୁଇ ମାସ ଧରି ସକାଳ ୮ଟାରୁ ୧୦ଟା ମଧ୍ୟରେ ସଫେଇ କରିବେ । ଯଦି ସର୍ତ୍ତ ପୂରଣ ନ କରନ୍ତି ତେବେ ତାଙ୍କ ଜାମିନ ଖାରଜ କରାଯିବ । ଅଭିଯୁକ୍ତଙ୍କ ଭିତରେ ସୁଧାର ଓ ସଂସ୍କାର ଆଣିବା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଓଡ଼ିଶା ହାଇକୋର୍ଟଙ୍କ ଏଭଳି ନିଆରା ସର୍ତ୍ତ ବେଶ୍ ଚର୍ଚ୍ଚାରେ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)