Advertisment

IAS Bishnupada Sethi: ବିଷ୍ଣୁପଦ ସେଠୀଙ୍କ ଅଡୁଆ ବଢ଼ିଲା, ହଟିଲା ଅନ୍ତରୀଣ ସୁରକ୍ଷା

IAS ବିଷ୍ଣୁପଦ ସେଠୀ ହାଇକୋର୍ଟରେ ରୁଜୁ କରିଥିବା ମାମଲା ଖାରଜ ହୋଇଯାଇଛି । ତାଙ୍କ ଉପରେ ଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟିଯାଇଛି । ଏହା ପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ପାଇଁ ଆଗଭର ହୋଇପାରେ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
ବିଷ୍ଣୁପଦ ସେଠୀ

ବିଷ୍ଣୁପଦ ସେଠୀ

IAS ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଲା । ହାଇକୋର୍ଟରେ ବିଷ୍ଣୁପଦ କରିଥିବା ଆବେଦନ ଖାରଜ ହୋଇଛି । ୧୦ ଲକ୍ଷ ଲାଞ୍ଚ ଘଟଣାରେ ବିଷ୍ଣୁପଦଙ୍କ ଘରେ ରେଡ୍‌ କରିଥିଲା CBI । ତେବେ ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ବିଷ୍ଣୁପଦ ।

Advertisment

ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଲେ ହାଇକୋର୍ଟ। ବିଷ୍ଣୁଙ୍କ ସହ ତାଙ୍କ ପତ୍ନୀ ଓ ଝିଅଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ହାଇକୋର୍ଟ ପୂର୍ବରୁ ଦେଇଥିବା ଅନ୍ତରୀଣ ନିର୍ଦ୍ଦେଶ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରଖିଥିଲେ ।

 ବିଷ୍ଣୁପଦଙ୍କ ଆବେଦନ ଆଧାରରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ ହୋଇଥିଲା। ତେବେ ଏହି ଜବାବର ପ୍ରତିଜବାବ ଦାଖଲ କରିବାକୁ ବିଷ୍ଣୁପଦଙ୍କ ପକ୍ଷରୁ ସମୟ ମଗାଯାଇଥିଲା। ଆର୍ଥିକ ଅନିୟମିତତା ଅଭିଯୋଗରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Advertisment

ସେ ଦର୍ଶାଇଥିଲେ, ବିନା ଏତଲାରେ ସିବିଆଇ ଅପଦସ୍ତ କରିବା ପାଇଁ ଚଢ଼ାଉ କରୁଛି। ଏହା ଦ୍ୱାରା ତାଙ୍କୁ ଏବଂ ତାଙ୍କ ପରିବାରକୁ ମାନସିକ ନିର୍ଯାତନା ମିଳୁଛି। ତେଣୁ ସେ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ମିଶି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ସେ ଆବେଦନରେ ଉଲ୍ଲେଖ କରିଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣିରେ ବିଷ୍ଣୁପଦ ତାଙ୍କ ପତ୍ନୀ ଓ ଝିଅଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।

ମାମଲା ଚାଲିଥିଲା ବେଳେ ହାଇକୋର୍ଟ ଏହି ଅନ୍ତରୀଣ ସୁରକ୍ଷା ଦେଇଥିଲେ । ଏହି ମାମଲାର ଚୂଡାନ୍ତ ଶୁଣାଣି କରି ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି । ଫଳରେ ତାଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷା ଆପେ ଆପେ ରଦ୍ଦ ହୋଇଯାଇଛି ।

ଅଧିକ ପଢ଼ନ୍ତୁ: ଲାଞ୍ଚ କାରବାର ମାମଲାରେ IAS ଅଫିସର ବିଷ୍ଣୁପଦ ସେଠୀଙ୍କୁ CBI ସମନ୍

ଗତ ଫେବ୍ରୁଆରୀ ମାସରେ ପୁଣି କଡ଼ ଲେଉଟାଇଥିଲା CBI। ୭୦ ଦିନ ପରେ ପୁଣି ଆକ୍ଟିଭ ହେଲା ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଲାଞ୍ଚ କାରବାର ମାମଲା। ମାମଲାରେ ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କ ଘରେ CBI ରେଡ୍ କରିଛି। ୮ ଜଣିଆ ଟିମ ସକାଳ ୬ଟାରୁ ଜାରି ରଖିଥିଲା ଯାଞ୍ଚ। ବିଷ୍ଣୁପଦଙ୍କ ବିରୋଧରେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ସମେତ ଅନ୍ୟ କିଛି କେନ୍ଦ୍ରୀୟ PSUକୁ ଅନୁକମ୍ପା ଦେଖାଇବା ଅଭିଯୋଗ ରହିଥିଲା । ଏନେଇ ସିବିଆଇ ତାଙ୍କୁ ପୂର୍ବରୁ ସମନ କରିଥିବା ବେଳେ ଫେବ୍ରୁଆରୀ ୧୮ରେ ହୋଇଥିଲା ଚଢାଉ। ସକାଳ ପ୍ରାୟ ୬ଟା ବେଳେ ଭୁବନେଶ୍ବରସ୍ଥିତ ବିଷ୍ଣୁପଦଙ୍କ ସରକାରୀ ବାସଭବନରେ ପଶିଥିଲେ ଦିଲ୍ଲୀ ସିବିଆଇର ୮ ଜଣିଆ ଟିମ୍। ଆରମ୍ଭ ହୋଇଥିଲା ଘନ ଘନ ଯାଞ୍ଚ। ହଲ୍, ବେଡ୍ ରୁମ୍, କିଚେନ୍, ସାରା ଘର ଘାଣ୍ଟି ପକାଇଥିଲେ। କାର୍ ଡିକି ଖୋଲି ବି ଦେଖିଲେ। ଗଣମାଧ୍ୟମକୁ ବାସଭବନ ପରିସରରୁ ବାହାର କରି ଚାଲିଥିଲା ନନଷ୍ଟପ୍ ରେଡ୍। ତାରି ଭିତରେ ବିଷ୍ଣୁପଦଙ୍କୁ ଲଗାତର ପ୍ରଶ୍ନ ବି ହେଉଥିଲା। ତେବେ CBIର ରେଡ୍ ନେଇ କ୍ୟାମେରା ସାମ୍ନାରେ ଆପତ୍ତି ଉଠାଇଥିଲେ ବିଷ୍ଣୁପଦ। କହିଥିଲେ, ମୋର କିଛି ଦୋଷ ନାହିଁ। ମୋ ବିରୋଧରେ ଷଡଯନ୍ତ୍ର କରାଯାଇଛି। ମହିଳା ଅଧିକାରୀଙ୍କ ବିନା ଜୋରଜବରଦସ୍ତ ରେଡ୍ କରାଯାଇଛି। ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ସହ ମୋର କିଛି ଲିଙ୍କ୍ ନାହିଁ। ସେପଟେ ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସିବିଆଇ ହାତରେ ଲାଗିଥିବା ସୂଚନା ମିଳିଥିଲା।

ଗତ ଡିସେମ୍ୱର ୭ ତାରିଖ ରାତିରେ ମେ ଫେୟାର ସାମ୍ନାରୁ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିମିଟେଡ ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ ଜଣେ ଠିକାଦାରଙ୍କଠୁ ଲାଞ୍ଚ ନେବା ବେଳେ ମାଡି ବସିଥିଲା ସିବିଆଇ। ଚଞ୍ଚଲଙ୍କ ସହ ଠିକାଦାର ସନ୍ତୋଷ ମହାରଣା ଏବଂ ମଧ୍ୟସ୍ଥି ଦେବୀଦତ୍ତ ମହାପାତ୍ରଙ୍କୁ ଗିରଫ କରି ଆରମ୍ଭ କରିଥିଲା ଖୋଳତାଡ।ଆଉ ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏଥିରେ ସାମ୍ନାକୁ ଆସିଥିଲା ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦଙ୍କ ନାଁ। ଯେଉଁଥିପାଇଁ ଗତ ଡିସେମ୍ୱର ୧୧ ତାରିଖରେ ହାଜର ହେବାକୁ ତାଙ୍କୁ ନୋଟିସ୍ କରାଯାଇଥିଲା। ଏସବୁ ଭିତରେ ତାଙ୍କ ୩ ଡ୍ରାଇଭରଙ୍କୁ ଜେରା କରିଥିଲା ସିବିଆଇ।

ଅଧିକ ପଢ଼ନ୍ତୁ: ସନ୍ଦେହରେ ବିଷ୍ଣୁପଦ ବାଣ୍ଟିଥିବା ହାଇସ୍କୁଲ ଅପଗ୍ରେଡେସନ କାମ; ହେଉଥିଲା କି କେଳେଙ୍କାରୀ?

CBI Orissa High Court Bishnupada Sethi IAS Officer
Advertisment
Advertisment