Advertisment

Cyclone Diṭwa: ବାତ୍ୟା ଡିଟୱାର ଗତିପଥକୁ ନେଇ ଆଇଏମଡିର ପୂର୍ବାନୁମାନ , ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ୫୬ ଲୋକଙ୍କ ମୃତ୍ୟୁ

ସମୁଦ୍ରରେ ବଳ ଗୋଟାଇ ମାଡି ଆସୁଛି ବାତ୍ୟା ‘ଡିଟୱା’। ଆସନ୍ତାକାଲି ଆନ୍ଧ୍ର ଉପକୂଳରେ ମାଡ ହୋଇପାରେ । ଆସନ୍ତାକାଲି ସକାଳ ସୁଦ୍ଧା ଡିଟୱାର ଗତିପଥ ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ର ପ୍ରଦେଶର ନିକଟତର ହେବା ନେଇ ଅନୁମାନ କରୁଛି ଭାରତୀୟ ପାଣିପାଗ ବିଭାଗ।

author-image
Manas Ranjan Mohanty
BATYA

BATYA Photograph: (OTV)

ସମୁଦ୍ରରେ ବଳ ଗୋଟାଇ ମାଡି ଆସୁଛି ବାତ୍ୟା ‘ଡିଟୱା’। ଆସନ୍ତାକାଲି ଆନ୍ଧ୍ର ଉପକୂଳରେ ମାଡ ହୋଇପାରେ । ଆସନ୍ତାକାଲି ସକାଳ ସୁଦ୍ଧା ଡିଟୱାର ଗତିପଥ ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ର ପ୍ରଦେଶର ନିକଟତର ହେବା ନେଇ ଅନୁମାନ କରୁଛି ଭାରତୀୟ ପାଣିପାଗ ବିଭାଗ।

Advertisment

ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଗତି କରୁଛି। ଡିଟୱା ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ବତ୍ୟା ଆଲର୍ଟ ଜାରି ହୋଇଛି। ଉଭୟ ରାଜ୍ୟରେ ସମୁଦ୍ର ଅଶାନ୍ତ ହୋଇଥିବା ଦେଖିବାକୁ ମିଳିଛି। ବାତ୍ୟା ପ୍ରଭାବରେ ଦୁଇ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି।

ସେପଟେ ପଣ୍ଡିଚେରୀ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଉପକୂଳରେ ବାତ୍ୟା ଆଲର୍ଟ ଜାରି ହୋଇଛି। ତାମିଲନାଡ଼ୁର ଉପକୂଳବର୍ତ୍ତୀ ଜିଲ୍ଲାରେ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି। ସେପଟେ ବାତ୍ୟା ଡିଟୱା ଶ୍ରୀଲଙ୍କାରେ ସୃଷ୍ଟି କରିଛି ପ୍ରଳୟ।

Advertisment

ଶ୍ରୀଲଙ୍କାରେ ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଭୂସ୍ଖଳନରେ ୫୬ ଲୋକଙ୍କ ପ୍ରାଣହାନୀ ହୋଇଥିବା ସୂଚନା ମିଳିଛି। ବର୍ଷା, ବାତ୍ୟା, ବନ୍ୟାରେ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏଣେ ରେସ୍କ୍ୟୁ ଅପରେସନରେ ସାମିଲ ହେବାକୁ ଭାରତରୁ ଆଇଏନଏସ୍ ବିକ୍ରାନ୍ତ ଜାହାଜ ଶ୍ରୀଲଙ୍କା ଅଭିମୁଖେ ଗସ୍ତ କରିଛି।...

ତାମିଲନାଡୁ ମୁହାଁ ବାତ୍ୟା ଡିଟୱା
ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ଡିଟୱା
କାଲି ସୁଦ୍ଧା ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଛୁଇଁବା ସମ୍ଭାବନା
ଡିଟୱାର ଗତିପଥକୁ ନେଇ ଆଇଏମଡିର ପୂର୍ବାନୁମାନ
ଉଭୟ ରାଜ୍ୟରେ ବାତ୍ୟା ଆଲର୍ଟ ଜାରି, ଅଶାନ୍ତ ସମୁଦ୍ର
ଶ୍ରୀଲଙ୍କାରେ ସାଇକ୍ଲୋନ୍ ଡିଟୱାର ପ୍ରଚଣ୍ଡ ତାଣ୍ଡବ
ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ୫୬ ଲୋକଙ୍କ ମୃତ୍ୟୁ
ଶ୍ରୀଲଙ୍କାରେ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ 

Odisha Rain Cyclone
Advertisment
Related Articles
Advertisment