/odishatv-khabar/media/media_files/2025/10/24/cyclone-alert-2025-10-24-20-30-12.jpg)
Cyclone Alert Photograph: (OTV)
ବାତ୍ୟା ପାଇଁ ବଡ଼ ତୟାରି। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ମୋନ୍ଥା ମୁକାବିଲା ପ୍ରସ୍ତୁତି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ପବନ ଓ ବର୍ଷା ନେଇ ଆଇଏମଡିର ଅନୁମାନ ପରେ ଏହାର ମୁକାବିଲା ଲାଗି ସରକାର ତୟାରି ଆରମ୍ଭ କରି ଦେଇଥିବା କହିଛନ୍ତି ରାଜସ୍ବମନ୍ତ୍ରୀ। ପ୍ରଭାବିତ ହେବାକୁ ଥିବା ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବାତ୍ୟା ଆଶ୍ରୟସ୍ଥଳୀ ସବୁକୁ ପ୍ରସ୍ତୁତ ରଖାଯିବା ସହ ଶୁଖିଲା ଖାଦ୍ୟ ମହଜୁଦ୍ କରାଯାଉଛି। ଜିଲ୍ଲାପାଳମାନଙ୍କୁ ରାଜସ୍ବ ବିଭାଗ ଓ ଏସଆରସିଙ୍କ ପକ୍ଷରୁ ଆଲର୍ଟ ବି କରାଗଲାଣି।...
ଆସୁଛି ବାତ୍ୟା । ମୁକାବିଲା ପାଇଁ ଆଗୁଆ ତୟାରି । ତତ୍ପର ରାଜ୍ୟ ସରକାର, ଆକ୍ସନ ମୋଡ୍ ରେ ଜିଲ୍ଲା ପ୍ରଶାସନ ।
ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସାଙ୍ଗକୁ ଆସନ୍ତା ୨୭ ତାରିଖରେ ବାତ୍ୟା ହେବା ନେଇ ସ୍ପଷ୍ଟ ସଙ୍କେତ ଆସିବା ପରେ ଆରମ୍ଭ ହୋଇଯାଇଛି ମୁକାବିଲା ପ୍ରସ୍ତୁତି। ସଜାଗ ହୋଇପଡ଼ିଛି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଆଇଏମଡିର ଆକଳନ ପରେ ସରକାର ପୂରା ପ୍ରସ୍ତୁତ। ବାତ୍ୟାକୁ ନେଇ ଲୋକେ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ।
ସଜାଗ ଅଛନ୍ତି ସରକାର
ଯେଉଁ ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ବର୍ଷା ଓ ପବନର ୱାର୍ଣ୍ଣିଂ ଦେଇଛି, ସେଠି ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଛି। ବାତ୍ୟା ଆଶ୍ରୟସ୍ଥଳ ବି ପ୍ରସ୍ତୁତ ଅଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ପାଇଁ ବି ପ୍ରସ୍ତୁତି ହେଉଛି। ଦରକାର ମୁତାବକ ଶୁଖିଲା ଖାଦ୍ୟ ମହଜୁଦ ଅଛି ଓ ଶକ୍ତି ବିଭାଗକୁ ବି ଆଲର୍ଟ କରାଯାଇଛି।...
ଯଦିଓ ବାତ୍ୟାର ଗତିପଥ ସ୍ପଷ୍ଟ ହୋଇନି କି ଲ୍ୟାଣ୍ଡଫଳ ସ୍ଥଳ ଜଣାପଡ଼ିନି। କିନ୍ତୁ ଲଘୁଚାପ ପ୍ରଭାବରେ ଆଉ ଦିନକ ପରେ ରାଜ୍ୟରେ ଆରମ୍ଭ ହୋଇଯିବ ବର୍ଷା। ବିଶେଷକରି ୨୭ରୁ ୨୯ ତାରିଖ ଯାଏଁ ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତର ଓଡ଼ିଶାକୁ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶା ବାତ୍ୟା କୋପ ରାଡାରରେ ରହିଥିବାରୁ ସେଠି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯିବା ସହ ଜିଲ୍ଲା ସ୍ତରର ଅଧିକାରୀଙ୍କୁ ଆଲର୍ଟ କରାଗଲାଣି। ଯଦିଓ ସବୁ ଜିଲ୍ଲାରେ ଅଗ୍ନିଶମ ଟିମ୍ ରହିଛନ୍ତି କିନ୍ତୁ ଆବଶ୍ୟକ ହେଲେ ଓଡ୍ରାଫ୍ ଟିମ୍ ଆସି ସହାୟତା କରିବେ।
ଏସଆରସିଙ୍କ ପକ୍ଷରୁ ମଧ୍ୟ ସବୁ ଜିଲ୍ଲାପାଳମାନଙ୍କୁ ବାତ୍ୟା ପାଇଁ ଆଲର୍ଟ କରାଗଲାଣି। ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ବି ପ୍ରଶାସନକୁ ସତର୍କ କରାଯାଇଛି। ବାତ୍ୟା ହେଉ କି ବର୍ଷା। ଧାନ ଫସଲକୁ ସାଜିବ ବିପଦ। ଧାନ କେଣ୍ଡା ତଳେ ପଡ଼ିଗଲେ ଅମଳ ବାଧାପ୍ରାପ୍ତ ହେବ, ଜମିରେ ପାଣି ଜମିଲେ ଧାନକେଣ୍ଡାରେ ଗଜା ଧରିବ। ତେଣୁ ଅମଳ ହେବାକୁ ଥିବା ଧାନକୁ ବିଲରୁ କାଟି ଆଣି ସୁରକ୍ଷିତ ସ୍ଥାନରେ ରଖିବାକୁ ବି ଦିଆଯାଇଛି ପରାମର୍ଶ।...
ଅକଟୋବରରେ ବାତ୍ୟା ଓଡ଼ିଶା ପାଇଁ ସବୁବେଳେ ବିପଦ ଡାକିଆଣେ। ୧୯୯୯ରେ ମହାବାତ୍ୟା, ୨୦୧୩ରେ ଫାଇଲିନ୍, ୨୦୧୪ରେ ହୁଡହୁଡ, ୨୦୧୮ରେ ତିତଲି ଓ ୨୦୧୯ ନଭେମ୍ବରରେ ବୁଲବୁଲ ଭଳି ଶକ୍ତିଶାଳୀ ଝଡ଼ର ଡାଣ୍ଡବ ଦେଖିଛନ୍ତି ଓଡ଼ିଶା ବାସୀ।...
Nagal Chaturthi Brata: ଏହି ତିଥିରେ ନାଗ ସାପକୁ ପୂଜା କରାଯାଏ କାହିଁକି, ଜାଣନ୍ତୁ ନାଗଲ୍ ଚତୁର୍ଥୀ ବ୍ରତ ପାଳନର ବିଧି

Cyclone Forecast: ଅକ୍ଟୋବରରେ ପୁଣି ବାତ୍ୟା, ୨୭ରୁ ୨୯ ତାରିଖ ଯାଏଁ ଓଡ଼ିଶାକୁ ପ୍ରବଳ ବର୍ଷା ୱାର୍ଣ୍ଣିଂ

Afghanistan to Cut Off Pakistan’s Water: ଭାରତ ପରେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନର ପାଣି ବନ୍ଦ କରିବ, ତାଲିବାନ କହିଲା- 'ଶୀଘ୍ର ହେବ ବନ୍ଧ'

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)