Advertisment

15 Deaths a Day on Roads: ରାସ୍ତା ନେଉଛି ଦିନକୁ ୧୫ ମୁଣ୍ଡ, ବ୍ଲାକ ସ୍ପଷ୍ଟରେ ଇଞ୍ଜିନିୟରିଂ ସଲ୍ୟୁସନ୍ ଲାଗି ମାଷ୍ଟର ପ୍ଲାନ୍

ଦୁର୍ଘଟଣା ରୋକିବା ଲାଗି ସରକାର ରାଜ୍ୟରେ ଚିହ୍ନଟ ବ୍ଲାକ ସ୍ପଟ ଅଞ୍ଚଳରେ ଇଂଜିନିୟରିଂ ସଲୁସନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। PWD, NHAI, RD ଭଳି ସଂସ୍ଥାଙ୍କ ସହଯୋଗରେ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଛି।

author-image
Tapan Swain
Accident

Accident Photograph: (OTV)

ରାସ୍ତା ନେଉଛି ଦିନକୁ ୧୫ ମୁଣ୍ଡ । ପ୍ରତି ବର୍ଷ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ନେଇ ଏଭଳି ଉଦେବଗଜନକ ସ୍ଥିତି ପରେ ଚିନ୍ତା ପ୍ରକଟ କରିଛନ୍ତି ସରକାର । ଆଉ ଏହାକୁ ରୋକିବା ଲାଗି ଉଦ୍ୟମ କରିଛନ୍ତି । ବ୍ଲାକ ସ୍ପଷ୍ଟ ଅଞ୍ଚଳରେ ଇଞ୍ଜିନିୟରିଂ ସଲ୍ୟୁସନ୍ ଲାଗି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି । ସେହିପରି ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି "ଶୂନ୍ୟ ମୃତାହତ ପକ୍ଷ । ଏହି ସମୟରେ କୌଣସି ଜୀବନ ଯିବ ନାହିଁ ତାହା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ...

Advertisment

ରବିବାର ଅପରାହ୍ନ । ଢେଙ୍କାନାଳ କାମାକ୍ଷାନଗର ରାସ୍ତାର ସାରଙ୍ଗଧର ସେତୁ । କମଗରା ନିକଟରେ ଥିବା ଏହି ବ୍ରିଜ୍ ଉପରେ ମୁହାଁମୁହିଁ ପିଟି ହେଲେ ବାଇକ୍ ଓ ସ୍କୁଟର । ଘଟଣାସ୍ଥଳରେ ହିଁ ଚାଲିଗଲା ବାଇକରେ ଥିବା ୨ ଜଣଙ୍କ ଜୀବନ । ଶନିବାର ବିଳମ୍ବିତ ରାତି । ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥ ର କୁଲେଇ ଛକ । ବାଇକ ଉପରେ ଚଢ଼ିଗଲା ଟ୍ରକ । ଘଟଣାସ୍ଥଳରେ ପ୍ରାଣ ହରାଇଲେ ବାଇକରେ ଥିବା ତିନି ଜଣ । ପାଖାପାଖି ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ଦୁଇ ଦୁଇଟି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ । 

ଦୁର୍ଘଟଣାରେ ସାରା ଦେଶରେ ଓଡ଼ିଶା ୧୩ ନମ୍ବରରେ

କେବଳ ଢେଙ୍କାନାଳ ନୁହଁ ସାରା ରାଜ୍ୟରେ ରୋଡ ଏକ୍ସିଡେଣ୍ଟରେ ଏଭଳି ଜୀବନ ଯାଉଛି । ଏକ ତଥ୍ୟ ଅନୁସାରେ ଓଡ଼ିଶାରେ ଦିନକୁ ୧୫ଜଣଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟୁଛି । ଆଉ ଏଭଳି ଦୁର୍ଘଟଣାରେ ସାରା ଦେଶରେ ଓଡ଼ିଶା ୧୩ ନମ୍ବରରେ ରହିଛି, ଯାହା ବେଶ ଚିନ୍ତାଜନକ । ବିଧାନସଭାରେ ସରକାର ରଖିଥିବ ତଥ୍ୟ ଅନୁସାରେ ଗତ ୩ ବର୍ଷରେ ରାସ୍ତା ଦୁର୍ଘଟଣାରେ ରାଜ୍ୟର ଗଲାଣି୧୬ ହଜାର ୨୮୭ ମୁଣ୍ଡ । ପ୍ରତିବର୍ଷ ଏହା ବଢ଼ିବାରେ ବି ଲାଗିଛି । 

Advertisment

ସେପଟେ ରାଜ୍ୟରେ ଯେଭଳି ଦୁର୍ଘଟଣା ହ୍ରାସ ପାଇବ ତାହାକୁ ନେଇ ସରକାର ଆଜିଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପାଳନ କରୁଛନ୍ତି ଶୂନ୍ୟ ମୃତାହତ ପକ୍ଷ । ଏହି ସମୟରେ ଯେଭଳି ଦୁର୍ଘଟଣାରେ କାହାର ଜୀବନ ଯିବ ନାହିଁ ତାହା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଏଥିସହ ଦୁର୍ଘଟଣା ରୋକିବା ଲାଗି ସରକାର ରାଜ୍ୟରେ ଚିହ୍ନଟ ବ୍ଲାକ ସ୍ପଟ ଅଞ୍ଚଳରେ ଇଂଜିନିୟରିଂ ସଲୁସନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। PWD, NHAI, RD ଭଳି ସଂସ୍ଥାଙ୍କ ସହଯୋଗରେ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଛି। ସେହିପରି ରାସ୍ତାରେ ଭିଡ ନିୟନ୍ତ୍ରଣ ପାଇଁ ସରକାର HYPER LOCAL SOLUTION ପାଇଁ ଚେଷ୍ଟା ଚଳାଇଛନ୍ତି । 

ଗତ ସପ୍ତାହରେ ଭୁବନେଶ୍ବରରେ ରୋଡ୍ସ କଂଗ୍ରେସର ବାର୍ଷିକ ଅଧିବେଶନ ବେଳେ ଭୁଲ୍ DPR ପାଇଁ ଅଧିକ ଦୁର୍ଘଟଣା ଘଟୁଥିବା କହିଥିଲେ । ଏଥିସହ ତ୍ରୁଟିପୂର୍ଣ୍ଣ ରାସ୍ତା ଡିଜାଇନ୍ ସଜାଡିବା ଲାଗି ଆହ୍ବାନ ଦେଇଥିଲେ । ବିଶେଷଜ୍ଞମାନେ ମଧ୍ୟ ରାସ୍ତା ଦୁର୍ଘଟଣା ରୋକିବା ପାଇଁ ଖାଲି ଗବେଷଣା ନୁହେଁ ବରଂ ତଳସ୍ତରରେ ସଚେତନତାର ଆବଶ୍ୟକତା ଥିବା କହିଛନ୍ତି । 

ସେମାନଙ୍କ ମତରେ, କେବଳ ଜନସାଧାରଣଙ୍କୁ ଭୟଭୀତ କରେଇବା ପାଇଁ ଚାଲାଣ କଟା ନ ଯାଉ ବରଂ ସରକାର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରନ୍ତୁ। ବିଶେଷ ଭାବରେ ଅନଭିଜ୍ଞ ଡ୍ରାଇଭରଙ୍କ ପାଇଁ ଦୁର୍ଘଟଣା ବେଶୀ ହେଉଥିବାରୁ ସେମାନଙ୍କୁ ଟ୍ରେନିଂ ଦେବାପାଇଁ ସବୁ ଜିଲ୍ଲାରେ ପିପିପି ମୋଡରେ ଡ୍ରାଇଭିଙ୍ଗ ସେଣ୍ଟର ଖୋଲିବା ଉଚିତ ବୋଲି କହିଛନ୍ତି ବିଶେଷଜ୍ଞ । 

Odisha Accident
Advertisment
Related Articles
Advertisment