Advertisment

IT Raid: ଉତ୍କଳ ବିଲଡର୍ସରେ ବଡ଼ ଧରଣର IT ରେଡ୍

ଆୟକର ଫାଙ୍କିବା ଅଭିଯୋଗରେ ଉତ୍କଳ ବିଲଡର୍ସ ଉପରେ ଆୟକର ବିଭାଗର ଚଢ଼ାଉ। ଉତ୍କଳ ବିଲଡର୍ସର ଏକାଧିକ ସ୍ଥାନରେ ଯାଞ୍ଚ କରାଯାଉଛି। ଏଥିରେ ଆୟକର ବିଭାଗର ୧୮ ଟିମର ୧୨୦ ଜଣ ଅଧିକାରୀ ସାମିଲ ହୋଇଛନ୍ତି।

author-image
Debadatta Aryashrestha
UTKAL-BUILDERS

IT Raid in Utkal Builders Photograph: (OTV)

ଉତ୍କଳ ବିଲଡର୍ସରେ IT ରେଡ୍। ଭୁବନେଶ୍ୱର ଉତ୍କଳ ବିଲଡର୍ସ ଉପରେ ଆୟକର ବିଭାଗର ଚଢ଼ାଉ। ଆୟକର ଫାଙ୍କିବା ଅଭିଯୋଗରେ ଚାଲିଛି ଯାଞ୍ଚ। ଉତ୍କଳ ବିଲଡର୍ସର ଏକାଧିକ ସ୍ଥାନରେ ଯାଞ୍ଚ କରାଯାଉଛି। ଏଥିରେ ୧୮ଟି ଟିମର ୧୨୦ ଜଣ ଅଧିକାରୀ ସାମିଲ ହୋଇଛନ୍ତି। ସେପଟେ ଘଟଣାକୁ ନେଇ ଉତ୍କଳ ବିଲଡର୍ସ କିମ୍ବା ଆୟକର ବିଭାଗର ପ୍ରତିକ୍ରିୟା ମିଳିପାରିନି।

Advertisment

ମିଳିଥିବା ଖବର ଅନୁଯାୟୀ, ଆଜି (ମଙ୍ଗଳବାର) ସକାଳ ସମୟରେ ଉତ୍କଳ ବିଲ୍ଡର୍ସ୍‌ରେ ଆଇଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ସହିଦ ନଗରସ୍ଥିତ ଉତ୍କଳ ବିଲ୍ଡର୍ସ୍‌ର ମୁଖ୍ୟ କାର୍ଯ୍ୟାଳୟ ସମେତ ୧୪ଟି ସ୍ଥାନରେ ଚାଲିଛି ଏହି ରେଡ୍। ଯେଉଁଥିରେ ୧୮ଟି ଟିମର ୧୨୦ ଜଣ ଅଧିକାରୀ ସାମିଲ ଥିବା ସୂଚନା ମିଳିଛି। କୋଲକାତାର ୩ଟି ସ୍ଥାନ ଏବଂ ଓଡ଼ିଶାର ମୋଟ ୧୧ଟି ସ୍ଥାନରେ ଏହି ରେଡ୍‌ ଚାଲିଛି। ବର୍ତ୍ତମାନ ଯାଏଁ ଏହି ଚଢାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି।

Bhubaneswar Odisha IT Raid
Advertisment
Related Articles
Advertisment