• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Panchayat Polls

2nd Phase Voting
କାଲି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍: ପ୍ରତିନିଧି ବାଛିବେ ରାଜ୍ୟର ୬୨ ଲକ୍ଷରୁ ଅଧିକ ଭୋଟର

କାଲି ସେକେଣ୍ଡ ଫେଜ୍ ଭୋଟ୍ । ସାଜ ସରଞ୍ଜାମ ଧରି ବୁଥ୍ ପହଞ୍ଚିଲେଣି ପୋଲିଂ ପାର୍ଟି । ଏଣେ ପଞ୍ଚାୟତ ପରୀକ୍ଷା ଦେବାକୁ ପ୍ରାର୍ଥୀ ତୟାର ତ ପ୍ରତିନିଧି ବାଛିବାକୁ ବି ଉତ୍କଣ୍ଠାରେ ଭୋଟର ।

bjd
ପ୍ରଚାର କରୁଛି ବିଜେଡି : ‘ବିରୋଧୀ ମାଡ ଖାଇବ, ଏଥର ଖେଳ ହେବ’

ପଶ୍ଚିମବଙ୍ଗର ଟିଏମସିକୁ ଅନୁସରଣ କରୁଛି କି ବିଜେଡି ? ଦିଦିଙ୍କ ଖେଲା ହବେ ଢାଞ୍ଚାରେ ଓଡିଶାରେ ଖେଳ ହେବ ବୋଲି ବିଜେଡି ଦେଇଛି ଆହ୍ୱାନ ।

vote
୧ମ ପର୍ଯ୍ୟାୟରେ ବୁଥ୍ ରିଂଗି, ଟଙ୍କା ବଣ୍ଟା ଓ ହିଂସାର ମାଳ ମାଳ ଚିତ୍ର : ବାକିଥିବା ପର୍ଯ୍ୟାୟରେ ସ୍ୱଚ୍ଛ ନିର୍ବାଚନକୁ ନେଇ ଉଠିଲା ପ୍ରଶ୍ନ

ଆରମ୍ଭରୁ ଅଶାନ୍ତି କେଉଁଠି ଗୋଷ୍ଠୀ ସଂଘର୍ଷ, କେଉଁଠି ହାତାହାତି, ତ କେଉଁଠି ହିଂସାକାଣ୍ଡ, ଖୁଲମଖୁଲା ବୁଥ ଜବରଦଖଲର ଚିତ୍ର । ଏସବୁ ଘଟୁଥିଲା ପୋଲିସ୍ ଉପସ୍ଥିତିରେ । ଢେଙ୍କାନାଳ ଗଦିଁଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମ ପଞ୍ଚାୟତର ଖୋଲାଖୋଲି ଭାବେ ବୁଥ୍ ରିଗିଂ ଓ କ୍ୟାପ୍ଚରିଂ କରିଥିଲେ ଦୁର୍ବୃତ୍ତ ।

Attack
ସରପଞ୍ଚ ପ୍ରାର୍ଥିନୀଙ୍କ ସମ୍ପର୍କୀୟଙ୍କୁ ଠେଙ୍ଗାରେ ପିଟିଲେ, ହତ୍ୟା ଧମକ ଦେଲେ

ନିର୍ବାଚନର ଦିନକ ପୂର୍ବରୁ ସରପଞ୍ଚ ପ୍ରାର୍ଥିନୀଙ୍କ ସମ୍ପର୍କୀୟଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ଓ ତାଙ୍କ ସହଯୋଗୀମାନେ ଠେଙ୍ଗାରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Proposal To Again Conduct Polls In 25 Booths
୨୫ ବୁଥ୍‌ରେ ପୁନଃ ମତଦାନ ପ୍ରସ୍ତାବ

ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ବିଭିନ୍ନ କାରଣରୁ ବାଧାପ୍ରାପ୍ତ ହୋଇଥିବା ୨୫ଟି ବୁଥ୍‌ରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଦିଆଯାଇଛି। 

Samiti Member Candidate's Husband Goes Missing
ନିର୍ବାଚନ ପୂର୍ବରୁ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ, ସ୍କୁଟିରେ ଲାଗିଛି ରକ୍ତଛିଟା

ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ। ଗତକାଲି ରାତିରୁ ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଢେଙ୍କାନାଳ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।

 Election Violence
ହିଂସାକାଣ୍ଡରେ ବିଜେଡି କର୍ମୀଙ୍କ ସିଧା ସମ୍ପୃକ୍ତି, ଭୋଟ୍ ଦେବାକୁ ଡରୁଛନ୍ତି ଭୋଟର: ବିଜେପି

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟଣାକୁ ନେଇ ବିଜେପି ଦୃଢ଼ ନିନ୍ଦା କରିଛି। ବିଜେପି କହିଛି, ନିର୍ବାଚନ ବେଳେ ଓ ପୂର୍ବରୁ ରାଜନୈତିକ ହିଂସାକାଣ୍ଡ ଘଟାଯାଉଛି।

ଗିରଫଙ୍କ ମଧ୍ୟରେ ଜଣେ ସରପଞ୍ଚ ଓ ଜଣେ ସମିତି ସଭ୍ୟ ପ୍ରାର୍ଥୀ
ନିର୍ବାଚନ ବେଳେ ମଦ ବାଣ୍ଟି ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ଗିରଫ

ମଦ ବୋଝେଇ ଟ୍ରାକ୍ଟରକୁ ଅଟକ ରଖି ପୋଲିସ ଜିମାଦେଲେ ଗ୍ରାମବାସୀ।

panchayat Election
କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ: କୋଟିଆରେ ପହଞ୍ଚିଲେ ପୋଲିଂ ପାର୍ଟି

ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ଭୋଟର୍ ମତଦାନ କରିବେ।

vote
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ ଶେଷ : ବ୍ଲକ ହେଡକ୍ୱାଟରର ଷ୍ଟ୍ରଙ୍ଗ ରୁମରେ ରହିବ ବାଲାଟ ବକ୍ସ

ପ୍ରଥମ ପର୍ଯ୍ୟାୟରେ ୨ଶହ ଜିଲ୍ଲା ପରିଷଦ ଜୋନ ଅଧିନରେ ଆସୁଥିବା ୧ ହଜାର ୬ ଶହ ୬୯ ସରପଞ୍ଚ ଓ ସମାନ ସଂଖ୍ୟକ ସମିତି ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ ହୋଇଛି ।

voter take food
ଭୋଟରଙ୍କୁ ଖୁସି କରିବାକୁ ପ୍ରାର୍ଥୀଙ୍କ ପ୍ରୟାସ: ‘ଜଳଖିଆ ଖାଅ, ଭୋଟ୍ ଦିଅ’

ଏହି ଦୋକାନରେ ପ୍ରାର୍ଥୀ ମାନଙ୍କ କହିବା ଅନୁଯାୟୀ ଦୋକାନୀ ଭୋଟର ମାନଙ୍କୁ ଚା ଓ ଜଳଖିଆ ଦିଆଯାଉଛି । ଭୋଟର ମାନେ ମଧ୍ୟ ମାଗଣା ଚା ଜଳଖିଆ ଖାଇ ବେଶ ଖୁସି ଥିବାର ଦେଖିବାକୁ ମିଳିଛି ।

poll
ମତଦାନ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଅଭିଯୋଗ : ପୁରୀ କଣାସ ବ୍ଲକର ବଡାଲ ପଞ୍ଚାୟତରେ ଆକ୍ରମଣ

ଦୁର୍ବୃତ୍ତ ମାନେ ସାମ୍ବାଦିକ ସୁମନ୍ତ ସୁନ୍ଦରାୟ ଓ ସାଙ୍ଗରେ ଥିବା କ୍ୟାମେରାମ୍ୟାନ ଚିତନ ସ୍ୱାଇଁଙ୍କୁ ଆକ୍ରମଣ କରିଥିଲେ । ସେହିପରି ଆଉ ଏକ ବୈଦ୍ୟୁତିକ ଗଣମାଧ୍ୟମର ରିପୋର୍ଟର ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନ ରବି ତ୍ରିପାଠୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି

Balat Box Loot
ପଞ୍ଚାୟତ ନିର୍ବାଚନରେ ନୂଆ ଟ୍ୱିଷ୍ଟ; ବାଲାଟ୍ ବକ୍ସ ନେଇ ପଳାଇଲେ ଦୁର୍ବୃତ୍ତ

ବ୍ରହ୍ମଗିରିରେ ବୁଥ୍ ଭିତରୁ ବାଲାଟ ବକ୍ସ ଉଠାଇନେଇ ପଳାଇଲେ ଦୁର୍ବୃତ୍ତ । ଏଭଳି କିଛି ଦୃଶ୍ୟ ବ୍ରହ୍ମପୁରର ଚାପମାଣିକ ପଞ୍ଚାୟତ କାଶିଝରିଆ ଗାଁରେ ଦେଖିବାକୁ ମିଳିଛି ।

attack on booth
ମତଦାନ କେନ୍ଦ୍ରରେ ଉତ୍ତେଜନା, ଠେଙ୍ଗା ଓ ଶାବଳ ଆକ୍ରମଣରେ ୫ ଆହତ

ଆଜି ସକାଳୁ ମତଦାନ ଚାଲିଥିବା ବେଳେ ଏକ ରାଜନୈତିକ ଦଳ ଜୋର୍ ଜବରଦସ୍ତ ମତଦାନ କେନ୍ଦ୍ରରେ ପଶିଯାଇଥିଲା । ଭୋଟିଂ ଚାଲିଥିବା ବେଳେ ଏପରି ବଳପୂର୍ବକୁ ବୁଥ୍ ଭିତରକୁ ପଶିବା ପାଇଁ ଲୋକେ ବିରୋଧ କରିଥିଲେ ।

Odisha Panchayat Polls
ପଞ୍ଚାୟତ ନିର୍ବାଚନ : ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ସବୁଠି ଶାନ୍ତିଶୃଙ୍ଖଳା ସହ ଭୋଟଗ୍ରହଣ ଚାଲିଥିବାର ଦେଖିବାକୁ ମିଳିଛି ।

sarpanch candidate
ନିର୍ବାଚନ ପୂର୍ବରୁ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, ମତଦାନ ବନ୍ଦ

ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀ । ବନ୍ଦ ରହିଲା ମତଦାନ ।

vote boycut
ରାସ୍ତା ଓ ପାଣି ସମସ୍ୟା ପାଇଁ ଭୋଟ୍ ବର୍ଜନ : ପୋଲିଂ ଅଧିକାରୀଙ୍କୁ ଗାଁକୁ ଛାଡୁନାହାନ୍ତି ଗ୍ରାମବାସୀ

ଆଜି ସକାଳୁ ପୋଲିଂ ଅଧିକାରୀମାନେ ଯିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ପଶି ପାରିନଥିଲେ । ପୂର୍ବରୁ ପ୍ରଚାର ପାଇଁ ଆସୁଥିବା ନେତାଙ୍କୁ ମଧ୍ୟ ବିରୋଧ କରିଥିଲେ ଗ୍ରାମବାସୀ

Odisha Panchayat Polls
ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସାର ଖବର : କେଉଁଠି ଗୁଳିମାଡ଼, କେଉଁଠି ଗଣ୍ଡଗୋଳ ଆଉ ଭଙ୍ଗାରୁଜା

ସମ୍ବଲପୁରର ଠେଲକୁଲି ଘିଚାମୁରା ପଞ୍ଚାୟତ ଦେଉରା ଗାଁ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିମାଡ଼ । ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଦେଉରା ଗାଁସ୍ଥିତ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଲଳିତଙ୍କ ଘର କବାଟରେ ୨ ଟି ଗୁଳି ଚିହ୍ନ ରହିଥିବା ବେଳେ କେହି ଆହତ ହୋଇ ନଥିବା ଜଣାଯାଇଛି

Odisha Panchayat Polls
ଟଙ୍କା ବାଣ୍ଟୁଛନ୍ତି ବିଧାୟକଙ୍କ ଭାଇ, ସେ ପୁଣି ପୋଲିସ ଭ୍ୟାନ୍‌ରେ, ଦେଖନ୍ତୁ..

ଆଜି ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲ ବ୍ଲକରେ ମତଦାନ ଅନୁଷ୍ଠିତ ହେଉଛି । ଏହାର ଠିକ୍ ପୂର୍ବରୁ ଗତ ରାତିରେ ଶାସକ ଦଳର କର୍ମୀ ଏପରିକି ଖୋଦ୍ ବିଧାୟକଙ୍କ ଭାଇ ପୋଲିସ ଗାଡିରେ ଟଙ୍କା ବାଣ୍ଟିବା ଭିଡିଓ ଭାଇରାଲ ହୋଇଛି ।

Voting Begins Amid Tight Security
ମତଦାନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ! ୨୨ ହଜାରରୁ ଅଧିକ ବୁଥରୁ ୩ ହଜାର ୩୫୭ ବୁଥ୍ ଉତ୍ତେଜନାପ୍ରବଣ ଚିହ୍ନଟ

ପଂଚାୟତ ନିର୍ବାଚନରେ ମୋଟ୍ ୨୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ମାଓ ଇଲାକାରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ଉତ୍ତେଜନାପୂର୍ଣ୍ଣ ବୁଥ୍ ଗୁଡ଼ିକରେ ପୋଲିସ୍ ଯାଞ୍ଚ କରିଛି । କୋଭିଡ୍ ଗାଇଡଲାଇନ୍ ଭିତରେ ଭୋଟ୍ ଗ୍ରହଣ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

voting
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ! ସକାଳ ୭ରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ମତଦାନ

ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ଭୋଟର୍ ତାଲିକାରେ ତାଙ୍କ ନାଁ ରହିଛି ନା ନାହିଁ ଫାଷ୍ଟ ପୋଲିଂ ଅଫିସରଙ୍କ ନିକଟରେ ଯାଞ୍ଚ କରିବେ । ପରିଚୟ ଯାଞ୍ଚ ପାଇଁ ଭୋଟର୍ ଆଇଡି, ଆଧାର, ପାନ୍ କାର୍ଡ ସମେତ ୧୩ଟି ପରିଚୟ ପତ୍ରକୁ ଗ୍ରହଣ କରାଯିବ ।

Kotia
କୋଟିଆରେ ଆନ୍ଧ୍ର ପ୍ରୀତି ପାଲଟିଛି ପ୍ରମୁଖ ମୁଦ୍ଦା; ଏଣେ ଭୋଟ୍‌ରଙ୍କୁ ମନାଇବାକୁ ଲାଗିପଡିଛନ୍ତି ପ୍ରାର୍ଥୀ

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଭିତରେ କୋଟିଆରେ ସରଗରମ ନିର୍ବାଚନୀ ପାଣିପାଗ । କୋଟିଆ କନ୍ଧ ସାହି ହେଉ କି ବଜାର ଘାଟ, ସବୁଠି କାନ୍ଥବାଡ଼ରେ ପ୍ରାର୍ଥୀଙ୍କ ପୋଷ୍ଟର । ଗତବର୍ଷ ଫେବୃଆରୀରେ ଆନ୍ଧ୍ର, କୋଟିଆ ପଞ୍ଚାୟତକୁ ତିନି ଭାଗରେ ବିଭକ୍ତ କରି ପଞ୍ଚାୟତ ନିର୍ବାଚନ କରାଇଥିଲା । ଏଥର ତେଣୁ ଆନ୍ଧ୍ରକୁ ଚେକ୍ ଦେବାକୁ ସବୁ ଦଳ ଅଣ୍ଟା ଭିଡ଼ିଥିଲେ ।

First Phase Election
ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ମାଓ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା

ରାତି ପାହିଲେ ପଡ଼ିବ ପଞ୍ଚାୟତ ଭୋଟ୍ । ତେଣୁ ପୋଲିଂ ବୁଥ୍‌କୁ ଆରମ୍ଭ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପର୍ଯ୍ୟନ୍ତ ସବୁଠି ଚୂଡାନ୍ତ ହୋଇଛି ପ୍ରସ୍ତୁତି । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଭୋଟ୍‌ ଗ୍ରହଣ ହେବ ।

Presiding Officer Death
ଆସନ୍ତାକାଲି ଭୋଟ୍, ହେଲେ ଆଜି ଆଖି ବୁଜିଦେଲେ ପ୍ରିଜାଇଡିଂ ଅଫିସର

ପଞ୍ଚାୟତ ନିର୍ବାଚନରେ ଯୋଗ ଦେବା ପୂର୍ବରୁ ଅଧିକାରୀଙ୍କ ମୃତ୍ୟୁ । ମୃତକ ହେଲେ ଅନୁଗୁଳ ଜିଲ୍ଲା ରଜାମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁଭେନ୍ଦୁ ନାୟକ ।

Sarpanch Candidate Dies Before Elections
ନିର୍ବାଚନର ଦିନକ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀ, ସ୍ଥଗିତ ହେଲା ନିର୍ବାଚନ

ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ହେଲେ ତା’ପୂର୍ବରୁ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲାରୁ ଏହି ଦୁଃଖଦ ଖବର ଆସିଛି।