ଚତୁର୍ଥ ପର୍ଯ୍ୟାୟରେ ୫୧ ଲକ୍ଷ ୩୧ ହଜାରରୁ ଅଧିକ ଭୋଟର୍ ନିଜ ମତଦାନ ସାବ୍ୟସ୍ତ କରିବେ।
ଅଭିଯୁକ୍ତଙ୍କୁ ପୋଲିସ୍ ଉଠାଇ ଆଣି ଥାନାକୁ ନେବା ବେଳେ ପୋଲିସ୍ ଗାଡିକୁ ଗାଁ ଲୋକେ ଅଟକାଇଥିଲେ। ଏହାପରେ ପୋଲିସ ହେପାଜତରୁ ଗାଁ ଲୋକେ ଅଜୟଙ୍କୁ ଛଡାଇ ନେଇଯାଇଥିଲେ।
ଗାଇସୀମା ପଞ୍ଚାୟତରେ ଅରୁଣ କୁମ୍ଭାର ନାମକ ଜଣେ ଯୁବକ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଙ୍କୁ ଗାଇସିମା ଗ୍ରାମବାସୀମାନେ ଛିଡ଼ା କରାଇଥିବା ଜଣାପଡିଛି ।
ରାତି ଅଧରେ ଟଙ୍କା ବାଣ୍ଟୁଥିବା ବେଳେ ଦୁଇ ଜଣଙ୍କୁ ରାତି ସାରା ବାନ୍ଧି ରଖିଲେ ଗ୍ରାମବାସୀ। ଆଜି ସକାଳେ ପୋଲିସ୍ ଗାଁରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି।
ଯାଜପୁର ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ମୋଟ୍ ୫୧ ଲକ୍ଷ ୩୧ ୭୨୭ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।
ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି। ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗୋଟି ଗୋଟି କରି ଧରାଯିବ ବୋଲି ଯାଜପୁର ଏସ୍ପି ସୂଚନା ଦେଇଛନ୍ତି।
ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ରଶ୍ମିତା ଓ ପ୍ରିୟଙ୍କାଙ୍କ ବିରୋଧରେ କେହି ଛିଡ଼ା ହେବେ ନାହିଁ।
ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକରେ ମତଦାନ ବେଳେ ବୁଥ୍ ଜବରଦଖଲ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ବୁଥ୍ ଭିତରେ ପଶି ଜଣକ ପରେ ଜଣଙ୍କ ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି।
ସବୁ ସୀମା ପାର୍ କଲା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ। ବୁଥ୍ ରିଗିଂ, ଭୋଟ୍ ବାକ୍ସ ଲୁଟ୍, ବିଡିଓଙ୍କୁ ଆକ୍ରମଣ, ସାମ୍ବାଦିକଙ୍କୁ ମାଡ଼...ଆଉ ଏବେ ପୋଲିସ୍କୁ ମାଡ଼।
କଲ୍ୟାଣସିଂହପୁର ଶୂନଖଣ୍ଡ ପଞ୍ଚାୟତରେ ରାଇଲିମା ଗାଁ ୧୪ ନଂ ବୁଥରୁ ଭୋଟ ବାକ୍ସ ଉଠାଇ ନେଇଯାଇଛନ୍ତି ଡଙ୍ଗରିଆ କନ୍ଧ ।
ଜଣେ ସରପଞ୍ଚ ପାର୍ଥୀ ରାତିରେ ଟଙ୍କା ବାଣ୍ଟୁଥିବା ନେଇ ଗାଁ ଲୋକେ ସନ୍ଦେହ କରିଥିଲେ। ଏହାପରେ ଗାଁ ଲୋକେ ରାତି ତମାମ ସରପଞ୍ଚ ପ୍ରାର୍ଥୀଙ୍କୁ ବାନ୍ଧି ଗାଁରେ ଅଟକ ରଖିଥିଲେ।
ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ବେଳେ ରାୟଗଡ଼ା ପୋଲିସକୁ ସଫଳତା ମିଳିଛି। ନିୟମଗିରି ପାହାଡ଼ ତଳ ଏକ ପୋଲ ପାଖରୁ ଟିଫିନ ବୋମା ଜବତ ହୋଇଛି।
ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତ ୧୪ ନମ୍ବର ବୁଥ୍ ଆଗରେ ଏହି ଆକ୍ରମଣ ହୋଇଛି । ବୁଥ୍ ରିଗିଂ ଉଦ୍ୟମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଉପସ୍ଥିତ ପୋଲିସ ଅଟକାଇବାରୁ ଟେକାପଥର ମାଡ଼ କରିଛନ୍ତି ଦୁର୍ବୃତ୍ତ ।
ଖବର ସଂଗ୍ରହ ବେଳେ ୩ ଜଣ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛଳ ପଞ୍ଚାୟତର ୨ ନଂ ବୁଥ୍ ନିକଟରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି।
ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତରେ ମତଦାନ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ମତଦାନ ଚାଲିଥିବା ବେଳେ ବୁଥ୍କୁ ଜବରଦଖଲ କରିବା ପାଇଁ ଦୁର୍ବୃତ୍ତମାନେ ଚେଷ୍ଟା କରିଥିଲେ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ତୃତୀୟ ପର୍ଯ୍ୟାୟରେ ୬୩ ବ୍ଳକ୍ର ୧୭୧ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧୩୮୨ ପଞ୍ଚାୟତରେ ଭୋଟ୍ ପଡ଼ିବ।
ବ୍ୟାଘ୍ର ବଂଶ ବୃଦ୍ଧି ନାଁ ଭିଟାମାଟି ଛାଡ଼ିଲେ। ହେଲେ ହରାଇଲେ ଭୋଟ୍ ଦାନ ଅଧିକାର। ଯେଉଁଥିପାଇଁ ବର୍ତ୍ତମାନ ଚାଲିଥିବା ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ପାରୁନାହାନ୍ତି ଖଡ଼ିଆ ସମ୍ପ୍ରଦାୟର ୧୧୪ ପରିବାର।
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍ । ବୁଥ୍ରେ ପହଞ୍ଚିଲେଣି ପୋଲିଂ ପାର୍ଟି । କାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ।
ଭୋଟ୍ର ଦିନକ ପୂର୍ବରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଘରଠାରୁ ପ୍ରାୟ ୧ କି.ମି. ଦୂରରେ ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି।
ବାଲାଟ୍ ବକ୍ସ ସହ ନିର୍ବାଚନ ଅଧିକାରୀଙ୍କୁ ବୁଥ୍ରୁ ଛାଡ଼ିଲେନି ସ୍ଥାନୀୟ ଲୋକେ। ଫଳରେ ରାତି ୧୦ଟା ଯାଏ ସ୍କୁଲ୍ ଘରେ ଅଟକି ରହିଲେ ପୋଲିଂ ପାର୍ଟି।
ଆଜି ସକାଳ ୭ଟାରୁ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଗୋଟିଏପଟେ ନିର୍ବାଚନ ଚାଲି ଥିବାବେଳେ ଅନ୍ୟପଟେ ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ ଦେଖିବାକୁ ମିଳିଛି।
ଆଜି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆରେ ଭୋଟ୍ ଗ୍ରହଣ ଚାଲିଛି। ପଡ଼ୋଶୀ ଆନ୍ଧ୍ର ପକ୍ଷରୁ ଯେପରି ନିର୍ବାଚନରେ କୌଣସି ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ସଜାଗ ରହିଛି।
ପଞ୍ଚାୟତ ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ଯାଏ ଯାଏ ମତାଦନ ଚାଲିବ।