• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରିବା ବିକାଳିଙ୍କ ସ୍ତ୍ରୀ ହେଲେ ସରପଞ୍ଚ । ବ୍ୟୟବହୁଳ ନିର୍ବାଚନରେ ଟଙ୍କା ଖର୍ଚ୍ଚ ନକରି ପଞ୍ଚାୟତ ଲୋକଙ୍କ ସମର୍ଥନ କ୍ରମେ ସେ ପ୍ରାର୍ଥୀ ହୋଇଥିଲେ । ଆଉ ଗାଁର ବିକାଶ କରିବା ପାଇଁ ଆଜି ତାଙ୍କୁ ବାଛିଛନ୍ତି ଜନତା । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଠାର ଅଞ୍ଚଳରୁ ଆସିଛି ଭିନ୍ନ ଏକ ଖବର । ଜଣେ ପରିବାର ବିକାଳୀଙ୍କ ସ୍ତ୍ରୀ ସରପଞ୍ଚ ହୋଇଥବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯାହା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ।

ଧାମନଗର ବ୍ଲକର କୋଠାର ପଞ୍ଚାୟତରେ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଜଣେ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୧୨୬ ଖଣ୍ଡ ଭୋଟରେ ନିଜର ଦୁଇଜଣ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ସରପଞ୍ଚ ପଦ ଅଳଙ୍କୃତ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବ୍ୟୟବହୁଳ ନିର୍ବାଚନରେ ଜଣେ ପରିବା ବିକାଳଙ୍କ ସ୍ତ୍ରୀ ସରପଞ୍ଚ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନବ ନିର୍ବାଚିତ ସରପଞ୍ଚ ମହେଶ୍ୱତା ମହାଳିକଙ୍କ ସ୍ୱାମୀ ଗୋଟିଏ ଉଠା ପରିବା ଦୋକାନ କରିଛନ୍ତି । ଭଦ୍ରକ – ଆଖଣ୍ଡଳମଣୀ ରାସ୍ତାର କୋଠାର ଛକ ନିକଟରେ ଏକ ଉଠା ପରିବା ଦୋକାନ କରିଛନ୍ତି ତାଙ୍କ ଦିପ୍ତୀରଞ୍ଜନ ଦାସ ।

କରୋନାରେ ରୋଜଗାର ବନ୍ଦ ହେବାରୁ ତାଙ୍କ ସ୍ୱାମୀ କାଠରେ ଛକ ପାଲ ଟାଙ୍ଗି ପରିବା ଦୋକାନଟିଏ କରଛନ୍ତି । ସେଥିରେ ପରିବାରର ଗୁଜରାଣ ହୋଇଥାଏ । ଶିକ୍ଷିତା ମହେଶ୍ୱତା ଅନେକ ସମୟରେ ସ୍ୱାମୀଙ୍କ ସାହାଯ୍ୟ କରିଥାଆନ୍ତି । ଭଲ ପରିବା କେଉଁଠୁ ଆସିବ ସେ ନେଇ ସେ ସବୁବେଳେ ସ୍ୱାମୀଙ୍କୁ ସହଯୋଗ କରନ୍ତି । ଆଉ ତାଙ୍କ ମାର୍ଜିତ ବ୍ୟବହାରରେ ମାନେ ଗାଁ ଲୋକ ଖୁସି ହୋଇଯାଆନ୍ତି ।

ଚଳିତ ନିର୍ବାଚନରେ କୋଠାର ପଞ୍ଚାୟତ ସଂରକ୍ଷିତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ତେଣୁ ଗ୍ରାମର ପ୍ରତ୍ୟେକ ବର୍ଗର ଲୋକମାନେ ତାଙ୍କ ନାଁକୁ ସୁପାରିଶ କରିଥିଲେ । ହେଲେ ବ୍ୟୟ ବହୁଳ ସରପଞ୍ଚ ନିର୍ବାଚନରେ ନିଜକୁ କିପରି ସାମିଲ କରିବେ ସେ ନେଇ ଚିନ୍ତିତ ଥିଲେ । ନିଜର ସମସ୍ତ ପ୍ରକାର ବୁଦ୍ଧି, କୌଶଳ ଖଟାଇ ଦିନ ରାତି ଏକ କରି ନିର୍ବାଚନ ଲଢିଥିଲେ । ଗ୍ରାମର ଯୁବକ, ଯୁବତୀ, ବୃଦ୍ଧ ଓ ବୃଦ୍ଧା ତାଙ୍କୁ ସହାୟକ ହୋଇଥିଲେ ।

ନିର୍ବାଚନ ସରିଛି ମହେଶ୍ୱତା ୧୨୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିଜୟ ପରେ କୋଠାରବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଘର ଘର ବୁଲି ସବୁ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ବିଶେଷ କରି କୋଠାର ପଞ୍ଚାୟତ ଏକ କୃଷି ପ୍ରଧାନ ପଞ୍ଚାୟତ । ଏଠାରେ ୯୦ ପ୍ରତିଶତ ଲୋକମାନେ କୃଷି ଉପରେ ନିର୍ଭର କରିଥାଆନ୍ତି । ତେଣୁ ଗତ କିଛି ବର୍ଷ ଧରି ମରୁଡି ଦେଖା ଦେଉଛି । ଦୁଇ ପାର୍ଶ୍ୱରେ ନଦୀ ଥିଲେ ମଧ୍ୟ ତାର ପାଣିକୁ ବ୍ୟବହର କରାଯାଇ ପାରୁନାହିଁ । ତେଣୁ ଏସବୁ ଦିଗକୁ ଧ୍ୟାନ ଦେଇ ସେ କାମ କରିବେ ।

ସରକାରୀ ଯୋଜାନର ପାତର ଅନ୍ତର ନକରି ଯୋଗ୍ୟ ହିତାଧିକାରୀ କିପରି ପାଇବେ ସେ ନେଇ ଚେଷ୍ଟା କରିବା ସହ ସମସ୍ତ ପଦକ୍ଷେପ ନେବା ବେଳେ ପଞ୍ଚାୟତ ବୟସ୍କ ଲୋକଙ୍କ ଠାରୁ ଉପଦେଶ ମଧ୍ୟ ନେବେ ବୋଲି ସେ କହିଛନ୍ତି । ଆଗାମୀ ୫ ବର୍ଷରେ ଏହି କୋଠାର ପଞ୍ଚାୟତକୁ ସରସ ସୁନ୍ଦର ଗଢି ତୋଳିବାକୁ ସେ ଚେଷ୍ଟା କରିବେ ।

ଭଦ୍ରକରୁ ପାର୍ଥସାରଥୀ ନାୟକ