ପ୍ରତି ଓଡ଼ିଆଙ୍କ ଘରର କଥାକୁ ନେଇ ଚର୍ଚ୍ଚା କରିବେ ଶାଶୁ ଓ ବୋହୂ
ସରକାରଙ୍କୁ କହି କହି ଥକିଗଲେ ଗାଁ ଲୋକେ। ହେଲେ ୨୨ ବର୍ଷର ସ୍ଥିର ସରକାର ଲୋକଙ୍କ ଆବଶ୍ୟକତା ପୂରଣ କରିପାରିଲାନି। ଶେଷରେ ଗାଁ ଲୋକେ ବାନ୍ଧିଲେ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରିଛନ୍ତି।
ସମସ୍ତ ୩୦ ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ ଓ ରୋହିତ ପୂଜାରୀଙ୍କୁ ବଲାଙ୍ଗିର ଦାୟିତ୍ୱ ମିଳିଥିବା ବେଳେ ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କୁ ମଧ୍ୟ ଅନ୍ୟ ସବୁ ଜିଲ୍ଲାର ଦାୟିତ୍ୱ ମିଳିଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଗମନରେ ରାଜ୍ୟର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବିମାନବନ୍ଦରକୁ ଯିବା କଥା। ହେଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ, ପୋଲିସ୍ ଡିଜି କିମ୍ବା ଗୃହ ସଚିବ କେହି ବି ଯାଇନଥିଲେ।
ଜାତୀୟ ହାର ତୁଳନାରେ ଓଡ଼ିଶାରେ ମଦ୍ୟପାନ ହାର ବୃଦ୍ଧି ପାଇଛି। ତେବେ ସବୁଠୁ ଉଦ୍ବେଗଜନକ ବିଷୟ ହେଉଛି, ମହିଳାମାନଙ୍କ ମଦ୍ୟପାନ ହାର ବୃଦ୍ଧି ପାଇଛି।
ବିଧାନସଭାରେ ସତ କିଏ କହୁଛି ପ୍ରଶ୍ନକର୍ତ୍ତା ନା ସରକାରୀ ଅଧିକାରୀ ବୋଲି ସୌମ୍ୟ ପଚାରିଥିଲେ। ସରକାରୀ ଅଧିକାରୀମାନେ ଭୁଲ୍ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକମାନଙ୍କୁ ମିଛୁଆ ସଜେଇ ନ ଦିଅନ୍ତୁ।
ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ଏବେ ରାଜ୍ୟ ସରକାରଙ୍କ ପାଳି। ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା କମିଥିବା ବେଳେ, ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା କମିଛି।
ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି।
୧୧ ଜଣ ଓଡ଼ିଶା ପ୍ରଶାସନିକ ସେବା(OAS) ଅଧିକାରୀଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ବଦଳି କରାଯାଇଛି।
ସ୍କୁଲ୍ରେ ଖୋଲିବ ‘ମୋ ସ୍କୁଲ୍ ହକି କ୍ଲବ୍’ । ସ୍କୁଲ୍ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ହକି ପାଇଁ ପ୍ରଶିକ୍ଷଣ ଦେବା ପାଇଁ ଏଭଳି ଯୋଜନା କରାଯାଉଛି।
ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆହୁରି ୬ ମାସ ଯାଏ ମାଗଣା ଚାଉଳ ମିଳିବା ନେଇ ଘୋଷଣା ହୋଇଛି।
ଜଣେ ମୁଖ୍ୟଯନ୍ତ୍ରୀ, ୩ ନିର୍ବାହୀ ଯନ୍ତ୍ରୀ, ୨ ବିଇଓଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ରାଜ୍ୟ ସରକାର ଏପର୍ଯ୍ୟନ୍ତ ୧୬୪ ଜଣ ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇସାରିଛନ୍ତି ।
କିଛିଦିନ ପୂର୍ବେ ରାଜ୍ୟ ସରକାର ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଏବେ ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।
ଆଚରଣ ଶିଖିବେ ସରକାରୀ ବାବୁ। ସାଂସଦ ଓ ବିଧାୟକଙ୍କୁ କିଭଳି ସମ୍ମାନ ଦେଖାଇବେ, ଚାକିରି ଆରମ୍ଭରେ ଦିଆଯିବ ତାଲିମ। ଏଥିପାଇଁ ପ୍ରଶାସନିକ ସେବା ତାଲିମ ଏଜେଣ୍ଡାରେ ସାମିଲ ହେବ ବୁକ୍ ସର୍କୁଲାର-୪୭।
ଦିନକରେ ୧୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବା ପରେ ଆଜି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ।
ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ। ପେନସନ୍ ଭୋଗୀଙ୍କ ଟିଆଇ ବି ୩% ବୃଦ୍ଧି ନେଇ ଘୋଷଣା କରାଯାଇଛି।
ଏବେ ପ୍ରଶ୍ନ ପ୍ରାୟ ୧୮ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଖର୍ଚ୍ଚ କରିଥିବା ଏ ବିପୁଳ ଅର୍ଥର ହିସାବ କର୍ତ୍ତୃପକ୍ଷଙ୍କ ନିକଟରେ ସହି ସଲାମତ ଅଛି ତ? ଯଦି ହଁ ତେବେ ଆଇନ ବିଭାଗ ବାରମ୍ବାର ତାଗିଦ ପରେ ବି ୟୁସି ଦାଖଲରେ କାହିଁକି ବିଳମ୍ବ କରୁଛି ଶ୍ରୀମନ୍ଦିର ପ୍ରଶାସନ?
ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ନୂତନ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି, ହେଲେ ଏହି ବିକଳ ଚିତ୍ର ଦେଖିବା ପରେ ସ୍ୱାସ୍ଥ୍ୟ ବିଭାଗର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି।
ଗୃହର ମଧ୍ୟଭାଗକୁ ଆସି କଳା ଗାମୁଛା ଦେଖାଇ ପ୍ରତିବାଦ କରିଛନ୍ତି। କଳା ଗାମୁଛା ଓ ବ୍ୟାନର ପୋଷ୍ଟର ଦେଖାଇ ବିଜେପି ହୋହଲ୍ଲା କରିଛି। କଂଗ୍ରେସ ସଭ୍ୟ ମଧ୍ୟ ବ୍ୟାନର, ପୋଷ୍ଟର ଦେଖାଇ ହୋହଲ୍ଲା କରିଛନ୍ତି। ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ହୋହଲ୍ଲା କରିଛନ୍ତି।
ବାସ୍ତବ କ୍ଷେତ୍ରରେ ରାଜ୍ୟରୁ ଦାରିଦ୍ର୍ୟ କେତେ ହଟିଛି, ନୀତି ଆୟୋଗ ରିପୋର୍ଟରୁ ତାହା ଜଳ ଜଳ ଦେଖାଯାଉଛି। ନୀତି ଆୟୋଗର ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟକୁ ନେଇ ଆରମ୍ଭ ହୋଇଛି ରାଜ୍ୟ ରାଜନୀତି। ରାଜ୍ୟର ଏ ଦୁଃସ୍ଥିତି ପାଇଁ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ।
ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହର ନେଇ କେନ୍ଦ୍ରର ଘୋଷଣା ପରେ ରାଜ୍ୟରେ ପ୍ରସ୍ତାବିତ କୃଷି ବିଲ୍ଗୁଡ଼ିକର ଚାପ୍ଟର କ୍ଳୋଜ୍। ବିଭିନ୍ନ ସମୟରେ ରାଜ୍ୟ ସରକାର ଆଣିଥିବା ଅଧ୍ୟାଦେଶ ଓ ବିଲ୍ ଆଉ କାର୍ଯ୍ୟକାରୀ ହେବନାହିଁ।
ଅପରାଧୀମାନେ ଶଙ୍ଖର ଖୋଳପା ଭିତରେ ଏଭଳି ପଶିଯାଉଛନ୍ତି, ତାଙ୍କର ଭୟରେ ଓଡ଼ିଶାବାସୀ ତ୍ରାହି ତ୍ରାହି ଡାକିଲେଣି। ଆମ ସମସ୍ତଙ୍କ ଡାକ ଆରାଧ୍ୟା ଦେବତା ଜଗନ୍ନାଥ ଶୁଣିବେ।
ବିଗତ କିଛି ଦିନ ଧରି ବଢି ଚାଲିଥିବା ଗୁଣ୍ଡାଗିରି ବି ପୋଲିସ୍ ପାଇଁ ସାଜିଛି ମୁଣ୍ଡ ବିନ୍ଧାର କାରଣ। ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କୁ ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ଏମିତିକି ଅପରାଧୀକୁ କୌଣସି ସରକାରୀ ଅଧିକାରୀ ସାହାଯ୍ୟ କରିଥିବା ଜଣାପଡିଲେ ଏହାକୁ ଗୁରୁତ୍ୱର ସହ ନେଇ ଦିଆଯିବ ଦଣ୍ଡ।
ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଦୀପାବଳି ଉପହାର । ଏହି ମାସରୁ ଲାଗୁ ହେବ ବର୍ଦ୍ଧିତ ଦରମା ।
ଚୁକ୍ତିଭିତ୍ତିରେ ନିୟୋଜିତ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦୀପାବଳି ଉପହାର। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ତଥା ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଦରମା ୨୫% ବୃଦ୍ଧି କରାଯାଇଛି।