Advertisment

800 New Cyclone Shelters: ରାଜ୍ୟରେ ନିର୍ମାଣ ହେବ ଆଉ ୮ ଶହ ବାତ୍ୟା ଆଶ୍ରୟସ୍ଥଳୀ

ରାଜ୍ୟରେ ନିର୍ମାଣ ହେବ ଆଉ ୮ ଶହ ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ । ଏ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

author-image
Debadatta Aryashrestha
New 800 Cyclone Shelters

New 800 Cyclone Shelters

ରାଜ୍ୟରେ ନିର୍ମାଣ ହେବ ଆଉ ୮ ଶହ ବାତ୍ୟା ଆଶ୍ରୟସ୍ଥଳୀ । ଏ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ନୂଆଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରି ଦାବି ଜଣାଇଥିବା ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।

Advertisment

ସେ କହିଛନ୍ତି ଯେ, ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ବହୁମୂଖୀ ହେବ। ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳ ଗୁଡିକରେ ଥିବା ସ୍କୁଲ ପାଖରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ତିଆରି ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକେ ସେଠାରେ କେମିତି ସୁରକ୍ଷିତ ଭାବେ ଆଶ୍ରୟ ନେବେ ସେ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ଅନ୍ୟ ସମୟରେ ସ୍କୁଲ ଓ ସ୍ଥାନୀୟ ଅଞ୍ଚଳର ସାମାଜିକ କାର୍ଯ୍ୟରେ ବ୍ୟବହାର ହେବ ବୋଲି ବି ମନ୍ତ୍ରୀ କହିଛନ୍ତି । ଏପରି ହେଲେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ଅବହେଳିତ ଅବସ୍ଥାରେ ରହିବନି ବୋଲି କହିଛନ୍ତି ମନ୍ତ୍ରୀ।

ଉଲ୍ଲେଖଯୋଗ୍ୟ, ସରକାର ଗଠନ ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ଅବସରରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରି ସେ ଓଡ଼ିଶାର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ ଓ ୭ଟି ବୁକଲେଟ୍ ପ୍ରଦାନ କରିଥିଲେ । ପ୍ରାକୃତିକ ବିପର୍ଯୟଜନିତ ସମସ୍ୟା ସମାଧାନ କେନ୍ଦ୍ର ପାଇଁ ସହଯୋଗ ମଧ୍ୟ ଲୋଡିଛନ୍ତି । ଏହି ସମୟରେ ରାଜ୍ୟରେ ୮୦୦ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସେହିଭଳି ଆଗୁଆ ପାଣିପାଗ ସୂଚନାକୁ ଆଧୁନିକିକରଣ ପାଇଁ ସହାୟତା ଲୋଡିଥିବା ମନ୍ତ୍ରୀ କହିଛନ୍ତି । ବାତ୍ୟା, ବନ୍ୟା ସମୟରେ ଶକ୍ତି ବିଭାଗ ଅଧିକ କ୍ଷତିଗ୍ରସ୍ତ ହେଉଛି, ଲମ୍ବା ସମୟ ପର୍ଯ୍ୟନ୍ତ ବିଜୁଳି କାଟ ହେଉଛି। ମୁଖ୍ୟତଃ ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଜୁଳି ଅଣ୍ଡର ଗ୍ରାଉଣ୍ଡ କରିବା ପାଇଁ ସାଢେ ୭ ହଜାର କୋଟି ପ୍ରାଥମିକସ୍ତରରେ ଖର୍ଚ୍ଚ ହେବ । ସେଥିପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ମନ୍ତ୍ରୀ କହିଛନ୍ତି ।

Advertisment
Odisha Odisha Government Suresh Pujari Odisha Disaster Management Cyclone Shelter
Advertisment
Advertisment