Advertisment

Next Gen GST Reforms: କ'ଣ ଫାଇଦା ପାଇବ ଓଡ଼ିଶା ? ଦେଢ ହଜାରର କୋଟିର କ୍ଷତି ସହିବେ ସରକାର

GST ସଂସ୍କାର ବା ନେକ୍ସଟ ଜେନ୍ GST ରିଫର୍ମକୁ ସମର୍ଥନ ଜଣାଇ କ'ଣ ପାଇଲା ଓଡ଼ିଶା ? ଏଥିରୁ ରାଜ୍ୟର କେଉଁ ବର୍ଗ ପାଇବେ ଅଧିକ ଫାଇଦା ? ବଡ଼କଥା ହେଉଛି ଏହା ଲାଗୁ ହେଲେ ଓଡ଼ିଶା ସରକାର କେବଳ ଲାଭ ପାଇବେନି, କ୍ଷତି ବି ସହିବେ। ହଜାରେରୁ ଦେଢ଼ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ ବୋଲି ଆକଳନ କରାଯାଉଛି।

author-image
Debadatta Aryashrestha
Next Gen GST Reforms

Next Gen GST Reforms

Next Gen GST ରିଫର୍ମରୁ କ'ଣ ଫାଇଦା ପାଇବ ଓଡ଼ିଶା ? ଲାଭରେ ରହିବେ ନା କ୍ଷତି ସହିବେ ରାଜ୍ୟ ସରକାର ? ହଜାରେରୁ ଦେଢ ହଜାରର କୋଟିର କ୍ଷତିକୁ କେମିତି କରିବେ ଭରଣା ? ନୂଆ ଜିଏସଟି ସ୍ଲାବ୍ କାର୍ଯ୍ୟକାରୀ ହେବା ପରେ ଏହାକୁ ନେଇ ଜୋର୍ ଚର୍ଚ୍ଚା। ସେପଟେ ଦିଲ୍ଲୀରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଗତକାଲିର ଜିଏସଟି କାଉନସିଲ୍ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Advertisment

ନୂଆ ଜିଏସଟି ସଂସ୍କାରରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ, ବିଦ୍ୟୁତ ଉପକରଣ, କାର ଓ ବାଇକ ବାବଦକୁ ରାଜ୍ୟର ଖାଉଟିଙ୍କୁ ଫାଇଦା ମିଳିବ। ଓଡିଶାରେ କିନ୍ତୁ ବିଶେଷ ଫାଇଦା ପାଇବେ କେନ୍ଦୁ ପତ୍ର ତୋଳାଳି। କାହିଁକି ନା କେନ୍ଦୁପତ୍ର ବାବଦକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ କମିଛି ଜିଏସଟି ହାର। ଏହାଦ୍ୱାରା ୨୨ଟି ଜିଲ୍ଲାର ୯ ଲକ୍ଷରୁ ଊର୍ଦ୍ଧ୍ୱ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। ବଡ଼ କଥା ହେଉଛି,  ବିଗତ ଦିନରେ ରାଜ୍ୟ ରାଜନୀତିରେ କେନ୍ଦୁପତ୍ର ଉପରେ ଜିଏସଟି ପ୍ରମୁଖ ପ୍ରସଙ୍ଗ ସାଜିଥିଲା। ବିଜେଡି ଏଥିପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଆସୁଥିବା ବେଳେ ଜିଏସଟି କମାଇବାକୁ ବିଜେପି ଦେଇଥିଲା ନିର୍ବାଚନୀ ପ୍ରତିଶ୍ରୁତି। ତେବେ କେନ୍ଦୁପତ୍ର ବାଦ୍ କୃଷି ଉପକରଣରୁ ମଧ୍ୟ ଜିଏସ୍ଟି କମିଥିବାରୁ ରାଜ୍ୟର ଚାଷୀଙ୍କ ଖର୍ଚ୍ଚ ମଧ୍ୟ କମିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ କୋଇଲା କ୍ଷେତ୍ରରେ ମଧ୍ୟ ଓଡିଶାକୁ ଅଧିକ ଲାଭ ମିଳିବ ବୋଲି ସୂଚନା ଦେଇଛନ୍ତି ମୋହନ।

ଏପଟେ ଜିଏସଟି ସଂସ୍କାର ବାବଦକୁ ଓଡ଼ିଶା ଭାଗରେ ପଡିଥିବା କ୍ଷତିକୁ କେମିତି ଭରଣା କରିବେ ରାଜ୍ୟ ସରକାର ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସୂଚନା ଅନୁସାରେ ସମସ୍ତ ରାଜ୍ୟ ସହ ସାରା ଦେଶ ୪୮ ହଜାରରୁ ୯୩ ହଜାର କୋଟି ଟଙ୍କାର କ୍ଷତି ସହିପାରେ ବୋଲି ଆକଳନ କରାଯାଉଛି। ଓଡ଼ିଶା ମଧ୍ୟ ହଜାରେରୁ ଦେଢ ହଜାର କୋଟି ଟଙ୍କା କ୍ଷତିର ସାମ୍ନା କରିପାରେ। କୁହାଯାଉଛି ତମାଖୁ, ସିଗାରେଟ୍ ସହ ବିଳାସପୂର୍ଣ୍ଣ ଗାଡି ଏବଂ ସେବା ଉପରେ ୪୦ ପ୍ରତିଶତ ଜିଏସ୍ଟି ବୃଦ୍ଧି କିଛି ଭରଣା କରିପାରେ। ତଥ୍ୟ କହୁଛି ରାଜ୍ୟ ସରକାର ୨୦୨୪-୨୫ରେ ଗୁଟକା ପାନମସଲା ଭଳି ତମାଖୁ ସାମଗ୍ରୀରୁ ଏକ ହଜାର ୪୭ କୋଟି ଟଙ୍କା ରାଜସ୍ୱ ପାଇଛନ୍ତି। ତେଣୁ ଜିଏସଟି ବୃଦ୍ଧି ହେବା ଫଳରେ ଚଳିତ ବର୍ଷ ଏହା ମଧ୍ୟ ବଢ଼ିପାରେ। 

Advertisment
Odisha Government GST Economic Reforms
Advertisment
Advertisment