/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757604920.jpg)
New Bhubaneswar
ଚର୍ଚ୍ଚାରେ ମୋହନ ସରକାରଙ୍କ ନୂଆ ଭୁବନେଶ୍ୱର ପ୍ଲାନ୍। ରାଜଧାନୀ ପ୍ରତିଷ୍ଠାର ୭୭ବର୍ଷ ପରେ ଏହାକୁ ନିର୍ମାଣର ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିବା ପରେ ଏବେ ପ୍ରଶ୍ନ କେମିତି ରହିବ ଏହାର ରୂପରେଖ। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି-ଏକ ପରିପୂର୍ଣ୍ଣ ସହର ନିର୍ମାଣ ଲାଗି ସିଙ୍ଗାପୁରର ଏକ ସଂସ୍ଥାକୁ ଡିପିଆର ଦାୟିତ୍ବ ଦିଆଯାଇଛି। ମେଟ୍ରୋ ଟ୍ରେନ୍ ମଧ୍ୟ ସେଠିକୁ ଛୁଇଁବାର ଯୋଜନା ରହିଛି। ତେବେ ସରକାରଙ୍କ ଉଦ୍ୟମକୁ ଟାଉନ ପ୍ଲାନର ସ୍ବାଗତ କରିଥିବାବେଳେ ବାସ୍ତବ ରୂପ ନେବା ବାଟରେ ଅନେକ ଚ୍ୟାଲେଞ୍ଜ୍ ଆସିବ ବୋଲି କହିଛନ୍ତି।
ରାଜଧାନୀ ଉପକଣ୍ଠ ଦାଶପୁର, ଗୋଠପାଟଣା ଓ ମଳିପଡ଼ା ମୌଜାର ୮ ଶହ ଏକର ଜାଗାରେ ନୂଆ ଭୁବନେଶ୍ବରର ପାଇଁ ଏକ ଦୂରଦର୍ଶୀ ଡିପିଆର ପ୍ରସ୍ତୁତ ହେବ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି- ଏଥି ଲାଗି ସିଙ୍ଗାପୁରର ଏକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ସବୁ ଆନୁସଙ୍ଗିକ ସୁବିଧା ଯେପରି ସେଠାରେ ରହିବ, ତାକୁ ନେଇ ବିସ୍ତୃତ ପ୍ରୋଜେକ୍ଟ ରିପୋର୍ଟ ତିଆରି ହେବ। ଯେହେତୁ ନୂଆ ସହର ପାଇଁ ଚିହ୍ନଟ ଜାଗାରେ କିଛି ଜଙ୍ଗଲ ଓ ପ୍ରାଇଭେଟ୍ ଜମି ରହିଛି, ତେଣୁ ଆବଶ୍ୟକ ହେଲେ ସେଠି ପାର୍କ ଓ ପ୍ରାକୃତିକ ପରିବେଶ ଭଳି ନିର୍ମାଣ କାର୍ଯ୍ୟ କରାଯିବ। ମେଟ୍ରୋ ମଧ୍ୟ ନୂଆ ସହରକୁ ଛୁଇଁବାକୁ ଯୋଜନା ରହିଛି। ନୂଆ ସାଙ୍ଗକୁ ପୁରୁଣା ଭୁବନେଶ୍ବରର ବିକାଶକୁ ମଧ୍ୟ ଦୃଷ୍ଟି ଦିଆଯାଉଛି। ଟ୍ରାଫିକ୍ ଜାମ୍ କମାଇବାକୁ ଆଉଟର ରିଂ ରୋଡ ଓ ସେଣ୍ଟ୍ରାଲ ରିଂ ରୋଡ ନିର୍ମାଣ ହେବ।
କେଉଁ ମୌଜାକୁ ନେଇ ଗଢ଼ା ହେବ ନୂଆ ଭୁବନେଶ୍ବର ? ପୁରୁଣାରୁ ନୂଆ ଭୁବନେଶ୍ବରର ଦୂରତା କେତେ ? ଏସବୁ ପ୍ରଶ୍ନର ଉତ୍ତର ରଖି ଟାଉନ ପ୍ଲାନିଂ ଡେପୁଟି କମିଶନର କହିଛନ୍ତି- ଏୟାରପୋର୍ଟରୁ ନୂଆ ଭୁବନେଶ୍ବରର ଦୂରତା ରହିବ ୧୨ କିଲୋମିଟର। କାର୍ କିମ୍ବା ବସରେ ସେଠିକୁ ପହଞ୍ଚିବାକୁ ୧୮ରୁ ୨୪ ମିନିଟ୍ ଲାଗିବ। ସେହିପରି ରେଳ ଷ୍ଟେସନରୁ ଏହାର ଦୂରତ୍ବ ୧୪ କିଲୋମିଟର ରହୁଥିବାବେଳେ ବରମୁଣ୍ଡା ବସଷ୍ଟାଣ୍ଡରୁ ମାତ୍ର ୮ କିଲୋମିଟର ଦୂର। ଦାସପୁର, ଗୋଠପାଟଣା ଓ ମଳିପଡ଼ାର ୮ଶହ ଏକର ଜମିକୁ ନେଇ ନୂଆ ଭୁବନେଶ୍ବର ଗଢ଼ା ହେବ। ଯେଉଁଥିରେ ଆଇଟି ପାର୍କ, ମେଡିକାଲ ସୁବିଧା, ଲୋକଙ୍କ ବାସସ୍ଥାନ, ବ୍ୟାବସାୟିକ ପ୍ରତିଷ୍ଠାନ ସହ ପରିବେଶ ପ୍ରଦୂଷଣ କରୁନଥିବା ହବ୍ ନିର୍ମାଣ ବ୍ୟବସ୍ଥା ରହିବ। ଯେହେତୁ ରାଜଧାନୀ ଭୁବନେଶ୍ବର ନିର୍ମାଣର ୭୭ ବର୍ଷରେ ରାଜ୍ୟ ସରକାରଙ୍କ ନୂଆ ଭୁବନେଶ୍ବର ପରିକଳ୍ପନାକୁ ବାସ୍ତବ ରୂପ ଦେବାକୁ ଯାଉଛନ୍ତି- ତାକୁ ଟାଉନ ପ୍ଲାନର ସ୍ବାଗତ କରିଥିବାବେଳେ ଏଥିପାଇଁ ଅନେକ ଚ୍ୟାଲେଞ୍ଜ ମଧ୍ୟ ରହିଥିବା କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)