Advertisment

CM Delhi Visit: ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ସିଏମ୍ । ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ କିଛି କେନ୍ଦ୍ରମନ୍ତ୍ରୀ ଓ ବିଜେପିର ଶୀର୍ଷ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

author-image
Jnanadarsi Sahoo
ଅଦ୍ୟତନ ହୋଇଛି
CM VISIT TO DELHI

CM VISIT TO DELHI

ଭୁବନେଶ୍ବର: ଆଜି ସଂଧ୍ୟାରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଦିଲ୍ଲୀରେ ସେମିକନ୍ ସମ୍ମିଳନୀ ଆୟୋଜନ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ସେ ଯୋଗଦେବେ ବୋଲି ଜଣାପଡିଛି। ନୂଆଦିଲ୍ଲୀର ଆଇଆଇସିସିଠାରେ ହେବାକୁ ଥିବା ଏହି ଜାତୀୟ ସ୍ତରର ସମ୍ମିଳନୀରେ କିପରି ଭାରତକୁ ସେମିକଣ୍ଡକ୍ଟର ପାୱାର ହାଉସ କରାଯାଇପାରିବ ସେନେଇ ଶୀର୍ଷସ୍ତରର ବୈଠକ ଅନୁଷ୍ଠିତ ହେବ। ତିନି ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। ଏଥିସହ କେନ୍ଦ୍ରମନ୍ତ୍ରୀ ଅଶ୍ବୀନି ବୈଷ୍ଣବ ଓ ଜିତିନ ପ୍ରସାଦ ମଧ୍ୟ ଯୋଗଦେବେ। 

Advertisment

ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଓଡିଶାରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ରହିଥିବାରୁ ଏଥିରେ ସାମିଲ ହୋଇ କିପରି ଓଡିଶା ଭାଗିଦାରୀ ହୋଇପାରିବ ସେନେଇ ପ୍ରସ୍ତାବ ରଖିପାରେ ଓଡିଶା। ତେବେ ନିଜ ୪ ଦିନିଆ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କିଛି କେନ୍ଦ୍ର ମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ବକୁ ମଧ୍ୟ ଭେଟିପାରନ୍ତି। 

Odisha News Odisha Odisha Government Chief Minister Mohan Majhi
Advertisment
Advertisment