Advertisment

New NAC: ୩୧ରେ ଘୋଷଣା ହେବ ରାଜ୍ୟର ଆଉ ୯ ନୂଆ NAC

ଅଗଷ୍ଟ ୩୧ ସ୍ୱାୟତ୍ତ ଶାସନ ଦିବସରେ ଘୋଷଣା ହେବ ରାଜ୍ୟର ଆଉ ୯ NACର ନାଁ । ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

author-image
Debadatta Aryashrestha
Krushna Chandra Mohapatra

Krushna Chandra Mohapatra

ଆସନ୍ତା ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସରେ ଘୋଷଣା ହେବ ରାଜ୍ୟର ଆଉ ୯ NACର ନାଁ । ଗତ ୧୭ ତାରିଖରେ ୧୨ଟି ନୂଆ NAC ପାଇଁ ଘୋଷଣା କରିଥିଲା ଗୃହ ଓ ନଗର ଉନ୍ନୟନ ବିଭାଗ । ତେବେ ସ୍ୱାୟତ୍ତ ଶାସନ ଦିବସରେ ଆଉ ୯ NAC ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । 

Advertisment

ଯେଉଁ ଜିଲ୍ଲାଗୁଡ଼ିକରେ କିଛି ଅଞ୍ଚଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଦାବି ହେଉଛି, ତାକୁ ମଧ୍ୟ ସରକାର ବିଚାରକୁ ନେଇଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ସେ କହିଛନ୍ତି ଜନସଂଖ୍ୟା ଓ ବିଭିନ୍ନ ସମସ୍ୟାର ଅନୁଧ୍ୟାନ ପରେ ଡ୍ରାଫ୍ଟ ନୋଟିସ ପ୍ରସ୍ତୁତ କରାଯିବ । ତା'ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଡ୍ରାଫ୍ଟ ପଠାଇବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁମତି ମିଳିବା ଦରକାର । ଖାଲି ସବୁ ଛୋଟ ଛୋଟ ସହରକୁ NAC ପାଇଁ ଦବି କଲେ ହେବନି । ଏଥିପାଇଁ କିଛିଟା ନିୟମ ଏବଂ ମାପକାଠି ରହିଛି ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଉଲ୍ଲେଖଯୋଗ୍ୟ, ୧୬ ଅଗଷ୍ଟରେ ରାଜ୍ୟର ୧୨ ନୂଆ ଏନଏସି ନାମ ଘୋଷଣା କରିଥିଲେ ରାଜ୍ୟ ସରକାର । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ପାଲଲହଡା, ବୀରମହାରାଜପୁର, ସିମୁଳିଆ, ବସ୍ତା, ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡା, ବିଷମକଟକ, ବାମରା, ରେଙ୍ଗାଳି, ତିହିଡି ଓ ଧୁଷୁରୀ ନାଁ ସାମିଲ ଥିଲା । ଏହାପରେ ବିଭିନ୍ନ ସ୍ଥାନରେ ଏନଏସି ମାନ୍ୟତା ପାଇଁ ଦାବି ଜୋରଦାର ହୋଇଛି। 

Advertisment
Odisha News Odisha Government Krushna Chandra Mohapatra
Advertisment
Advertisment