୧୯୮୮ ବ୍ୟାଚ୍ ଆଇଏଏସ୍ ତଥା ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ କାରଣରୁ ଛୁଟିରେ ଯାଇଥିଲେ । ତାଙ୍କ ପରିବର୍ତ୍ତେ କୃଷି ଉତ୍ପାଦନ କମିଶନର ଶ୍ରୀ ଶର୍ମା ସ୍ୱାସ୍ଥ୍ୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।
ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପୂଜା ଭେଟି। ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା। ଜୁଲାଇ ୨୧ରୁ ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି।
ସହରାଞ୍ଚଳରେ ଡ୍ରେନେଜ ସମସ୍ୟା ନେଇ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ଡ୍ରେନେଜ୍ ସମସ୍ୟା ନେଇବିସ୍ତୃତ ଭାବେ ଆଲୋଚନା କରାଯାଇଛି ।
ହାତୀ ମୃତ୍ୟୁ ରୋକିବା ଅଭିଯାନରେ ସ୍ଥାନୀୟ ଲୋକଙ୍କୁ ସାମିଲ ଲାଗି ପରାମର୍ଶ ଦିଆଯାଇଛି। ସ୍ଥାନୀୟ ସୂଚନାଦାତାଙ୍କ ଲାଗି ପୁରସ୍କାର ବ୍ୟବସ୍ଥା କରିବାକୁ ପରାମର୍ଶ ସହ ବେଆଇନ୍ ବିଦ୍ୟୁତ ତାର ଟାଣି ବନ୍ୟଜନ୍ତୁ ଶିକାର ସଂପର୍କରେ ସୂଚନା ଦେଲେ ପୁରସ୍କାର ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି।
ଚାକିରି ନେଇ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ଭଲ ହେବ କହିଛନ୍ତି ପ୍ରମୋଦ। ସେପଟେ ପ୍ରମୋଦ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରମୋଦଙ୍କୁ ବିମାନ ବନ୍ଦରରୁ ଖୋଲା ଜିପରେ ଶୋଭାଯାତ୍ରା କରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା।
ଏହି କଟକଣା ପ୍ରତିବାଦରେ କଟକରେ ଆସନ୍ତା ୧୩ ତାରିଖ ଦିନ ବନ୍ଦ ଡାକରା ଦେଇଛି ବିଜେପି। ସେହିପରି ନିୟମର ପୁନର୍ବିଚାର ପାଇଁ ରାଜଧାନୀରେ ବି ବିଭିନ୍ନ ପୂଜା କମିଟି ଦାବି କଲେଣି। ଏମିତିକି ଆଜି କେତେକ ପୂଜା କମିଟିର ସଦସ୍ୟ ପୋଲିସ କମିଶନରଙ୍କୁ ଭେଟି ମଧ୍ୟ ଦାବି ଜଣାଇଛନ୍ତି। ନିୟମ ପରିବର୍ତ୍ତନ ନହେଲେ ସେମାନେ ମଧ୍ୟ ଭୁବନେଶ୍ୱର ବନ୍ଦ ଡାକରା ପାଇଁ ପ୍ରସ୍ତୁତ ହେଉଥିବା ଭସାଣ କମିଟି ପକ୍ଷରୁ କୁହାଯାଇଛି।
ରାଜ୍ୟ ସରକାର ଓ ହକି ଓଡ଼ିଶା ମଧ୍ୟରେ ବାଧକ ସାଜିଛି ହକି ଇଣ୍ଡିଆ। ହକି ଇଣ୍ଡିଆ ଚାହୁଁ ନାହିଁ ରାଜ୍ୟ ସରକାରଙ୍କ ସହ ହକି ଓଡ଼ିଶା ସମ୍ପର୍କ ରଖୁ। ଆଉ ଏଥିଲାଗି ରାଜ୍ୟ ସରକାର ହିଁ ଦାୟୀ ବୋଲି ହକି ଓଡ଼ିଶା ଅଭିଯୋଗ ଆଣିଛି।
ବ୍ୟାଟେରୀ ଗାଡ଼ି କିଣିଲେ ମିଳିବ ରିହାତି। ଇ- ଯାନ ଉପରେ ରାଜ୍ୟ ସରକାର ରିହାତି ଘୋଷଣା କରିଛନ୍ତି। ଦୁଇ ଚକିଆ ଯାନ କିଣିଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ୩ ଚକିଆ ଯାନ କିଣିଲେ ୧୦ ହଜାର ଏବଂ ୪ ଚକିଆରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ।
ସରକାରଙ୍କ ଆଖି ଆଢୁଆଳରେ ରହିଯାଇଛି ଏମାନଙ୍କ ସଫଳତା ୧୨ ଜଣ ପାରା ଆଥଲେଟ୍ ଆନ୍ତର୍ଜାତୀୟ ଓ ୨୧ ଜଣ ଜାତୀୟସ୍ତରରେ ପଦକ ଜିତିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣକି ବି ଏଯାଏଁ ଚାକିରି ଦେଇନାହାନ୍ତି। ରାଜ୍ୟ ସରକାର ପ୍ରତିବାଦ ସ୍ୱରୂପ ଓଡ଼ିଶା ପାରା ପ୍ଲେୟାର୍ସ ଫୋରମ ଜାତୀୟ କ୍ରୀଡା ଦିବସକୁ କଳା ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେବା ସହ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛି।
ଦିନେ ହାତରେ ହକିଷ୍ଟିକ୍ ଧରି ନିଜର ପଡ଼ିଆରେ ନିଜର ଯାଦୁ ଦେଖାଉଥିବା ସନ୍ତୋଷ ଏବେ ଘରେ ଚାଷବାସ କରୁଛନ୍ତି। ଚାଷ କାମ ସରିଲେ ଗୋଆ ଯାଇ ଦାଦନ ଖଟୁଛନ୍ତି। ବଡ଼ କଥା ହେଉଛି ଇଗ୍ନେଶ, ପ୍ରବୋଧ ଓ ଦୀପଗ୍ରେସଙ୍କ ଭଳି ୧୦ରୁ ଅଧିକ ହକି ଖେଳାଳି ସନ୍ତୋଷଙ୍କ ଗାଁରୁ ବାହାରିଛନ୍ତି। ମାତ୍ର ସନ୍ତୋଷ ସରକାରଙ୍କ ନଜର ଆଢୁଆଳରେ ରହିଯାଇଛନ୍ତି।
ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ଓଡ଼ିଶା ପୌରପାଳିକା ନିୟମାବଳୀ-୧୯୯୪ର ଅଧ୍ୟାୟ ୩ରେ ସଂଶୋଧନ କରିଛନ୍ତି। ପୌରାଂଚଳ ଓ ବିଜ୍ଞପିତ ପରିଷଦର ଅଧ୍ୟକ୍ଷ ଏଣିକି ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ।
ଅଣସର୍ଭେ ଇଲାକା କୁହାଯାଉଥିବା କୋଟିଆ ଗ୍ରାମପୁଞ୍ଜରେ ୨୦୦୮ରେ ଜଙ୍ଗଲ ଜମି ଆଇନ ଅନୁଯାୟୀ, ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିଲା ଘର ଏବଂ ଚାଷ ଜମି ପାଇଁ ପଟ୍ଟା। ତାମଧ୍ୟରେ ଥିଲେ ଦୀର୍ଘ ବର୍ଷ ଧରି ଏଠି ବସବାସ କରୁଥିବା ଆନ୍ଧ୍ରର ଦୋରା ସଂପ୍ରଦାୟର ଆଦିବାସୀ। ତେବେ ତାଡ଼ିବାଲସାରେ ସରକାରୀ ସୁବିଧା କହିଲେ କେବଳ ରାସନକାର୍ଡ ଛଡ଼ା, କୌଣସି ପଟ୍ଟା ଖଣ୍ଡେ ଦେଇପାରିନାହାନ୍ତି ଓଡ଼ିଶା ସରକାର।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ ତୃତୀୟ ଲହର ପାଇଁ ରହିଛୁ ପ୍ରସ୍ତୁତ। ଜେନେରାଲ ବେଡ଼ ଯେତିକି ବଢ଼ିବା କଥା ବଢ଼ିଛି। ଯେହେତୁ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି, ତେଣୁ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ପେଡ଼ିଆଟ୍ରିକ ବେଡ଼ ସଂଖ୍ୟା ବଢିବା ନେଇ ପ୍ରସ୍ତୁତି ଚାଲିଛି।
ଇନଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାରୋତ୍ତୋଳନ ସହ ଯୋଗାଭ୍ୟାସ, ବ୍ୟାୟାମଶାଳା ରହିବ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଷ୍ଟାଡିୟମକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବା ସହ ମହାମାରୀ ବେଳେ ଡାକ୍ତରଖାନା ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ।
ରାଜ୍ୟରେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଆଦି ସାମାଜିକ କାର୍ଯ୍ୟରେ ୨୦ରୁ ୨୫ ଜଣଙ୍କୁ ଅନୁମତି ମିଳୁଛି। ଏପରି ସ୍ଥଳେ ଲୋକେ ବାଧ୍ୟହୋଇ ନିରାଡମ୍ବର ଆୟୋଜନ କରୁଥିବାରୁ ସେମାନଙ୍କର କୌଣସି ଆବଶ୍ୟକତା ପଡୁନି। ତେଣୁ ସେମାନଙ୍କ ବ୍ୟବସାୟ ଠପ୍ ସାଙ୍ଗକୁ ସାଜ ସରଞ୍ଜାମରେ କଳଙ୍କି ଲାଗିଲାଣି।
ତେବେ ଆଜି ସୁଦ୍ଧା ଦିଆଯାଇଛି ୧ କୋଟି ୭୪ ଲକ୍ଷ ଡୋଜ୍ ଟିକା। ୧ କୋଟି ୩୩ ଲକ୍ଷ ପ୍ରଥମ ଡୋଜ୍ ଟୀକା ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ନେଇଛନ୍ତି ୪୦ ଲକ୍ଷ ୬୮ ହଜାର। ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ କହିବା କଥା, ସହରାଞ୍ଚଳରେ ପାଖାପାଖି ୮୦ ଭାଗ ଲୋକ ଟୀକା ନେଲେଣି। ଏବେ ଗ୍ରାମାଞ୍ଚାଳକୁ ଫୋକସ୍ ଦିଆଯାଉଛି।
ଏବେ ପ୍ରଶ୍ନ କାହିଁକି ଏମିତି ବିନା ରୋଗୀରେ ଦୌଡୁଛନ୍ତି ଏ ଆମ୍ବୁଲାନ୍ସ? ଜଣେ ପୂର୍ବତନ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ,ଏମିତି ରାଜ୍ୟର ଅଧିକାଂଶ ଆମ୍ବୁଲାନ୍ସ ଫେକ୍ କଲ୍ କରାନ୍ତି କାରଣ ଗାଡି ଯେତେ ବାଟ ଗଡିବ ସେତେ ଟଙ୍କା ପାଇବ।
ଗତ ଜୁଲାଇ ୨୬ରୁ ରାଜ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଆସନ୍ତା ୧୬ ତାରିଖରୁ ନବମ ଶ୍ରେଣୀ ମଧ୍ୟ ଖୋଲାଯିବ। ସେପଟେ ଏକାଦଶ ଶ୍ରେଣୀରେ ତ ନାମଲେଖା ହୋଇନାହିଁ।
ଭିଜିଲାନ୍ସ ରେଡ୍ ବେଳେ ବିରଞ୍ଚିଙ୍କ ଘରୁ ନିଯୁକ୍ତି ସମ୍ପର୍କିତ ପରୀକ୍ଷାର ବହୁ ସଂଖ୍ୟକ ଆଡମିଟ କାର୍ଡ ମିଳିବା ପଛର ସମ୍ଭାବ୍ୟ କାରଣ ବି ଦର୍ଶାଇଛନ୍ତି। ଆବେଦନକାରୀ ହିଁ କେବଳ ଆଡ୍ମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ। ତାହେଲେ ନିଯୁକ୍ତି ଆଳରେ ଆଶାୟୀଙ୍କ ସହ ମିଶି ବଡ଼ଧରଣର ରାକେଟ୍ ଚଳାଇଥିଲେ କି ବିରଞ୍ଚି ?
ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ। ଏଣିକି ରାସ୍ତା କଡ଼ ଦୋକାନରେ ଲୋକେ ଖାଇ ପାରିବେ। ରାଜ୍ୟରେ ସାପ୍ତାହିକ ହାଟ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଖୋଲାଯାଇ ପାରିବ। ମ୍ୟୁଜିୟମ, ପର୍ଯ୍ୟଟନ ସ୍ଥାନ ଖୋଲାଯାଇ ପାରିବ ବୋଲି SRC କହିଛନ୍ତି।
ଦେଶରେ ଯଦି କେଉଁଠି ବଢୁଛି ତେବେ ଏହା ତୃତୀୟ ଲହର ଲକ୍ଷଣ ବୋଲି ଧରାଯିବ । କାରଣ ପ୍ରତି ପାଣ୍ଡେମିକରେ ଏମିତି ଦେଖାଯାଇଛି । ଯଦି ସେମିତି ଆବଶ୍ୟକ ନ ହୁଏ ତେବେ ଅନଲକ ହେବ ନାହିଁ ବୋଲି ସେ କହିଛନ୍ତି।
ବିଡିଏ ପକ୍ଷରୁ ଚନ୍ଦ୍ରଶେଖରପୁରରେ ପିପିପି ମୋଡରେ ନିର୍ମାଣ ହେଉଥିବା ହାଉସିଂ ପ୍ରକଳ୍ପ ଆସନ୍ତା ସେପ୍ଟେମ୍ବର ୨୦୨୨ ସୁଦ୍ଧା ଶେଷ କରାଯିବାକୁ ସ୍ଥିର ହୋଇଛି। ସେହିପରି ଇନଫୋସିଟିଠାରେ ଇନକ୍ୟୁବେସନ୍ ଟାଓ୍ବାର ପ୍ରକଳ୍ପ ନେଇ 5T ସଚିବ ଭି.କେ ପାଣ୍ଡିଆନ୍ ସମୀକ୍ଷା କରିଛନ୍ତି।
ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ। ଅଧିକ ସତର୍କ ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସବୁ ଅଧିକାରୀ ଏହାକୁ ମୂଳ ଦାୟିତ୍ୱର ଅଂଶ ଭାବେ ଜ୍ଞାନ କରନ୍ତୁ।
କଲ୍ ଡିଟେଲ୍ସ ଯାଞ୍ଚ ହୋଇଛି, ସବୁ ଦିଗରୁ ତଦନ୍ତ ହେଉଛି ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଜେରା ବେଳେ କିଛି ତଥ୍ୟ ପାଇଛୁ। ଏହା କହି ହେବନି ବୋଲି ଏସ୍ଡିଓ କହିଛନ୍ତି।
ପ୍ରାଥମିକ ଯାଞ୍ଚ ବେଳେ ଆଜି କ୍ରାଇମବ୍ରାଞ୍ଚ ଡିଏସ୍ପି ସ୍ପଷ୍ଟ କରିଛନ୍ତି- ଘର କବାଟରେ ପୋଡ଼ା ଚିହ୍ନ ରହିଛି, ମଶା ନେଟ୍ରେ ନିଆଁ ଲାଗିଛି। ହେଲେ ଘଟଣା ପରର ଏ ଚିତ୍ର କହୁଛି- ଘର ଭିତରେ ଆଉ ସବୁ ଆସବାବ ଠିକ୍ ଅଛି।