Advertisment

Niranjan Patnaik: ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଥିଲା ସ୍ପାଇଡର୍ ଶକ୍ତି, ଗୁଗୁଲ ସର୍ଚ୍ଚ କରି ପାଇଥିଲା ରାସ୍ତା

ଚୋରଟି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘର ସମାନ ଢଙ୍ଗରେ ଗୁଗୁଲ୍ ସର୍ଚ୍ଚ କରି ପାଇଥିଲା। ନିରଞ୍ଜନଙ୍କ ଘରୁ କଳାକନା ବୁଲାଇ ଚମ୍ପଟ ମାରିଥିଲା। ପୁଲିସ କମିଶନର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Niranjan Patnaik

Niranjan Patnaik

ହାଇପ୍ରୋଫାଇଲ୍ ଚୋର। ଗୁଗୁଲ୍ ସର୍ଚ୍ଚ କରି କୋଟିପତି ଘରେ ପହଞ୍ଚୁଥିଲା, ରାତି ଅଧିଆ କଳାକନା ବୁଲାଇ ଚମ୍ପଟ ମାରୁଥିଲା। ଚୋରଟି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘର ସମାନ ଢଙ୍ଗରେ ଗୁଗୁଲ୍ ସର୍ଚ୍ଚ କରି ପାଇଥିଲା। ନିରଞ୍ଜନଙ୍କ ଘରୁ କଳାକନା ବୁଲାଇ ଚମ୍ପଟ ମାରିଥିଲା। ପୁଲିସ କମିଶନର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

Advertisment

ଗିରଫ ଲୁଟେରା ଜଣଙ୍କ ହେଲା ଶକ୍ତି ରେଡ୍ଡୀ ଓରଫ୍ ସ୍ପାଇଡର୍ ଶକ୍ତି। ବିଶାଖାପାଟଣାରେ ରେଡ୍ଡୀର ଘର ବୋଲି ସୂଚନା ମିଳିଛି।

ଭୁବନେଶ୍ୱର ଡିସିପି କହିଛନ୍ତି, ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଚୋରକୁ ଗିରଫ କରାଯାଇଛି । ତା’ ନିକଟରୁ ଚୋରି ଅଳଙ୍କାର ଜବତ କରାଯାଇଛି। ଚୋରଟି ଗୁଗୁଲ ସର୍ଚ୍ଚ କରି ଚୋରି କରେ । ଧନୀ ବ୍ୟକ୍ତିଙ୍କ ଠିକଣା ଗୁଗୁଲରୁ ଖୋଜିଥାଏ। ବିଶେଷ କରି ବିତ୍ତଶାଳୀ ବ୍ୟକ୍ତିଙ୍କୁ ନିଶାନା କରିଥାଏ। ଗିରଫ ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ୭୦ଟି ମାମଲା ରହିଛି। ହାଇପ୍ରୋଫାଇଲ୍ ଘରୁ ସବୁ ଚୋରି କରିଛି।

Advertisment

୪୦୦ ସିସିଟିଭି, ୧୦ ହଜାର ଫୋନ୍ ଯାଞ୍ଚ କରାଯାଇଥିଲା। ବରମୁଣ୍ଡା ବସ୍ ଷ୍ଟାଣ୍ଡ ସିସିଟିଭି ଧରାଇ ଦେଇଥିଲା ବୋଲି ଡିସିପି କହିଛନ୍ତି।

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ହାଇପ୍ରୋଫାଇଲ୍ ଚୋରକୁ ଆନ୍ଧପ୍ରଦେଶର ବିଜୟ ୱାଡ଼ାରୁ କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ବାଡ୍ ଚୋରକୁ ଗିରଫ କରିଥିଲା। ଏଥିସହ ଚୋର ପାଖରୁ ଚୋରି ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି। 

ଆଜି ଚୋରକୁ ଟ୍ରାଜିଟ ରିମାଣ୍ଡରେ ଆଣି ପଚରାଉଚରା କରିବ କମିଶନରେଟ୍ ପୋଲିସ। ଚୋରଟି ଆଉ କେଉଁଠି ଚୋରି କରିଛି, ଚୋରି ଜିନିଷ କେଉଁଠି ବିକ୍ରି କରିଛି,ସଂପୃକ୍ତ ଚୋରଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଏନେଇ ପଚରାଉଚରା କରିବ ପୁଲିସ।

ସୂଚନାଯୋଗ୍ୟ, ଜାନୁଆରୀ ୨୬ ତାରିଖରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିଲା। ଚୋରଟି ବିଳମ୍ବିତ ରାତିରେ ନିରଞ୍ଜନଙ୍କ ଘରେ ପଶି ଅଢ଼େଇ ଲକ୍ଷ ଟଙ୍କା କ୍ୟାସ ଓ ୫୦ ଲକ୍ଷ ଟଙ୍କାର ଗହଣାଗାଣ୍ଠି ନେଇ ଚମ୍ପଟ ମାରିଥିଲା।

ଚୋରକୁ ଧରିବା ପାଇଁ କମିଶନରେଟ୍ ପୁଲିସର ୩ଟି ସ୍ପେଶାଲ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ସିସିଟିଭିକୁ ଆଧାର କରି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଚୋରଟି ବାହାର ରାଜ୍ୟରେ ଥିବା ଜଣାପଡ଼ିଥିଲା। ଏଥିପାଇଁ ୩ଟି ସ୍ପେଶାଲ ସ୍ୱତନ୍ତ୍ର ଟିମ୍  

କେରଳ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ଯାଇଥିଲା। ପରେ  ବିଜୟ ୱାଡ଼ାରୁ ସ୍ପେଶାଲ ସ୍ୱତନ୍ତ୍ର ଟିମ୍ ଚୋରକୁ ଧରିବାରେ ସଫଳ ହୋଇଥିଲା। ଚୋରଟି କିଛି ଦିନତଳେ  କେରଳର ଜଣଙ୍କ ଘରୁ ୭ କିଲୋ ସୁନା ଚୋରି କରିଥିବା  ସୂଚନା ରହିଛି। 

ଅଧିକ ପଢ଼ନ୍ତୁ: ନିରଞ୍ଜନଙ୍କ ଘରୁ ଚୋରି: ଧରାପଡ଼ିଲା ହାଇପ୍ରୋଫାଇଲ୍ ଚୋର।

Odisha Police Congress Niranjan Patnaik
Advertisment
Advertisment